ଖବର ସାରାଂଶ…ତାରିଖ ୧୫-୦୨-୨୦୨୪/ଗୁରୁବାର
୧-କଳାକାରମାନଙ୍କ ସହାୟତା ରାଶିରେ ବୃଦ୍ଧି: କଳାକାର ମାନେ ପାଇବେ ମାସକୁ ୨୦୦୦ ଟଙ୍କା ସହାୟତା, ୮୦ ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫୦୦।
୨-ଆଜି ସକାଳ ୧୦ଟାରେ ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ ବୈଷ୍ଣବ: ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କୁ ରିପିଟ୍ କରିଛି ବିଜେପି।
୩-CBSE ପରୀକ୍ଷା କେନ୍ଦ୍ରରେ ସକାଳ ୧୦ଟା ପୂର୍ବରୁ ପହଞ୍ଚିବାକୁ ବୋର୍ଡର ନିର୍ଦ୍ଦେଶ।
୪-ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’, ମାସକୁ ପାଇବେ ୨୦୦୦ ଟଙ୍କା ଲେଖାଏଁ ସହାୟତା।
୫-ଧରାପୃଷ୍ଠକୁ ଅବତରଣ କଲେ ବିଦ୍ୟାଦାତ୍ରୀ ମା ସରସ୍ବତୀ, ସ୍କୁଲ , କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ସବୁଠି ଚାଲିଲା ସ୍ବତନ୍ତ୍ର ପୂଜାର୍ଚ୍ଚନା।
୬-କଟକରୁ ଭୁବନେଶ୍ୱର ଗଲା ବେଳେ ଗୋପାଳପୁର ଠାରେ ଓଲଟିଲା ‘ଚନ୍ଦନ’ ବସ୍, ଅନେକଙ୍କ ମୁଣ୍ଡ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।
୭-ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ: ୪ ହଜାର ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ।
୮-ଗୁରୁଡିଝାଟିଆ: ଟ୍ରାକ୍ଟର ଚଢାଇ ଯୁବକକୁ ହତ୍ୟା ଅଭିଯୋଗ,ଅଡାଳ ଗାଁ ରେ ଉତ୍ତେଜନା, ପୁଲିସ ମୂତୟନ।
୯-ବାଲେଶ୍ଵର: ବାଲେଶ୍ବର ସହରରେ ୪ ଦିନର ପିଲା ବିକ୍ରି ଅଭିଯୋଗ।
୧୦-କପ୍ତିପଦା: ପୁତ୍ରକୁ ବଳି ଉଦ୍ୟମ ଅଭିଯୋଗ, ଦମ୍ପତି ଅଟକ।
୧୧-କୋଣାର୍କ ମାଘ ମେଳା ପାଇଁ ପ୍ରଶାସନର ପ୍ରସ୍ତୁତି, ସିସିଟିଭି ନଜରରେ ରହିବ ତୀର୍ଥ ପୁଷ୍କରିଣୀ ଓ ମେଳା ପଡିଆ।
୧୨-ପୁଲୱାମାକୁ ପୂରିଲା ୫ ବର୍ଷ : ସାରା ଦେଶ ପାଳିଲା ବ୍ଲାକ୍ ଡେ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୀରଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ।
୧୩-ଆସନ୍ତା ୨୯ ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା’ କିଚକେଶ୍ୱରୀ ଠାକୁରାଣୀଙ୍କୁ କରିବେ ଦର୍ଶନ।
୧୪-୧୬ରେ ଭାରତ ବନ୍ଦ ଡାକରା: ସମର୍ଥନ କରିବେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ।
୧୫-ଭିସା ଉଲ୍ଲଂଘନ ଅଭିଯୋଗରେ ମାଳଦ୍ଵୀପରୁ ୪୩ ଭାରତୀୟ ବିତାଡିତ।
୧୬-ଦିଲ୍ଲୀକୁ ରାସ୍ତା ବନ୍ଦ, ପଞ୍ଜାବ-ହରିୟାଣା ସୀମାରେ ଲକ୍ଷାଧିକ ଚାଷୀ।
୧୭-ରାଜକୋଟ:ଭାରତ -ଇଂଲଣ୍ଡ ୩ୟ ଟେଷ୍ଟ ଆଜିଠାରୁ।
୧୮-୭୦୦ କୋଟି ଖର୍ଚ୍ଚ,୨୭ ଏକର ଜମି,ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ।
୧୯-୨୯ ଫେବୃଆରୀ ପରେ ବି କାମ କରିବ QR କୋଡ୍, ମର୍ଚାଣ୍ଟସ୍ଙ୍କୁ ବିକଳ୍ପ ସନ୍ଧାନର ଆବଶ୍ୟକତା ନାହିଁ: Paytm।
୨୦-ପାକିସ୍ଥାନରେ ସରକାର ଗଠନ ଅଚଳାବସ୍ଥା ଦୂର: ଶେହବାଜ ହେବେ ପ୍ରଧାନମନ୍ତ୍ରୀ।
ଶୁଭ ସକାଳ, ଜୟ ଜଗନ୍ନାଥ।🙏