ଖବର ଆଜିର…ତାରିଖ ୧୬/୦୨/୨୪, ଶୁକ୍ରବାର
୧-ଆଜି ଗ୍ରାମିଣ ଭାରତ ବନ୍ଦ । ଭାରତ ବନ୍ଦ ଡାକରା ଦେଇଛି ବିଭିନ୍ନ କୃଷକ ସଂଗଠନ।
୨-‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାରେ ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୩-ଘଟଗାଁ: ଭୋଜିଖାଇ ଫେରୁଥିବା ବେଳେ ଗଛରେ ପିଟି ହେଲା ଟାଟା ଏସି ଗାଡ଼ି,୨ ମୃତ ୭ ଆହତ।
୪-ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ବିପ୍ଲବ । ୭୫୦ ଶଯ୍ୟା ବିଶିଷ୍ଟ ବାଗଚୀ ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।
୫-ରାଜ୍ୟରେ କମୁଛି ଶୀତ,କଲବଲ କରୁଛି କୁହୁଡି,୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି।
୬-ଚନ୍ଦ୍ରଶେଖରପୁର: ରାସ୍ତାରେ ଗଣ୍ଡଗୋଳ;୫ କିନ୍ନରଙ୍କ ସହ ୯ ଗିରଫ।
୭-ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ୬୦ ଛୁଈଁବ,ଏବେ ବି ଭରସା ଅତିଥି ଅଧ୍ୟାପକ।
୮-ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ତୃତୀୟ ପାର୍ଥୀ ଭାବେ ଦାଖଲ କଲେ ପ୍ରାର୍ଥିପତ୍ର, ଉପସ୍ଥିତ ରହିଲେ ବିଜେପି ବିଧାୟକ।
୯-ଉଚ୍ଚ ଶିକ୍ଷାନୁଷ୍ଠାନରେ ଖଦି ସାମଗ୍ରି ବ୍ଯବହାରକୁ ପ୍ରାଧାନ୍ୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ UGCର ଚିଠି।
୧୦-ଘରେ ଘରେ ବଢୁଛି ଥଣ୍ଡାଜର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦୁଇ ଗୁଣା ହେଲା ରୋଗୀଙ୍କ ସଂଖ୍ୟା।
୧୧-ବୌଦ୍ଧ ଆରଟିଓଙ୍କ ଆଖି ଲାଖିଲା ଭଳି ସମ୍ପତ୍ତି ଠାବ, ରାଜଧାନୀରେ ଏକାଧିକ ଫ୍ଲାଟ୍ ଓ କୋଟିଏ ଟଙ୍କାରୁ ଅଧିକ ନଗଦ ଜବତ।
୧୨-ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷା, ମୋଟ୍ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା।
୧୩-ଖୁବ୍ ଶୀଘ୍ର ପୁରୀ-ଅଯୋଧ୍ୟା ଟ୍ରେନ୍, ପୁରୀରୁ ଅଯୋଧ୍ୟା ଚାଲିବ ସ୍ବତନ୍ତ୍ର ଟ୍ରେନ୍, ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜୁଲାଇ-ଅଗଷ୍ଟ ମାସରେ ଟ୍ରେନର ହେବ ଶୁଭାରମ୍ଭ।
୧୪-ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହାଭାରତର ‘କୃଷ୍ଣ’, କହିଲେ; ‘ପତ୍ନୀ ଦେଉଛନ୍ତି ମାନସିକ ନିର୍ଯାତନା’।
୧୫-ଖାଲି ପଡ଼ିଛି ୧୪୨୫ ପୋଷ୍ଟ,ଆବେଦନର ଶେଷ ତାରିଖ ଫେବୃୟାରୀ ୨୭: ୱେବସାଇଟ୍ secl-cil.in
୧୬-‘INDIA’ ମେଣ୍ଟକୁ ପୁଣି ଝଟକା, ଜାମ୍ମୁ କାଶ୍ମୀରରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କଲେ ଫାରୁକ୍।
୧୭-ପାରାଦୀପ:ଆଜି ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ, ଚାଲିଛି ଜୋରଦାର ପ୍ରସ୍ତୁତି।
୧୮-ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ।
୧୯-ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ ଦର୍ଶାଇଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ, ଆଜିଠୁ ଲାଗିଲା କଟକଣା।
୨୦-୩ୟ ଟେଷ୍ଟ: ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜାଙ୍କ ଶତକ, ପ୍ରଥମ ଦିନରେ ଭାରତ ୩୨୬/୫।
୨୧-ଆଜିଠୁ ଆରଂଭ ଖଣ୍ଡଗିରି ମେଳା, ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ – ବିଏମସି।
୨୨-ତୃତୀୟ ଦିନରେ କୃଷକ ଆନ୍ଦୋଳନ, କୃଷକଙ୍କ ରେଳ ରୋକ୍, ଦିଲ୍ଲୀରେ ଅଚଳାବସ୍ଥା।
୨୩-ନୂଆଦିଲ୍ଲୀ: ନିର୍ବାଚନ ପାଇଁ ୩.୪୦ଲକ୍ଷ ସୁରକ୍ଷା କର୍ମୀ ମାଗିଲେ EC ।
୨୪-ପାକିସ୍ଥାନରେ ସରକାର ଗଠନ ପ୍ରକ୍ରିୟା ଜାରି,ଆସିଫ୍ ଅଲି ଜର୍ଦାରୀ ହେବେ ରାଷ୍ଟ୍ରପତି।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏