ଖବର ଆଜିର…ତାରିଖ: ୧୭/୦୨/୨୪, ଶନିବାର
୧-ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ, ୭୦ଲକ୍ଷ SHG ମହିଳା ହଜାରେ ଟଙ୍କା ଲେଖାଏଁ ପାଇବେ।
୨-ଆଜି ଠାରୁ ଉପରମୁହାଁ ହେବ ପାରଦ ; ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ।
୩-ଭୁବନେଶ୍ୱର:ନିର୍ବାଚନ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ – ମୁଖ୍ୟ ନିର୍ବାଚନ କମିଶନର।
୪-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ମାଗଣା ଚିକିତ୍ସା ସେବା।
୫-ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି।
୬-ଆଉ ୬ ଜିଲ୍ଲାରେ ଗଡିଲା ‘ଲକ୍ଷ୍ମୀ’ ବସ୍, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
୭-ଆଜି ଚୌଦ୍ଵାରରେ ଟେକ୍ସଟାଇଲ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୮-ଜମିଲାଣି ଖଣ୍ଡଗିରି ମେଳା; କୌପିନ ଧାରୀଙ୍କଠୁ ଷ୍ଟାଣ୍ଡିଂ ବାବାଙ୍କ ଯାଏଁ ସବୁଠି ଭକ୍ତଙ୍କ ଗହଳି।
୯-ନୟାଗଡ଼ ଓଡଗାଁ କୋମଣ୍ଡ ଗାଁ :ଅଦା ଭଳି ହେମଦସ୍ତାରେ ଛେଚି ମାରିଦେଲା ସ୍ୱାମୀକୁ,ପ୍ରମାଣ ନଷ୍ଟ ପାଇଁ ସ୍ତ୍ରୀ ‘ଜ୍ୟୋତ୍ସ୍ନା’ ପୋଡ଼ିଥିଲା ରକ୍ତ ଭିଜା କପଡ଼ା।
୧୦-ଭୁବନେଶ୍ୱର: ତହସିଲରୁ ଚାପ କମିବ,ଖୋଲିବ ୧୧୩ ନୂତନ ଉପନିବନ୍ଧକ କାର୍ଯ୍ୟାଳୟ।
୧୧-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପାରାଦୀପରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।
୧୨-ଟିଟିଲାଗଡ:ଯୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ : ୨୫ ଗିରଫ।
୧୩-ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କୋଟିପତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର ଗିରଫ।
୧୪-ଭାରତରେ ହେଉ NRI ବିବାହ ପଞ୍ଜୀକରଣ, ଭାରତୀୟଙ୍କ ସହ ଠକାମୀ ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଆଣିବାକୁ ଲ କମିଶନଙ୍କ ସୁପାରିଶ।
୧୫-ନୂଆଦିଲ୍ଲୀ:ଆଜି ସନ୍ଧ୍ଯା ୫ ଟା ୩୫ମିନିଟ୍ ରେ ISRO, ‘ନଟିବଏ’ ଦ୍ବାରା ଉତକ୍ଷେପଣ କରିବ ପାଣିପାଗ ଉପଗ୍ରହ।
୧୬-ମଣିପୁରରେ ସାନି ହିଂସା,୨ମୃତ, ଜିଲ୍ଲାପାଳଙ୍କ ବାସଭବନ ପୋଡ଼ି।
୧୭-ହରିଆଣାରେ ମୋଦୀ ଗ୍ୟାରେଣ୍ଟି । କହିଲେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଜିତିବ ୪ଶହ ଆସନ, କଂଗ୍ରେସକୁ ଟାର୍ଗେଟ୍।
୧୮-ଭାରତବନ୍ଦ ଯୋଗୁଁ ବାଧାପ୍ରାପ୍ତ ଦୈନନ୍ଦିନ ଜୀବନ । ଚାଷୀଙ୍କ ସମର୍ଥନରେ କଂଗ୍ରେସର ପ୍ରତିବାଦ, ଦିଲ୍ଲୀସୀମାରେ ଚାଷୀଙ୍କ ହଲ୍ଲାବୋଲ।
୧୯-ସାମାନ୍ୟ କାରଣ ପାଇଁ କଂଗ୍ରେସର ୯ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କଲା ଆୟକର ବିଭାଗ।
୨୦-ନୂଆଦିଲ୍ଲୀ:ଖୁବଶୀଘ୍ର କ୍ୟାନ୍ସର ଭ୍ଯାକ୍ସିନ, ସଫଳତାର ନିକଟରେ ବୈଜ୍ଞାନିକ; ରାଷ୍ଟ୍ରପତି ପୁଟିନଙ୍କ ବଡ଼ ଦାବି।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏