ଭଞ୍ଜନଗର, : ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଠାରେ ଆମ ହସ୍ପିଟାଲ ଯୋଜନାରେ ୬କୋଟି ୩୨ ଲକ୍ଷ ଟଙ୍କାରେ ରୂପାନ୍ତରିତ ଉପଖଣ୍ଡ ଚିକିତ୍ସାଳୟକୁ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ
୫ ଅଧ୍ୟକ୍ଷ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ସଞ୍ଚାଳନରେ, ଆଭାଷି ମାଧ୍ୟମରେ ଏହା ଲୋକାର୍ପିତ ହୋଇ ଜନସାଧାରଣଙ୍କ ସେବାର୍ଥେ ଉତ୍ସର୍ଗୀକୃତ କରାଯାଇଛି।
ଏହି ଉତ୍ସବରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନୂତନ ଭାବେ ନିର୍ମାଣ ହୋଇଥିବା ଆପିଡି ଓ ଓପିଡି କୋଠାକୁ ଶୁଭାରମ୍ଭ କରିବା ସହ ଜିଲ୍ଲା ଚିକିତ୍ସାଳୟ ଭଳି ଏଠାରେ ରୋଗୀ ସେବା ପ୍ରଦାନ କରାଯାଉଥିବାରୁ ଆଗାମୀ ଦିନରେ ଏକ ସ୍ବତନ୍ତ୍ର ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିବା ଦିଗରେ ପଦକ୍ଷେପ ନିଆଯାଇଥିବା ପ୍ରକାଶ କରିଥିଲେ। ଏଥିସହ ୧୧ କୋଟି ଟଙ୍କା ବ୍ୟୟରେ ୩୦ ଶଯ୍ୟା ବିଶିଷ୍ଟ ଏକ ମାତୃ ଓ ଶିଶୁ ମଙ୍ଗଳ କୋଠା ନିର୍ମାଣ କରାଯିବ ବୋଲି କହିଥିଲେ। ଶିକ୍ଷାର ଭିତ୍ତିଭୂମୀ ସୁଦୃଢ କରିବା ପାଇଁ ହାଇସ୍କୁଲ ଗୁଡିକୁ ରୂପାନ୍ତିକରଣ କରାଯାଇଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ କ୍ଷେତ୍ରକୁ ଗୁରୁତ୍ବ ଦେବା ପାଇଁ ଆମ ହସ୍ପିଟାଲ ଯୋଜନାରେ ଡାକ୍ତରଖାନା ଗୁଡିକୁ ରୂପାନ୍ତରିତ କରାଯାଉଛି। ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଗଠନ ପାଇଁ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ପରେ ବର୍ତ୍ତମାନ ନବୀନ କାର୍ଡ ଦ୍ବାରା ଗ୍ରାମାଞ୍ଚଳର ମାଗଣାରେ ଚିକିତ୍ସା ସେବା ପ୍ରଦାନ କରାଯିବ। ଆଗାମୀ ଦିନରେ ଏହି ଚିକିତ୍ସାଳୟରେ ସିଟିସ୍କାନ୍ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଏଥିରେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ, ନଗରପାଳ ଗୋପବନ୍ଧୁ ମହାପାତ୍ର,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରଧାନ,ସଙ୍ଗଠକ ରାଜ କୁମାର ସାହୁ,ତହସିଲଦାର ଉମାଶଙ୍କର ବେହେରା,ନିର୍ମାଣ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ଆଶିଷ କୁମାର ନାୟକ,ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ। ଏହାକୁ ଶୂଳପାଣୀ ଶତପଥୀ ସଂଯୋଜନା କରିଥିଲେ।