ଖବର ଆଜିର…ତାରିଖ ୧୯/୦୨/୨୪,ସୋମବାର

୧-ଭୁବନେଶ୍ୱର: ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ବେତନ 5 ହଜାର ଟଙ୍କା ବୃଦ୍ଧି ହୋଇଛି । ବର୍ତ୍ତମାନ ଜନଜାତି ଛାତ୍ରୀ ନିବାସ ମାଟ୍ରନ 10 ହଜାର ଟଙ୍କା ପରିବର୍ତ୍ତେ 15 ହଜାର ଟଙ୍କା ପାରିଶ୍ରମିକ ପାଇବେ।

୨-ଭୁବନେଶ୍ବର: ରାଜ୍ୟରେ ଜାରି ରହିବ କୁହୁଡି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ। ତାହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର ୨୪ ଜିଲ୍ଲାକୁ ସତର୍କ କରିଛନ୍ତି।

୩- ପୁରୀ: ଶ୍ରୀକ୍ଷେତ୍ରରେ ହେବାକୁ ଥିବା ବିମାନ ବନ୍ଦର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ 22 ଶହ 3 କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି ।

୪- ‌ ଭୁବନେଶ୍ୱର: ଅନ୍ଧାରୁଆସ୍ଥିତ ସାପିଜେନ ବାୟୋଲୋଜିକ୍ସ ଭାକ୍ସିନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏହି ପ୍ଲାଣ୍ଟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଥିବାବେଳେ ପରେ ପ୍ଲାଣ୍ଟରେ ପ୍ରତିଦିନ 2.4 କୋଟି ଟିକା ଉତ୍ପାଦନ କରିବ।

୫-ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପାଇଁ ମୋଦୀଙ୍କ ଗୁରୁ ମନ୍ତ୍ର, ‘ଦେଶର ସେବା ପାଇଁ ଜିତ୍ ଲାଗି ଆଗାମୀ 100 ଦିନ ଅଧିକ କାମ କରିବାକୁ ହେବ’।

୬- ମାଲକାନଗିରି: ପୁଣି ମାତିଲେ ଲାଲବାହିନୀ । ଭିଆଇଲେ ଲଙ୍କାକାଣ୍ଡ । ଜଣେ ସିଏଏଫ୍‌ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି ଲାଲ୍‌ ବାହିନୀ । ପ୍ରାଣ ହରାଇଥିବା ଯବାନ ଜଣକ ହେଲେ କମାଣ୍ଡର ତିଜାଓ ରାମ ଭୁଆର୍ଯ୍ୟ।

୭- ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଆଗଡ଼ା ଗ୍ରାମର ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା। ଏବେ ପୁଣି ତୁଳସୀ କାଠରେ ୨ଇଞ୍ଚର ମନ୍ଦିର ନିର୍ମାଣ କରିଛନ୍ତି।

୮- ଶିକାରୀ ଗୁଳିମାଡରେ ମହିଳା ଗୁରୁତର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଜଙ୍ଗଲରେ ଖଲି ପାଇଁ ପତ୍ର ତୋଳୁଥିବା ବେଳେ ମହିଳାଙ୍କ ପେଟରେ ବାଜିଲା ଗୁଳି।

୯- କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ତହସିଲ କାର୍ଯ୍ୟାଳୟରେ ପଞ୍ଚାୟତ ଉନ୍ନତିକରଣ ପାଇଁ ଜମି ନ ମିଳିବାରୁ ତହସିଲଦାରଙ୍କ ଗୋଡ଼ ଧରିଲେ ସରପଞ୍ଚ।

୧୦- ଭୁବନେଶ୍ୱର,ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ। ଚଳିତ ଶିକ୍ଷାବର୍ଷଠାରୁ ଏସବୁ କଲେଜ କାର୍ଯ୍ୟକ୍ଷମ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ସୂଚନା ଦେଇଛନ୍ତି।।

୧୧- ୧୬୮ ସିଟ୍‌କୁ ୩୨ ଶହରୁ ଅଧିକ ଆଶାୟୀ, କଂଗ୍ରେସ ଟିକେଟ୍‌ ପାଇଁ ଚାଲିଛି ଅଙ୍କକଷା ତେଣୁ କିଏ ଫିଟ୍ ଏବଂ କିଏ ଲୋକପ୍ରିୟ ସେନେଇ ଚାଲିଛି ତର୍ଜମା ।

୧୨- ଷ୍ଟ୍ରିଟ୍‌ କ୍ରାଇମ ରୋକିବା ପାଇଁ କଟକ କମିଶନରେଟ୍ ପୋଲିସ୍‌ର ପଦକ୍ଷେପ, ଜାରି ହେଲା ନୂଆ ହେଲ୍ପ ଲାଇନ ନମ୍ବର,୭୯୭୮୮୯୪୪୦୫।

୧୩- ଶ୍ରୀରାମ ମନ୍ଦିର ନିର୍ମାଣ ଆଗାମୀ ୧୦୦୦ ବର୍ଷ ପାଇଁ ରାମରାଜ୍ୟ ପ୍ରତିଷ୍ଠାର ପ୍ରତୀକ’: ଅଯୋଧ୍ୟା ମନ୍ଦିର ଉପରେ ବିଜେପିର ସଂକଳ୍ପ।

୧୪- କଟକ: ପୋଲିସ ପଞ୍ଝାରେ ଦୁଇଜଣିଆ ଆନ୍ତଃ ରାଜ୍ୟ ଛିନ୍‌ତାଇ ଗ୍ୟାଙ୍ଗ। ଉଭୟଙ୍କୁ ଧରିଲା କଟକ ପୁରୀଘାଟ ଥାନା ପୋଲିସ। ଦୁଇଜଣ ଲୁଟେରା ହେଲେ ଯାଜପୁର ଅଞ୍ଚଳର ଦୀପକ ପ୍ରଧାନ ଓ ଭୋଳା ପ୍ରଧାନ ବୋଲି ଜଣାପଡିଛି ।

୧୫- ପାଟଣା ୧୮।୦୨ : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଖିରେଇ ଟାଙ୍ଗିରୀ ଟୋଲ୍‌ ପ୍ଲାଜା ନିକଟରେ ଅଭାବନୀୟ ଘଟଣା । ରାଜପଥ ଉପରେ ଚଳନ୍ତା କାର୍‌ ଉପରକୁ ଗୁଳିମାଡ଼ । ଏହି ଗୁଳିମାଡ଼ରେ ବିପୁଳ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ।

୧୬- ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ୨୪ ଘଣ୍ଟା ଭିତରେ ମିଳିଲା ଜାମିନ, କୋର୍ଟ ଶୁଣାଇ ଥିଲେ ୨ ବର୍ଷ ଜେଲ୍‌ଦଣ୍ଡ।

୧୭- ବୋରିଗୁମ୍ମା: ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଜଣକ ମୃତ୍ୟୁ ହୋଇଥିବାବେଳେ ୧୨ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ରହିଛନ୍ତି ବର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାମରା ନିକଟରେ।

୧୮- ଚାନ୍ଦବାଲି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ । ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଚରଦିଆ ପଞ୍ଚାୟତ ତ୍ରିନାଥ ବଜାର ନିକଟରେ ହୋଇଛି ଛୁରାମାଡ଼।

୧୯- ନୂଆଦିଲ୍ଲୀ : ଆମେରିକା ଭାରତକୁ ୩୧ ଏମକ୍ୟୁ-୯ବି ସଶସ୍ତ୍ର ଡ୍ରୋନର ବିକ୍ରି ପାଇଁ ଗତ ସପ୍ତାହରେ ମଞ୍ଜୁରି ଦେଇଥିଲା ।ଏମକ୍ୟୁ-୯ବି ଡ୍ରୋନ୍ କିଣିବା ନେଇ ଭାରତୀୟ ନୌସେନାର ମୋହର।

୨୦- ଭାରତୀୟ ବୋଲରଙ୍କ ଆଗରେ ମୁଣ୍ଡ ନୁଆଁଇଲା ଇଂଲଣ୍ଡ । ଦୁଇ ଦଳ ମଧ୍ୟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ଧରାଶାୟୀ କରିଛି ଭାରତ । 434 ରନରେ ବିଜୟୀ ହୋଇଛି ଭାରତ।

୨୧- ୨୦ ଲକ୍ଷ ସୈନିକ, ୫୦୦ ପରମାଣୁ ଅସ୍ତ୍ର ! କଣ କରିବାକୁ ଯୋଜନା ରଖିଛି ଡ୍ରାଗନ୍‌।

୨୨- ପାକିସ୍ତାନରେ ହୋଇପାରେ PML-N ଓ PPPର ସରକାର, ସୋମବାର ହେବ ପରବର୍ତ୍ତି ପର୍ଯ୍ୟାୟ ବାର୍ତ୍ତା ।*

୨୩- କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପିଆଜ ରପ୍ତାନୀ ଉପରେ ଲାଗିଥିବା କଟକଣା ହଟିଲା ।

୨୪- ଫୁଲବାଣୀ : ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପରେ ଯୋଜନା ଆଣୁଛନ୍ତି ।ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ।

୨୫- ଲାଞ୍ଜିଗଡ: ଟାଟା ପାୱାର ପକ୍ଷରୁ ବିଦ୍ୟୁତ ପରିଚାଳନାଗତ ତ୍ରୁଟି ଯୋଗୁଁ ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡି ଦୁଇଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଅତ୍ୟନ୍ତ ସଂକଟାପନ୍ନ ଭାବେ ଜୀବନ ସଂଘର୍ଷ କରୁଥିବା ସୂଚନା ମିଳିଛି।

୨୬-ଚାଷୀଙ୍କ ପାଇଁ ବଡ଼ ଖବର। ଆବେଦନ କଲେ କ୍ଷେତରେ ବୋରିଂ ଲଗାଇବାକୁ ଟଙ୍କା ଦେବେ ସରକାର।

    🙏 ସୁପ୍ରଭାତ, ଜୟ ଶ୍ରୀଜଗନ୍ନାଥ🙏
Leave A Reply

Your email address will not be published.