ଖବର ସାରାଂଶ….ତାରିଖ ୨୦-୦୨-୨୦୨୪/ମଙ୍ଗଳବାର
୧-ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ,ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ,କପି ଜଗିବ ଏ.ଆଇ କ୍ୟାମେରା।
୨-ଭୁବନେଶ୍ୱରେ ଦୁଇଦିନିଆ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ ଆରମ୍ଭ।
୩-ରାଜ୍ୟରେ ଆରମ୍ଭ ହେଲା ଗ୍ରନ୍ଥାଗାର ଅଭିଯାନ,ବାପୁଜୀନଗର ଠାରେ ସନ୍ଥକବି ଭୀମଭୋଇ ପାଠାଗାର ଉଦଘାଟିତ।
୪-ଆସିଲା ନିର୍ବାଚନ ଋତୁ,୧୦ ଦିନରେ ଘୋଷଣା ହେଲାଣି ୧୩ ଯୋଜନା।
୫-ବଦଳିଲା ଠିକଣା, ରସୁଲଗଡ଼ରେ ଖୋଲିଲା ପାସପୋର୍ଟ ସେବାକେନ୍ଦ୍ର।
୬-କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା।
୭-ଆନନ୍ଦପୁର ପାଣ୍ଡୁଆ ଗ୍ରାମ:ନିଆଁ ଲାଗି ପାଉଁଶ ହୋଇଗଲା ୧୨ ବଖରା, ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ।
୮-ରାଜ୍ୟ କଂଗ୍ରେସରେ ଟିକେଟ କସରତ । ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା! ପ୍ରଥମେ ୭୦ ନେତାଙ୍କୁ ମିଳିବ ଟିକେଟ।
୯-ଚାକିରି ପାଇଁ ଅଯୋଗ୍ୟ ବିବେଚିତ ହେବାରୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପୁଣି ଧାରଣାରେ ବସିଲେ ଇଣ୍ଟିଗ୍ରେଟେଡ୍ ବିଇଡି ଛାତ୍ରଛାତ୍ରୀ।
୧୦-ଭୁବନେଶ୍ୱର:୩୬ ଡିଗ୍ରୀ ଟପିଲା ପାରଦ, ଟିଟିଲାଗଡ଼ରେ ଦିନର ତାପମାତ୍ରା ୩୬.୫ ଡିଗ୍ରୀ ରେକର୍ଡ।
୧୧-କିସ୍ ବୌଦ୍ଧ ଶାଖା ଉଦ୍ଘାଟିତ,୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଭୂମି ପୂଜା ଅନୁଷ୍ଠିତ।
୧୨-ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା, ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କୁ ଗିରଫ ଦାବିରେ କର୍ମଚାରୀଙ୍କ ବିକ୍ଷୋଭ।
୧୩-ଭୟ ଲାଗୁଛି ଭୁବନେଶ୍ୱରରେ! ଏଣିକି ନିଜ ସୁରକ୍ଷା ନିଜ ହାତରେ! ଚାରିଆଡେ ଚୋରି, ଲୁଟ ଆଉ ସୁନା ଗାଏବକୁ ନେଇ ଚର୍ଚ୍ଚା।
୧୪-ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଉଦୟପୁର ଗାଁ:ଜୁଆ ଆଡ୍ଡ଼ା ଚଢ଼ଉ ବେଳେ ମହିଳା IICଙ୍କୁ ମାଡ଼; ୨୦ ଅଟକ।
୧୫- ଖଣ୍ଡଗିରି କୁମ୍ଭମେଳାରେ ସାଧୁସନ୍ଥଙ୍କ ଭିଡ଼। ଭବିଷ୍ୟବାଣୀ ଠାରୁ ଆରମ୍ଭ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ବାବା। ବିଶ୍ୱାସରେ ଧାଇଁ ଆସୁଛନ୍ତି ଲୋକ।
୧୬-ମାର୍ଚ୍ଚ ୧ରେ କଟକ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବ୍ରହ୍ମାକୁମାରୀ ଓଡ଼ିଶା ସେବା ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ।
୧୭-ବ୍ରହ୍ମପୁର:କେନିୟାରେ ନିଯୁକ୍ତି ନାଁରେ ୧୦ଲକ୍ଷ ଠକେଇ, ୩ ଗିରଫ,
୯୨ ପାସପୋର୍ଟ, ୨୦ ଟୁରିଷ୍ଟ ଭିସା ଜବତ।
୧୮-ରେଳବାଇରେ ଭର୍ତ୍ତିହେବେ ୯୦୦୦ ପ୍ରାର୍ଥୀ; ଅଧିକ ଜାଣିବା ପାଇଁ ଦେଖନ୍ତୁ :- https://indianrailways.gov.in।
୧୯-ମଧ୍ୟପ୍ରଦେଶର ଗୁନା ଜିଲ୍ଳାରେ ବାହାଘର ଉତ୍ସବରେ ମହୁମାଛି ଆତଙ୍କ, ଆଇସିୟୁରେ ଭର୍ତ୍ତି ହେଲେ କିଛି ଅତିଥି।
୨୦-ଆନ୍ଦୋଳନତ ଚାଷୀଙ୍କୁ ସରକାରଙ୍କ ପ୍ରସ୍ତାବ। ୪ଟି ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି । ଚାଷୀ କହିଲେ ୨ଦିନ ପରେ ରଖିବୁ ଜବାବ।
୨୧-ରେଳଧାରଣାରୁ ୪ ମୃତଦେହ ମିଳିବା ଘଟଣା: ୫ ଅଭିଯୁକ୍ତ ଗିରଫ, ଶନିବାର ଦିନ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରୁ ୪ ମୃତଦେହ ଠାବ ହୋଇଥିଲା।
ଶୁଭ ସକାଳ, ଜୟ ଜଗନ୍ନାଥ।🙏