ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର ଗାଁରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।
ମୃତକମାନେ ହେଉଛନ୍ତି ଗାଁର ଦାମ ମଣ୍ଡଳ, ତାଙ୍କ ପତ୍ନୀ ଜୟନ୍ତୀ ମଣ୍ଡଳ ଓ ୨୫ ବର୍ଷୀୟ ପୁଅ ପରୀକ୍ଷିତ ମଣ୍ଡଳ। ଆଜି ସକାଳେ ଦାମ ମଣ୍ଡଳଙ୍କ ମୃତଦେହ ଘର ବାହାରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମା’ ପୁଅଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା।
ଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ଗାଁ ଲୋକେ ପୁଲିସ୍କୁ ଖବର ଦେବା ସହ ତାଙ୍କ ଘର ଲୋକଙ୍କୁ ଡାକିଥିଲେ। କିନ୍ତୁ ଘର ଭିତରୁ କୌଣସି ପ୍ରତିକ୍ରିୟା ଆସି ନଥିଲା। ପୁଲିସ୍ ଆସି କବାଟ ବାଡ଼େଇବା ସତ୍ତ୍ୱେ କହି ଖୋଲି ନଥିଲେ। ଫଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ପୁଲିସ କବାଟ ଭାଙ୍ଗି ଘର ଭିତରେ ପଶିଥିଲା। ଘରେ ଜୟନ୍ତୀ ମଣ୍ଡଳ ଓ ପରୀକ୍ଷିତ ମଣ୍ଡଳଙ୍କ ମୃତଦେହ ପଡ଼ିଥିଲା।