ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେପିକୁ ଫେରିଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଦଳରେ ମିଶିଛନ୍ତି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ,ସହପ୍ରଭାରୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢ଼ି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ଅରବିନ୍ଦ ଢାଲି କହିଛନ୍ତି, ଯେଭଳି ଲୋକେ ବିଜେପିରେ ମିଶୁଛନ୍ତି, ଲାଗୁଛି ଶହେରୁ ଅଧିକ ସିଟ୍ ପାଇବୁ। ଶହେରୁ ଅଧିକ ବିଧାନସଭା ଓ ସମସ୍ତ ୨୧ଟି ଲୋକସଭା ସିଟ୍ ଜିତିବୁ। ରାଜ୍ୟରେ ବିଜେପି ସ୍ଥିର ସରକାର କରିବ। ବର୍ତ୍ତମାନର ଶାସନ ରାଜ୍ୟ ପାଇଁ ଆଦୌ ଉପଯୁକ୍ତ ନୁହେଁ। ବିଜେଡିରେ ରହି ନେତାମାନେ ଶ୍ୱାସରୁଦ୍ଧ ହୋଇଗଲେଣି।ବିଜେଡିରେ ବରିଷ୍ଠଙ୍କୁ ଯେଭଳି ସମ୍ମାନ ମିଳିବା କଥା ମିଳୁନି। ଏବେ ମଙ୍ଗ ଧରିଥିବା ଯୁବକମାନେ ଭୁଲିଯାଇଛନ୍ତି ଯେ ଓଲ୍ଡ ଇଜ୍ ଗୋଲ୍ଡ। ଜଣେ ବିଧାୟକ ଥିବା ସ୍ଥଳେ ଆଉ ୩ ଜଣଙ୍କୁ ପ୍ରୋଜେକ୍ଟ କରୁଛନ୍ତି। ମୋ ବିରୋଧରେ ସମାନ୍ତରାଳ ସଂଗଠନ ଛିଡ଼ା କଲେ। ଯେଉଁଠି ମାନ ସମ୍ମାନ ନାହିଁ, ସେହି ସ୍ଥାନ ଛାଡ଼ିଦେବା ଉଚିତ। ସେଥିପାଇଁ ଘର ବାହୁଡ଼ା କଲି। ବିଜେପିରେ ଥିଲି, ଶେଷ ଯାଏଁ ରହିବି।