ରାଜ୍ୟରେ ଆଉ ୧୦ହଜାର କନିଷ୍ଠ ଶିକ୍ଷକ ଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହା ଶେଷ ହେବା ପରେ ଏହି ୧୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟାର ଆରମ୍ଭ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।
ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୧୦ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିୟୋଜିତ କରିବାକୁ ସ୍ଥିର ହୋଇଛି । ଏହି ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏବେ ଚାଲୁ ରହିଥିବା ୨୦ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ପଦବୀ ପୂରଣର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ୧୦ହଜାର ନୂଆ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ ।