ବୟସ ୮୧, ଏବେ ବି ସେ ପୁରା ଫିଟ୍ । ତାଙ୍କର ନିଆରା କହିବା ଆନ୍ଦାଜ ହେଉ ଅବା ଜୀବନ ଶୈଳି ସବୁଠି ସେ ଚର୍ଚ୍ଚାରୋ ରାଜନୀତିରେ ସେ ପୁରା ପକ୍କା,ଜନତାଙ୍କ ନିକଟରେ ସେ ବେଶ ପରିଚିତ ଚର୍ଚ୍ଚିତ ମଧ୍ୟ, ୫୦ ବର୍ଷରୁ ଉର୍ଦ୍ଧ ରାଜନୈତିକ ଯାତ୍ର।। ୬ଥରର ବିଧାୟକ,ଏକାଧିକ ଥର ତାଙ୍କୁ ମିଳିଛି ମନ୍ତ୍ରୀପଦ । ଗୃହରେ ଗମ୍ଭୀର ପରିସ୍ଥିତି ଥିଲେ ମଧ୍ୟ ସେ କହିବା ମାତ୍ରେ ସ୍ଥିତି ହାଲୁକା ହୋଇଯାଏା ଆଉ ସେଥିପାଇଁ ତ ସବୁ ଦଳର ବିଧାୟକଙ୍କର ପ୍ରିୟ ସୋଆଉ କଥା କଥାରେ ଲଗାତାଳି,ରେଡ୍ଡୀ ତ..ମାଡିଚାଲ କହି ଜୀବନର ଚଲାପଥରେ ମାଡି ଚାଲିନ୍ତି ସେ,ସବୁବେଳେ ସେ ବିନ୍ଦାଜ ଅନ୍ଦାଜରେ ନଜର ଆସନ୍ତି । ରାଜନୀତି ଆକାଶରେ ଯେବେ କଳାବାଦଲ ଘେଟେ ସେତେବେଳେ ତାଙ୍କ ଉପସ୍ଥିତି ସାଙ୍ଗକୁ ମଜାଳିଆ ଢଙ୍ଗରେ ଦୁଇ ପଦ କଥା ନେତାଙ୍କ ପ୍ରେସର କମାଇଦିଏ । ଯୁବପିଢିଙ୍କ ନିକଟରେ ସେ ଅଜା ଭାବେ ବେଶ ପରିଚିତା ଆମେ କହୁଛୁ ଜଟଣୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କଥା ।
ଆଉ ବିଧାନସଭାରେ ସେ ମଜାଳିଆ ଢଙ୍ଗରେ କହିବା ଆମକୁ ଆଉ ଶୁଣିବାକୁ ମିଳିବନି, ବିରୋଧିଙ୍କ ଠୁ ଶାସକ ତାଙ୍କ ଅନୁପସ୍ଥିତିକୁ ବିଧାନସଭାରେ ଅନୁଭବ କରିବେ । ଓଡିଶାରେ ଷୋଡଶ ବିଧାନସଭା ମଧ୍ୟ ଶେଷ ହୋଇଥିବାବେଳେ କିଛି ଦିନ ପରେ ୨୪ ମହାସମର ପାଇଁ ନିର୍ବାଚନ ବିଗୁଲ୍ ବାଜିସାରିଛି,ଓଡିଶାରେ ୪ଟି ପର୍ଯ୍ୟୟ ମେ ୧୩ରେ ୨୮ଟି,୨୦ରେ ୩୫ଟି,୨୫ରେ ୪୨ଟି ଏବଂ ଜୁନ୍ ୧ରେ ୪୨ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେବ, ଜୁନ୍ ୪ରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବ ସତ କିନ୍ତୁ ତାଙ୍କୁ ଦେଖିବାକୁ ମିଳିବନି ବିଧାନସଭାରେ,
କିଛିଦିନ ପୂର୍ବରୁ ସେ ଗଣତନ୍ତ୍ରର ମନ୍ଦିର ବିଧାମନସଭାକୁ ମୁଣ୍ଡିଆ ମାରି ସେ ଭାବବିହ୍ନଳ ହୋଇପଡିଥିଲେ । କହିଥିଲେ ମୁଁ କାହାକୁ କିଛି କହିଥିଲେ ଖରାପ ଭାବିବେନି,କିନ୍ତୁ ହଠାତ୍ ମଜାଳିଆ ଢଙ୍ଗରେ କହିଥିଲେ ଯିଏ ଖରାପ ଭାବିଲେ ମୋର ଢୋ ତାଙ୍କ ଶୈଳିରୋ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଏହା ମୋର ଶେଷ ବିଧାନସଭା,ମୁଁ ନିର୍ବାଚନ ନ ଲଢିଲେ ମଧ୍ୟ ଲୋକଙ୍କ ସେବା କରିବି ମୋର ୨ପୁଅଙ୍କୁ ରାଜନୈତିକ ମଇଦାନକୁ ଛାଡିଛି ଏଥର ସେମାନେ ଲଢିବେ । ସତରେ ତାଙ୍କ ଅନୁପସ୍ଥିତି ଅନୁଭବ କରିବ ବିଧାନସଭା, ଅନେକ ନେତା ଆସିବେ ଯିବେ କିନ୍ତୁ ସେ ଜନନେତା ଭାବେ ସଭିଙ୍କ ହୃଦୟରେ ରହିଥିବୋ ଆଉ ବିଧାନସଭାରେ ଶୁଭିବନି ତାଙ୍କ ସ୍ୱର, କଥା କଥାରେ ଲଗାତାଳି,ରେଡ୍ଡୀ ତ..ମାଡିଚାଲ ଆଉ ବିଧାନସଭାରେ ଶୁଣିବାକୁ ମିଳିବନି । କେତେ ନେତା ଆସିବେ ଯିବେ ହୃଦୟରେ ଥିବେ ସୁର ଅଜ।। ଅ୍ଧମ ଯୁବପିଢୀମାନେ କହିବା ଆରମ୍ଭ କଲେଣି ସୁର ଅଜା ଆଇ ମିସ୍ ୟୁ ।
Prev Post
Next Post