ବାଲିଆପାଳ ୧୮/୩ (ନ.ନ୍ଯୁ.ସ.) ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମପଞ୍ଚାୟତର ଧାନନ୍ଦା ଗ୍ରାମରେ ରବିବାର କଂଗ୍ରେସ ଦଳର ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ବରିଷ୍ଠ କଂଗ୍ରେସ ନେତା ରବି ନାରାୟଣ ମାହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବସ୍ତା ନିର୍ବାଚନ ମଣ୍ଡଳୀୟ ନେତା ବିଜନ ନାୟକ ଯୋଗ ଦେଇ ବସ୍ତା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଜିତେଇବା ପାଇଁ ତୃଣ ମୂଲ ସ୍ତରରୁ ସୁଦୃଢ ହେବାକୁ କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ରାଜନୀତି ର ଚର୍ଚ୍ଚିତ ଚେହେରା କଂଗ୍ରେସ ନେତା ସୁଦର୍ଶନ ଦାସ ଯୋଗା ଦେଇ ଅମଲା ତନ୍ତ୍ର ଶାସନର ଅବସାନ କରି ପୁଣି ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିବା ପାଇଁ ସଧାରଣ ଜନତାଙ୍କୁ ଜାଗ୍ରତ ହେବା ପାଇଁ ଆହ୍ଵାନ ଦେଇଥିଲେ।
ସମ୍ମାନୀତ ଅତିଥି ଭାବରେ ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ସାହୁ, ବଡ଼ାଶ ପଞ୍ଚାୟତର ସରପଞ୍ଚ ଜଗନ୍ନାଥ ବିଶ୍ବାଳ,୨୪ ନମ୍ବର ଜୁନର ଜିଲ୍ଲା ପାରିଷଦ ସଦସ୍ୟ ବାବାଜୀ ଦେହୁରୀ, କୁମ୍ଭାରୀ ପଂଚାୟତ ସଭାପତି ମଧୁସୂଦନ ଗିରି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନେପୁରା ଛକରୁ ଏକ ବିଶାଳ ବାଇକ ରାଲିରେ ବାହାରି ଗୁକୁଳାନ୍ଦପୁର ଦେଇ ଧାନଦାରେ ଅନୁଷ୍ଠିତ ହେଉଥିବା ବିଶାଳ କର୍ମୀ ସମାବେଶ ଠାରେ ପହଞ୍ଚି ଥିଲା।ଏହି ସମାବେଶରେ ଶ୍ରୀରାମପୁର ଗ୍ରାମପଞ୍ଚାୟତର ହଜାରେରୁ ଅଧିକ ମହିଳା ପୁରୁଷ ଯୋଗା ଦେଇ ବସ୍ତା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତା ବିଜନ ନାୟକକୁ ଜିତେଇବା ସହିତ ନିଜ ପଞ୍ଚାୟତର ସମ୍ମାନକୁ ଅକ୍ଷୁଣ୍ଣ ରଖିବା ପାଇଁ କଂଗ୍ରେସ ଦଳକୁ ନିଜ ପଞ୍ଚାୟତ ରେ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ଶପଥ ନେଇଥିଲେ। ବରିଷ୍ଠ କଂଗ୍ରେସ ନେତା ବିଦ୍ୟାସାଗର ଦେ,ଚନ୍ଦନ ରାଜ, ମାନସ ବେହେରା, ପ୍ରଭାକର ଜେନା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।