ବାଲିପାଟଣା: ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଅଛି ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ର ନୂଆ ସାହିରେ। ସୂଚନା ମୁତାବକ ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି। ବାଲିପାଟଣା ଥାନା ଅନ୍ତର୍ଗତ ମଝିହରା ପଞ୍ଚାୟତ ମଝିହରା ବସ୍ତି (ମହଲା ସାହି) ଗ୍ରାମର ଅକ୍ଷୟ କୁମାର ମାଝୀ। ଘଟଣା କିଛି ଏପରି ଥିଲା କି, ଗତ ରବିବାର ରାତିରେ ନୂଆସାହି ବଜାର ନିକଟ ଅନ୍ଧାରୁଆ ସ୍ଥାନରେ ଅକ୍ଷୟ ମାଝି ଓରଫ(ଅଖୁ) ଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖଣ୍ଡା,ଭୁଜାଲି ଭଳି ମାରଣାସ୍ତ୍ରରେ ଜାଣିବା ସହ ପଥରରେ ଛେଚିକରି ଏକ ଗଛବୁଦା ମୂଳକୁ ଫୋପାଡି ଦେଇଥିଲେ। ଅକ୍ଷୟ ଙ୍କ ଶରିର ର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ସେ ମରିଯାଇଥିବା ଭାବିକରି ତାଙ୍କୁ ଫୋପାଡି ଦେଇ ଆସିଥିଲେ। ତାଙ୍କୁ ଲୋକେ ଗୁରୂତର ଅବସ୍ଥାରେ ପ୍ରଥମେ ଅଠାନ୍ତର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ
ପରେ ଅବସ୍ଥା ଗୁରୁତର ହେବାରୁକ୍ୟାପିଟାଲ୍ ହସ୍ପିଟାଲ ରେ ଭର୍ତ୍ତିକରିଥିଲେ।ଗତକାଲି ସାଇଣ୍ଟିଫିକ ଟିମ ର ସୁଶ୍ରୀ ସବିନୟ,ବାଲିପାଟଣା ଥାନାଧିକାରି ସ୍ଵୟାଂସୁ ଶେଖର ପାଢ଼ୀ, ଏବଂ ଟିମ୍ ଘଟଣା ସ୍ଥଳରୁ ଗଛଡ଼ାଳ, ରକ୍ତଭିଜା ଘାସ,ପ୍ରାୟ ୧୭କିଲୋ ଓଜନର ପଥର, ଛୁରୀ ମୃତକ ଅକ୍ଷୟ ଙ୍କ ବାଇକ ଓ ଚପଲ ଇତ୍ୟାଦି କୁ ପରୀକ୍ଷା ପାଇଁ ପଠାଇଛନ୍ତି। ଗତକାଲି ସନ୍ଧ୍ୟାରେ ମଧ୍ୟ ଭୁବନେଶ୍ଵର ଡିସିପି ପ୍ରତୀକ ସିଂହ ଘଟଣା ସ୍ଥଳକୁ ଯାଇ ପୁଲିସ ଅଧିକାରୀ ଙ୍କ ସହ ଅଧିକ ଆଲୋଚନା କରିଥିଲେ।
ମୃତକ ଅକ୍ଷୟ ମାଝୀ ଙ୍କ ପତ୍ନୀ ଶ୍ରାବଣୀ ମାଝୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ରେ ଲିଖିତ ଅଛି କି ମୁଖ୍ୟ ଅଭିଯୁକ୍ତ ହେଲେ ଦଣ୍ଡାସାହି (ପଦପୋଖରି) ର କାଳନ୍ଦୀ ଭୋଇ ଓ ତାଙ୍କ ପୁଅ ଦିଲୁ ଭୋଇ (୨୮) ସମେତ ୧୧ଜଣ ସଂଘବଧ ଆକ୍ରମଣ କରିଥିଲେ। ଅଶ୍ଳିଳ ମେସେଜ କୁ କେନ୍ଦ୍ରକରି ଏପରି ହତ୍ୟା ହେଇଛି ବୋଲି ଅକ୍ଷୟ ଙ୍କ ପରିବାର ପକ୍ଷରୁ ଅଭିଯୋଗ ଆସିଛି।
କିଛିଦିନ ତଳେ ଶ୍ରାବଣୀ ଙ୍କ ଫୋନ ଅକ୍ଷୟ ବ୍ୟବହାର କରୁଥିବା ବେଳେ ଅଭିଯୁକ୍ତ ଦିଲୁ ଜିଛି ଅଶ୍ଳୀଳ ମେସେଜ ପଠାଇଥିଲା ଯାହାକୁ ପଢ଼ିବା ପରେ ସହ୍ୟ କରିପାରିନଥିଲେ ଅକ୍ଷୟ। ଫଳସ୍ଵରୁପ ମାର୍ଚ୍ଚ୪ ତାରିଖରେ ଅକ୍ଷୟ କିଛି ତାର ସମ୍ପର୍କୀୟ ଙ୍କୁ ଧରି ବାଳକାଟି ଫାଣ୍ଡି ନିକଟରେ ଦିଲୁ ଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲା। ଓ ପରେ ବାଳକାଟି ଫାଣ୍ଡିର କର୍ମଚାରୀ ଆପୋଷ ସମାଧାନ କରିଥିଲେ! ପ୍ରତିଶୋଧ ନେବାପାଇଁ ଦିଲୁ ଚାହିଁବସିଥିଲା ମାଡ଼ ଖାଇବା ପରେ କ୍ରୋଧିତ ହୋଇ କରି ହତ୍ୟା କରିଛି ବୋଲି ମୃତକ ଅକ୍ଷୟ ମାଝୀ ଙ୍କ ପତ୍ନୀ ଶ୍ରାବଣୀ ମାଝୀ ଅଭିଯୋଗ କରିଛନ୍ତି। ଏହି ମାମଲା ରେ ପୋଲିସ ୩ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଲାଇଛି।