ଖସୁଛି ମାଟି ଅତଡ଼ା; ଆତଙ୍କିତ ଅବସ୍ଥା ରେ ଗ୍ରାମବାସୀ, 

ରାଜନଗର :- ଆପଣ ଗଣମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ କୁମ୍ଭୀର ଆତଙ୍କ ଖବର ପାଇଥିବେ l ହେଲେ ଏଥର ରାଜନଗରରେ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅତଡ଼ା ଖସିବା ସହ ଏକ ଗ୍ରାମ ଲୀନ ହେବାକୁ ବସିଲାନି, 

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ ଘଡିଆମାଳ ପଞ୍ଚାୟତ ଜୁଣଗଡି ଗାଁର ବ୍ରାହ୍ମଣୀ ନଦୀ ପାର୍ଶ୍ଵରେ ଥିବା ସୁରକ୍ଷା ବନ୍ଧ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କିଛି ଦିନ ହେବ ଏହି ବନ୍ଧର ରକ୍ଷଣାବେକ୍ଷଣ ଅଭାବରୁ ନଦୀ ଅତଡ଼ା ଖାଉଛି। ଜୁଣଗଡି ଗାଁର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ପିଲା ଠୁ ବଡ଼ ମହିଳାଙ୍କ ଠୁ ପୁରୁଷ ସମସ୍ତେ ଆସି ମନ ଦୁଃଖରେ ନଦୀକୁ ଅନାଉଁଛନ୍ତି।

ନଦୀ ପାର୍ଶ୍ଵରେ ଥିବା ସୁରକ୍ଷା ବନ୍ଧ ପଥର ପେକିଂ ନହେବା କାରଣରୁ ନଦୀର ଢେଉ ମାଡରେ ବାରମ୍ବାର ଅତଡା ଖସୁଚି ବୋଲି ଗ୍ରାମବାସୀ କହିଛନ୍ତି। ଜୁଣଗଡି ଗାଁର ଗୋଟିଏ ପାର୍ଶ୍ୱରେ ବ୍ରାହ୍ମଣୀ ନଦୀ ରହିଥିବା ବେଳେ ଅନ୍ୟ ପାର୍ଶ୍ଵରେ ପାଟଶାଳା ନଦୀ ରହିଛି। ବିଶେଷକରି ସରକାର ହୁଅନ୍ତୁ କି ପ୍ରଶାସନ, ବ୍ରାହ୍ମଣୀ ନଦୀର ସୁରକ୍ଷା ବନ୍ଧକୁ ଯଥାସିଘ୍ର ପଥର ପ୍ୟାକିଙ୍ଗ କରାନଗଲେ ଏହି ଜୁଣଗଡି ଗାଁର ନାଁ ଟି ବି ସାତଭାୟା ଭଳି ଲିଭିଯିବ ନଦୀର ଗର୍ଭରେ। ବର୍ଷା ଦିନ ଆସିଲେ ପ୍ରଶାସନ ଖାଲି ବାଲି ବସ୍ତା ପକେଇ କାମ ସାରି ଦେଉଛି ଓ ହାତ ବାନ୍ଧି ବସୁଛି!!!

Leave A Reply

Your email address will not be published.