ସୋସିଆଲ୍ ମିଡିଆରେ ମୋହନା ବିଧାୟକଙ୍କୁ ଅସମ୍ମାନ 

ଆର, ଉଦୟଗିରି(ମନୋଜ କୁମାର ପାଢୀ)-  ଆର,ଉଦୟଗିରି ଥାନାରେ ବ୍ଳକ କଂଗ୍ରେସ ପକ୍ଷରୁ ସୋମବାର ଅଭିଯୋଗ କରାଯାଉଛି । କିଛି ଦିନଧରି ସୋସିଆଲ ମିଡିଆରେ ମୋହନା ବିଧାୟକ ଦାଶରଧି ଗମାଙ୍ଗଙ୍କୁ ନେଇ ସେ ଦଙ୍ଗାକାରୀ ବୋଲି ପ୍ରତିପାଦନ କରାଯାଉଛି । ଏହାଦ୍ବାରା ବିଧାୟକଙ୍କ ସମ୍ମାନହାନୀ ହୋଇଥିବା ଅଭିଯୋଗ କରି ବ୍ଳକ ସଭାପତି ଲକ୍ଷ୍ମୀ ପାଇକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏକ ଦାବିପତ୍ର ଥାନା ଏସଆଇଙ୍କୁ ପ୍ରଦାନ କରାଯାଇଥିବା ବ୍ଳକ କଂଗ୍ରେସ ସଭାପତି ଶ୍ରୀ ପାଇକ କହିଛନ୍ତି । ଉକ୍ତ ପ୍ରତିନିଧି ଦଳରେ ସମ୍ପାଦକ ଯମୁନା ରଇତ, ବିଜୟ ଲିମା, ଦାନିଏଲ ପ୍ରଧାନ, ଗୌତମ ରଇତ, ଜୟରାମ ରଇତ, ଜିରିମିୟ ମଣ୍ଡଳ, ସନ୍ତୋଷ କୁମାର ଭୂୟାଁ, ପାଏଲ ମାଝୀ , କାତିକ ରଇତ ଓ ଦୁତିୟା ରଇତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.