କଣ ହେବ ପାଟକୁରା ର ବିଜୟ ମହାପାତ୍ର ଙ୍କ ଭବିଷ୍ୟତ।ବିଜୟ ମହାପାତ୍ର ଙ୍କ ଭବିଷ୍ୟତ କୁ ନେଇ ଉଠିଲାଣି ପ୍ରଶ୍ନ ।ବିଗତ ଦିନରେ ବିଜେପିରେ ଥିବାବେଳେ ବିଜୟ ମହାପାତ୍ର ତାଙ୍କ ପୁଅ ବିଜେଡିରେ ଯୋଗଦେଇଛନ୍ତି।ତାରି ଭିତରେ ଆଉରି ଗୋଟେ କଥା ସାମ୍ନାକୁ ଆସିଲାଣି ପୁରୁଣା ବିଜେଡି ଏବଂ ବିଜୟ ମହାପାତ୍ରଙ୍କ ସମର୍ଥକଙ୍କ ଭିତରେ ବଚସା ଆରମ୍ଭ ହେଲାଣି। ଅରବିନ୍ଦ ମହାପାତ୍ର ଟିକେଟ ନ ପାଉଣୁ ବର୍ତ୍ତମାନ ତାଙ୍କ କର୍ମୀ ପାଟକୁରା ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବାବେଳେ ଅରବିନ୍ଦ ଙ୍କ କାର୍ଯ୍ୟକ୍ରମକୁ ପାଟକୁରା ବିଜେଡିକୁ ମନା କରାଯାଇଛି।ସେମାନଙ୍କୁ ଡକା ନଯାଇ ଥିବା ସେ କହୁ ଥିବାବେଳେ ବିଜୟ ମହାପାତ୍ର ଙ୍କ ପୁଅ ଅରବିନ୍ଦ କୁହନ୍ତି ଯେ ଆମେ ସେମାନଙ୍କୁ ଧିରେ ଧିରେ ମ୍ୟାନେଜ କରିବୁ ।
ଆମେ ଗୋଟିଏ ପରିବାର ହୋଇସାରିଛୁ।କିନ୍ତୁ ଗୋଟିଏ କଥା ସାମ୍ନାକୁ ଆସିଲା ବାପା ବିଜେପି ପୁଅ ବିଜେଡି କେମିତି ଘଟଣା।କୋଉଠୁ କିଏ ଲଢ଼ିବେ । ବର୍ତ୍ତମାନ ସ୍ପଷ୍ଟ ନହେଉଥିବାବେଳେ ବିଭିନ୍ନ ମତ ଆସିଲାଣି ଯେ ପାଟକୁରା ର ସ୍ବାଭିମାନ କଥା କହୁଥିବା ବିଜୟ ମହାପାତ୍ର ବର୍ତ୍ତମାନ ଦୋଛକିରେ ଛିଡ଼ା ହୋଇଛନ୍ତି। ତାଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ। ବର୍ତ୍ତମାନ ତାଙ୍କର ବିଜେପିରେ ଅଭିନୟ କଣ ରହିବ ଏବଂ ତାଙ୍କ ପୁଅ ଙ୍କ ବିଜେଡିରେ ଅଭିନୟ କଣ ରହିବ ତାହାକୁ ନେଇ ଚର୍ଚ୍ଚା,ପର୍ଯ୍ୟାଲୋଚନା, ଆଲୋଚନା ଅନେକ ଚାଲିଛି।
ତାରି ଭିତରେ ଗୋଟିଏ କଥା ସାମ୍ନାକୁ ଆସିଲାଣି ଯେ ବିଜୟ ମହାପାତ୍ର ବିଜେପିରେ ତାଙ୍କ ପୁଅ ବିଜେଡିରେ, ବିଜେପି ବିଜେଡି ବର୍ତ୍ତମାନ ଏକ ହେବେ ନା ବିଜେଡିକୁ ଭାଙ୍ଗିଦେବେ।ବିଜୟ ମହାପାତ୍ର ୪୦ବିଧାୟକ ଆଣି ଭାଙ୍ଗି ଦେବେ ନା ତାଙ୍କ ପୁଅ ପୁଣି ବିଜୟ ମହାପାତ୍ର ଙ୍କ ପରି ଧକ୍କା ଖାଇବେ ବିଜେଡିରୁ ଠିକ୍ ଟିକେଟ ପାଇଲା ବେଳେ।ଏହାକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ଧରିଥିବାବେଳେ ପାଟକୁରା ନିର୍ବାଚନ ମଣ୍ଡଳୀର ସ୍ବାଭିମାନ ରଖିବେ ବିଜୟ ମହାପାତ୍ର ନା ପୁଣି ପୁଅ ପରି ନିଜେ ବିଜେଡିରେ ମିଶି ପାଟକୁରା ର ସ୍ବାଭିମାନ କୁ ନଷ୍ଟ କରିବେ।ସେ କଥା ନେଇ ଆଲୋଚନା, ପର୍ଯ୍ୟାଲୋଚନା ଆରମ୍ଭ ହେଲାଣି।ଆଉ ଲୋକଙ୍କର ଚର୍ଚ୍ଚା ଜୋର ଧରିଲାଣି ଚାହା ଖଟିଠୁ ଆରମ୍ଭ କରି ବିଭିନ୍ନ ଜାଗାରେ।