ଗଞ୍ଜେଇ ବେପାର ପାଇଁ ବନ୍ଧା ପଡିଲା ସାଙ୍ଗ


ଆର,ଉଦୟଗିରି(ମନୋଜ କୁମାର ପିଢୀ/୨୨/୩/ ଗଞ୍ଜେଇ ବେପାର ପାଇଁ ବନ୍ଧା ପଡିଲା ସାଙ୍ଗ । ଅପହରଣ ମାମଲା ଦାୟର ପରେ ପୁଲିସ ତଦନ୍ତ କରି ଘଟଣାର ପର୍ଦାଫାସ କରିବା ସହ ଅପହୃତ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଘଟଣା ପ୍ରକାରେ ମୋହନା ବ୍ଳକ ଅଡବା ଥାନା ରାଇଜୁକା ଗ୍ରାମର ଆଲୋକ ମାଝୀ ଗଞ୍ଜାମ ଜିଲ୍ଲା କୋଦଳ ଅଞ୍ଚଳର ଏକ ଗଞ୍ଜେଇ ରାକେଟ  ସହ କାମ କରୁଥିଲେ । ଉକ୍ତ ରାକେଟରେ ବହୁ ଯୁବକ ସଂଶ୍ଳିଷ୍ଟ ଥିବାବେଳେ ଆଲୋକ ଗଜପତି ରୁ ଗଞ୍ଜେଇ ନେଇ ସେଠାରେ ଦେଇଥାନ୍ତି । ତେବେ ରାକେଟର ଅନ୍ୟ ସଦସ୍ୟଙ୍କ ଅଜାଣତରେ ଆଲୋକ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ କାହାକୁ ବିକ୍ରି କରି ଦେଇଥିଲେ ।

ଏହି ଘଟଣାକୁ ନେଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହ ବକେୟା ଟଙ୍କା ହିସାବ ଆଲୋକକୁ ମାଗିଥିଲେ ରାକେଟର ସଦସ୍ୟ । କିନ୍ତୁ ଗତ ୧୬ ତାରିଖରେ ଆଲୋକ ରାଇଜୁକା ଗ୍ରାମର ପ୍ରାନ୍ତର ନୟକ ତଥା ନିଜ ସାଙ୍ଗକୁ ବାହାନା କରି କୋଦଳା ନେଇଯାଇଥିଲା । ସେଠାରେ ସାଙ୍ଗ ପ୍ରାନ୍ତରକୁ ରାକେଟର ଅନ୍ୟ ସଦସ୍ୟଙ୍କ ପାଖରେ ବନ୍ଧା ରଖିବା ସହ ଟଙ୍କା ଯୋଗାଡ କରି ଦେଲେ ସଙ୍ଗକୁ ନେବେ ବୋଲି କହି ଚାଲିଆସିଥିଲା । ତା ପରଠାରୁ ଫେରାର ରହିଛି ଆଲୋକ । ଏନେଇ ପ୍ରାନ୍ତର ପରିବାର ଲୋକେ ଅଡବା ଥାନାରେ ସେ ନିଖୋଜ ଥିବାନେଇ ଅଭିଯୋଗ କରିଥିଲେ ।

ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା କୋଦଳା ପୁଲିସ ସହାୟତାରେ ଅଡବା ପୁଲିସ ବୁଧବାର ସକାଳେ ପ୍ରାନ୍ତରଙ୍କୁ କୋଦଳା ଥାନା ଅଞ୍ଚଳ ଜୋଗୀୟକୂଳ ଗ୍ରାମର ପ୍ରମୋଦ ସାହୁଙ୍କ ଘରୁ ଉଦ୍ଧାର କରିଥିଲେ । ଅଟକ ରଖିଥିବା ଯୁବକ ତାଙ୍କୁ ପ୍ରବଳ ମାଡ ମାରିଥିବା ଉଦ୍ଧାର ହେବାପରେ ପ୍ରାନ୍ତର କହିଛନ୍ତି । ଗୁରୁବାର ପ୍ରାନ୍ତରଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଅଡବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।  

Leave A Reply

Your email address will not be published.