ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ ।

ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ । ପ୍ରେସମିଟ କରି ସୂଚନା ଦେଲେ ଭର୍ତ୍ତୁହରି । କହିଲେ, ଭଗ୍ନ ହୃଦୟର ସହ ବିଜେଡିରୁ ଇସ୍ତଫା ଦେଇଛି । ଅପରାହ୍ନ ୪ଟାରେ ପଠାଇଛି ଚିଠି । ବନ୍ଧନରେ ରହିଲା ଭଳି ଅନୁଭବ କଲାପରେ ଇସ୍ତଫା ଦେଇଛି । ମୋ ଧୈର୍ଯ୍ୟର ସୀମା ଅତିକ୍ରମ କରିଛି । ଅଢେଇ ବର୍ଷ ହେବ ଆଉ କିଛି ମତ ପ୍ରକାଶ କରୁନାହିଁ । ଦଳ ତିଆରି ହେବା ବେଳେ ଗୋଟେ ଦାୟିତ୍ୱ ଥିଲା । ଏବେ ତାହା ହଜି ସାରିଛି । ମୁଁ ଦଳରୁ ବାହାରକୁ ଗଲେ ଓଡିଶା ଗଢିପାରିବି । ୧୯୯୭ ମସିହାରେ ଯେଉଁ ଲକ୍ଷ୍ୟ ନେଇ ବିଜେଡି ଗଠନ ହୋଇଥିଲା ତାହାକୁ ପୂରଣ କରିବି ।

ନିଜ ନାଁରେ ଚାର୍ଜଫ୍ରେମ୍‌ ନେଇ ଶ୍ରୀ ମହତାବ କହିଛନ୍ତି, ରାଜ୍ୟରେ ବିଜେଡି ଶାସନ ଚାଲିଛି। ମୋକଦ୍ଦମା କରିଛି ବିଜେଡି ସରକାର। ତାହା ପୁଣି ବିଜେଡି ସାଂସଦ ବିରୋଧରେ ଓ ୧୩ ବର୍ଷ ପରେ। ଏତେ ପରେ କ’ଣ ସବୁ କଥା ବୁଝାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବିଜେପିରେ ମିଶିବା ପ୍ରଶ୍ନରେ ଭର୍ତ୍ତୃହରି ମହତାବ କହିଛନ୍ତି, ଜଣେ ବନ୍ଧୁ ହିସାବରେ ପଚାରୁଛି ମୋତେ କ’ଣ କରିବା ଦରକାର? ବିଜେପିରେ ମିଶିବା କଥା ବର୍ତ୍ତମାନ ସୁଦ୍ଧା ଚିନ୍ତା କରିନାହିଁ। ଆଜି ବିଜେଡିରୁ ଇସ୍ତଫା ଦେଇଛି। ଆଗକୁ କ’ଣ କରିବି ସମୟ କହିବ ବୋଲି ଭର୍ତ୍ତୃହରି କହିଛନ୍ତି।

Leave A Reply

Your email address will not be published.