ବୌଦ୍ଧ: ଅସହ୍ୟ ହେଲାଣି ରୌଦ୍ର ତାପ । ତାତି ବଢ଼ିବା ସାଙ୍ଗକୁ ବଢ଼ୁଛି ଜଳକଷ୍ଟ । ଏବେଠୁ ଦେଖାଗଲାଣି ପାଣି ସମସ୍ୟା । କୂଅ, ପୋଖରୀରେ ଶୁଖିଗଲାଣି ଜଳ । କେଉଁଠି ପାଣି ଟାଙ୍କି ଅଚଳ ତ ଆଉ କେଉଁଠି ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ବହୁ ଦୂର। ନିର୍ମାଣ ହୋଇଛି ପାଣି ଟାଙ୍କି ପାଣି ପାଇଁ ଦିଆଯାଇଛି କନେକ୍ସନ ହେଲେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ବ୍ଲକର ମୁଣ୍ଡାପଡ଼ା ଗ୍ରାମ ପଞ୍ଚାୟତରେ କୂଅ ପାଣିକୁ ନିର୍ଭର କରୁଛନ୍ତି ଗ୍ରାମବାସୀ ।
୨୦୦ ଶହ ପରିବାର ବସବାସ କରନ୍ତି । ଏବେ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ମୁଣ୍ଡାପଡ଼ା ଗ୍ରାମବାସୀ । ଗୋଟିଏ କୂଅ ଉପରେ ପାଖାପାଖି ଦୁଇଶହ ପରିବାର ନିର୍ଭର କରୁଥିବା ବେଳେ ଅନ୍ୟମାନେ ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରୁଛନ୍ତି । ବୌଦ୍ଧ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମୁଣ୍ଡାପଡ଼ା ଗ୍ରାମବାସୀ ପିଇବା ପାଣି ଯୋଗାଇ ଦେବା ପାଇଁ ବସୁଧା ଥାଇ ମଧ୍ୟ ପାଣି ଆସୁନି ଯାହା ଫୋଲରେ ପିଇବା ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ ।
ପାଣିର ସମସ୍ୟା ଦୂର ହେବ କେବେ । ପ୍ରଶାସନ ଅବହେଳା ଓ ବସୁଧା ଯୋଜନା ଫେଲେ ମାରିଛି ମୁଣ୍ଡାପଡ଼ା ଗ୍ରାମରେ । ଲେଖା ବଡ଼ ବଡ଼ ହେଲେ କାମ ଦୁର୍ବଳ କେବେ ହେବ ପିଇବା ପାଣି ସମସ୍ୟା ଦୂର ତାହା ଦେଖିବା ବାକି ରହିଲା ।