ସକାଳର ଖବର, ୦୧-ଏପ୍ରିଲ -୨୦୨୪, ସୋମବାର


➡️୧-ଆଜି ଚୈତ୍ର କୃଷ୍ଣ ସପ୍ତମୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ।ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ।

➡️୨-ବିିଭିନ୍ନ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ବା (CUET UG)-୨୦୨୪ର ଆବେଦନ ଅବଧି ଏପ୍ରିଲ ୫ ତାରିଖ ଯାଏଁ ହେଲା ବୃଦ୍ଧି l ପୂର୍ବରୁ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଥିଲା ।

➡️୩-ଉତ୍ତରପ୍ରଦେଶର ମିରଟରେ ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ବିରୋଧୀଙ୍କ ଉପରେ ଦୁର୍ନୀତି ପ୍ରସଙ୍ଗରେ ପ୍ରବଳ ବର୍ଷିଲେ l

➡️୪-ଶ୍ରୀଲିଙ୍ଗରାଜ ମନ୍ଦିରରେ ଏଣିକି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳୁ ମିଳିବ ଅବଢ଼ା l ଭୋର୍‌ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବ l

➡️୫-ଆଜିଠାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଲାଗୁ ହେବ ନୂଆ ଆୟକର ନିୟମ । ନୂଆ ରେଜିମରେ ମିଳିବ ଅନେକ ନୂଆ ସୁବିଧା ।

➡️୬-୮୯ତମ ଉତ୍କଳ ଦିବସ ଅବସରରେ ପୁରୀ ବେଲାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଛଅ ଟନ୍ ବାଲିରେ ବନ୍ଦେ ଉତ୍କଳ ଜନନୀ ବାଲୁକା କଳା ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଲେ ଅଭିନନ୍ଦନ l

➡️୭-୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍‌ଡେଟ୍‌ l ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍‌ଡେଟ୍‌ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଦିଆଗଲା ଆହ୍ବାନ l

➡️୮-ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ କଲେ କେନ୍ଦ୍ର ସରକାର l ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ର କେଜି ଡି୬ ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ MBTU (ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ) ପ୍ରତି ୯.୮୭ ଡଲାରରେ ପରିଣତ ହେବ।

➡️୯-ଏଣିକି ଅନଲାଇନ୍ ଠକେଇ ଉପରେ ଲାଗିବ ଲଗାମ୍, ଖୁବଶୀଘ୍ର ଆସୁଛି ରିଜର୍ଭ ବ୍ୟାଙ୍କର ‘ଡିଜିଟା’ l ଏହା ନକଲି ଆପ୍ସର ଚିହ୍ନଟ ଏବଂ ଡିଜିଟାଲ ଠକେଇର ପ୍ରତିରୋଧକୁ ମଧ୍ୟ ସହଜ କରିବ ।

➡️୧୦-ଭାରତରେ ଇଲେକ୍ଟ୍ରିକ୍ ପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ୫୦୦ କୋଟି ଟଙ୍କାର ନୂଆ ଯୋଜନା ଆଜି ଲାଗୁ ହେବ ଏବଂ ଏହା ଜୁଲାଇ ଶେଷ ପର୍ଯ୍ୟନ୍ତ ଜାରି ରହିବ ।

➡️୧୧-ସମଗ୍ର ଭାରତ ବର୍ଷରେ ଚାନ୍ଦା ଆଦାୟରେ ବିଜେଡି ହେଲା ୫ମ ବୃହତ୍‌ ଆଞ୍ଚଳିକ ଦଳ l

➡️୧୨-ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ବିଭିନ୍ନ ଅଂଶରେ ପ୍ରବଳ ଝଡ଼ବର୍ଷା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୦ ଜଣ ହୋଇଛନ୍ତି ଆହତ l

➡️୧୩-ପୃଥିବୀଠାରୁ ପୁରାତନ ଉଲ୍ଲକାପିଣ୍ଡର ମିଳିଲା ସନ୍ଧାନ, ବୟସ ପାଖାପାଖି ୪.୬ ବିଲିୟନ୍ ବର୍ଷ l ୨୦୨୦ ମେ ମାସରେ ସାହାରାର ଆଲ୍ଜେରିଆରୁ ମିଳିଥିଲା ଏହି ଉଲ୍ଲକାପିଣ୍ଡ ।

➡️୧୪-କଂଗ୍ରେସକୁ ପୁଣି ଲାଗିଲା ୧,୭୪୫ କୋଟିର ଝଟ୍‌କା, ଆୟକର ବିଭାଗ ପଠାଇଲା ନୋଟିସ୍‌ l ଆଜି ଏହାର ଶୁଣାଣି ହୋଇପାରେ।

➡️୧୫-ନିର୍ବାଚନ ପୂର୍ବରୁ ରାମଲୀଳା ମୈଦାନରେ ଏକାଠି ହେଲେ ଇଣ୍ଡିଆ ମେଂଟର ନେତା । ନିର୍ବାଚନ ଜିତିବାକୁ ବିଜେପି ମ୍ୟାଚ ଫିକ୍ସିଂ କରୁଛି ବୋଲି ବିରୋଧୀ କଲେ ଦାବି l ମହାରାଲିରେ ୫ ସୂତ୍ରୀ ଦାବି ରଖିଲା INDIA ମେଣ୍ଟ l

➡️୧୬-ଉଠିଲା ୧୦୦ ବର୍ଷର କଟକଣା, ଏଠାରେ ଦାଢ଼ି ବଢ଼ାଇ ପାରିବେ ସୈନିକ l

➡️୧୭-ହସ୍ପିଟାଲରେ ଭର୍ତ୍ତି ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ସୂଚନା ଦେଲା ‘ମୋସାଦ’ l

➡️୧୮-ଆଇପିଏଲର-୨୦୨୪ : ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ l

➡️୧୯-ଭାରତୀୟ ମହିଳା ଲିଗ୍-୨ରେ ଦୁଇ ମହିଳା ଖେଳାଳିଙ୍କୁ ନିର୍ଯାତନା ଘଟଣାର ଯାଞ୍ଚ କରିବ ସ୍ବତନ୍ତ୍ର କମିଟି l

➡️୨୦-ଭାରତୀୟ ଟେନିସ୍ କିଂଦବନ୍ତି ରୋହନ ବୋପାନ୍ନା ମିଆମି ଓପନ୍ ପୁରୁଷ ଡବଲ୍ସ ଟ୍ରଫି ଜିତିବା ସହ ରଚିଲେ ଐତିହାସିକ ସଫଳତା l ଏହି ବିଜୟ ସହ ବୋପାନ୍ନା ପ୍ରଥମ ଥର ମିଆମି ଓପନ୍ ମାଷ୍ଟର୍ସ ୧୦୦୦ ଟ୍ରଫି ଜିତିଛନ୍ତି।

➡️୨୧-ଇତିହାସ ରଚିଲେ ଏମଏସ ଧୋନୀ, ଓ୍ଵିକେଟ୍ ପଛରେ ୩୦୦ ଶିକାର କରିବାରେ ହେଲେ ପ୍ରଥମ ଓ୍ଵିକେଟ୍ କିପର l

➡️୨୨-CSK Vs DC : ମହେନ୍ଦ୍ର ସିଂ ଧୋନିଙ୍କ ଚମତ୍କାର ଇନିଂସ ସ୍ୱତ୍ତ୍ୱେ ଚେନ୍ନାଇ 20 ରନରେ ହେଲା ପରାସ୍ତ ।

Leave A Reply

Your email address will not be published.