୧-ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡିଶା, ଆଜିଠାରୁ ଆହୁରି ତାତି ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ୬ ତାରିଖ ମଧ୍ୟରେ ୨ରୁ ୩ ଡିଗ୍ରୀ ବଢିପାରେ ଦିନ ତାପମାତ୍ରା।
୨-ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି:ବିଧାନସଭା ପାଇଁ ୨୭ ଓ ଲୋକସଭା ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ।
୩-ଭୁବନେଶ୍ୱର -ନୂଆଦିଲ୍ଲୀ ବନ୍ଦେ ଭାରତ ଚାଲିପାରେ।
୪-ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା, ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଦଳରେ ଯୋଗ ଦେଲେ।
୫-ଭୁବନେଶ୍ୱର: କଡାକଡି ହେବ ଟ୍ରାଫିକ ନିୟମ,ସବୁ ଛକରେ ଲାଗିବ ଜେବ୍ରା କ୍ରସିଂ ଲାଇଟ୍।
୬-ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ୱ: ବିଜେଡ଼ି ନିର୍ବାଚନ ଇସ୍ତାହାର କମିଟିର ହେଲେ ଅଧ୍ୟକ୍ଷ।
୭-ଭୁବନେଶ୍ୱର:୨୦୨୪-୨୫ ଶିକ୍ଷାବର୍ଷ ପାଇଁ ପାଠପଢ଼ା ଆରମ୍ଭ।
୮-ବିଧାନସଭା ଟିକେଟ ଘୋଷଣା କଲା ସିପିଆଇ(ଏମ): ଚତୁର୍ଥ ଥର ପାଇଁ ବଣାଇର ବିଧାୟକ ପ୍ରାର୍ଥୀ ହେଲେ ଲକ୍ଷ୍ମଣ ମୁଣ୍ଡା।
୯-ଭୁବନେଶ୍ୱର:କିମସରେ ପ୍ରୋଷ୍ଟେଟ କର୍କଟ ରୋଗର ସଫଳ ଚିକିତ୍ସା।
୧୦-ସୋର: ବିଜେଡ଼ି ଛାଡିଲେ ବିଧାୟକ ପର୍ଶୁରାମ ଧଡ଼ା। ସୋର ପ୍ରାର୍ଥୀ ନ ବଦଳାଇଲେ ବିଜେପି କର୍ମୀଙ୍କ ଇସ୍ତଫା ଧମକ।
୧୧-କଟିଲା ବିବାଦୀୟ ନେତାଙ୍କ ଟିକେଟ୍: ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ, ମାହାଙ୍ଗାରୁ ପ୍ରତାପଙ୍କୁ ମିଳିଲାନି ଟିକେଟ।
୧୨-ବିଜେଡିରେ ମିଶୁ ମିଶୁ ଭୃଗୁ ଓ ମନ୍ମଥଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଅପରାଜିତାଙ୍କ ବିରୋଧରେ ମନ୍ମଥ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡିର ଉପହାର।
୧୩-ପୁରୀ: ହୋଟେଲ କର୍ମଚାରୀଙ୍କୁ ତଣ୍ଟିକାଟି ହତ୍ୟା,ବୋମା ମାଡ଼ରେ ଆଇନଜୀବୀ ଗୁରୁତର।
୧୪-କମିଶନରେଟ ପୁଲିସ କବଜାରେ ଧରାପଡିଛନ୍ତି ୧୧ ଜଣିଆ ଏରାଗୋଲା ଗ୍ୟାଙ୍ଗ,କରୁଥିଲେ ଲୁଟ୍।
୧୫-ମୋହନା:୧୯୭ କିଲୋ ଗଞ୍ଜେଇ ଜବତ, ତିନି ଗିରଫ।
୧୬-ଭଉଣୀ ପ୍ରିୟଙ୍କାଙ୍କୁ ସାଥୀରେ ନେଇ ୱାୟନାଡ ଆସନରୁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ । କହିଲେ, ଆପଣଙ୍କ ସାଂସଦ ହେବା ମୋ ପାଇଁ ଗର୍ବର ବିଷୟ ।
୧୭-AAIରେ ପୂରଣ ହେବ ୪୯୦ ଜୁନିଅର ଏକ୍ଜେକ୍ଯୁଟିଭ ପଦବୀ; ଦରମା ୧.୪ଲକ୍ଷ ଟଙ୍କା, https://www.aai.aeroରେ ଆବେଦନ କରନ୍ତୁ।
୧୮-ଘରୋଇ ନିବେଶ ସହ ତାଳ ଦେଇ ବଢ଼ୁଛି ଭାରତର ଅଭିବୃଦ୍ଧି, ୨୦୨୪ରେ ୭.୫%।
୧୯-ଅବକାରୀ ନୀତି ମାମଲା, କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ସଂରକ୍ଷିତ।
୨୦-ଗଣମାଧ୍ୟମରେ ଔଷଧ ଦର ବୃଦ୍ଧି ସମ୍ପର୍କିତ ପ୍ରକାଶିତ ଖବର ବିଭ୍ରାନ୍ତିକର ଓ ମିଥ୍ୟା: ସରକାର।
୨୧-IPL: ନାରାୟଣ, ରଘୁବଂଶୀଙ୍କ ପ୍ରହାର; ଦିଲ୍ଲୀକୁ ହରାଇ ଶୀର୍ଷରେ କଲକାତା।
୨୨-ତାଇୱାନରେ ଭୂମିକମ୍ପ:୯ ମୃତ ,୧୦୦୦ ଆହତ– ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏