ପାରଦ ୪୬ ଡିଗ୍ରୀ ଛୁଇଁବ

ଚଳିତ ବର୍ଷ ଏପ୍ରିଲ ମାସରେ ତାତି ରେକର୍ଡ ଭାଙ୍ଗିଥିବା ବେଳେ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଗତ ୨୪ ଘଂଟାରେ ଟ୍ୱିନ ସିଟି କଟକ ଭୁବନେଶ୍ୱର ସମେତ ରାଜ୍ୟର ୩୩ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୧୪ଟି ସହରର ତାପମାତ୍ରା । ଆଗାମୀ ୨ରୁ ୩ଦିନ ମଧ୍ୟରେ ତାପାମାତ୍ରାରେ ଆହୁରି ବୃଦ୍ଧି ଘଟିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି ।

ଏଭଳି ହେଲେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ ଜିଲ୍ଲାରେ ତାପମାତ୍ରା ୪୬ ଡିଗ୍ରୀ ମଧ୍ୟ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି । ଭୀଷଣ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଥିବାରୁ ଭୁବନେଶ୍ୱର ଓ କଟକ ସହର ସମେତ ୧୩ଟି ସହର ପାଇଁ ରେଡ୍ ଏବଂ ୧୫ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.