ଖବର ଆଜିର ତାରିଖ:୧୮/୦୫/୨୪, ଶନିବାର

୧-ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର,ବିରୋଧିଙ୍କୁ ବିଶ୍ବାସ ନ କରି ଶଙ୍ଖକୁ ଭୋଟ ଦେବାକୁ କଲେ ଅପିଲ।

୨-ବିଜେପିର କେନ୍ଦ୍ରିୟ ନେତାମାନଙ୍କୁ ନବୀନଙ୍କ ନିଶାଣ: ନିର୍ବାଚନ ବେଳେ ଓଡ଼ିଶା ଆସନ୍ତି ‘ରାଜନୈତିକ ପର୍ଯ୍ୟଟକ’।

୩-ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ କନ୍ଧମାଳରେ ୧୪୪ ଧାରା ଜାରି।କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ।

୪-ବିଜେପିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ।

୫-ଭୁବନେଶ୍ୱର:ପରିବହନ ମନ୍ତ୍ରଣାଳୟର ଖୋଳତାଡ଼; ରାସ୍ତାରେ ଗଡୁଛି ୭୪୪୨ଖତରା ଗାଡ଼ି।

୬-ଭୁବନେଶ୍ୱର:ମେ ଶେଷ ସପ୍ତାହରେ ପ୍ରକାଶ ପାଇବ CHSE ପରୀକ୍ଷା ଫଳ।

୭-ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକ ବିଜେପିରୁ ବିଦା, ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ ଦଳରୁ ବହିଷ୍କୃତ।

୮-କଟକରେ କିଶୋର ନଗର ଠାରେ ରୋଡ଼ ଶୋ କଲେ ଡ୍ରିମ୍ ଗାର୍ଲ ହେମାମାଳିନୀ।

୯-ବ୍ୟାସନଗର:କଳହର କରୁଣ ପରିଣତି;ଘରେ ପୂରେଇ ନିଆଁ ଲଗେଇ ଦେଲେ ସ୍ତ୍ରୀ।

୧୦-ଓଡ଼ିଶାରେ ଏବେବି ୨୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମିଳିପାରି ନାହିଁ, ରାଉରକେଲାରେ କହିଲେ ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା।

୧୧-ଖଲ୍ଲିକୋଟ ହତ୍ୟା ଘଟଣା ତଦନ୍ତ କରିବ ଏସଆଇଟି, ଏସଆଇଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବ।

୧୨-ସଖି ବୁଥରେ ମହିଳା ପୋଲିଂ ଏଜେଣ୍ଟ ଦେବା ଉପରେ ଗୁରୁତ୍ୱାରୋପ, ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧ।

୧୩-କେନ୍ଦ୍ରାପଡା : ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ,ମୃତ କଏଦୀ ଜଣକ ହେଲେ ଆଳି ଥାନା ଅନ୍ତର୍ଗତ ବରୁଣାଡିହ ଅଞ୍ଚଳର ରଞ୍ଜନ ମଲିକ।

୧୪-ପ୍ରଧାନମନ୍ତ୍ରୀଙ୍କ ପୁଣି ଓଡ଼ିଶା ଗସ୍ତ, ମେ ୧୯ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୦ରେ ପୁରୀ, କଟକ ଓ ଅନୁଗୁଳରେ କରିବେ ପ୍ରଚାର।

୧୫-ନିଳଗିରି:ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ, ୮ ଲକ୍ଷ ଟଙ୍କା ଜରିମାନା।

୧୬-ଚନ୍ଦନେଶ୍ଵର: ଅନ୍ତ୍ୟେଷ୍ଟି ପାଇଁ ଆସୁଥିବା ଆତ୍ମୀୟଙ୍କ ଅନ୍ତିମ ଯାତ୍ରା,୪ ମୃତ,୬ ଗୁରୁତର।

୧୭-ବଡ଼ବିଲ ପୋଲିସର ଚେକିଂ ବେଳେ ୧୩ ଲକ୍ଷ ଟଙ୍କା ଜବତ।

୧୮-ଆଠଗଡ଼:୩୨୦୦ଲିଟର ମଦ ସହ ଦୁଇ ଗାଡି ଜବତ, ଜଣେ ଗିରଫ।

୧୯-ଦେଶର ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ୬୯.୧୬% ମତଦାନ।

୨୦-ଆରମ୍ଭ ହୋଇଛି UPSC CDS 2 ପାଇଁ ଆବେଦନ; ୪୫୯ ପଦବୀ ପାଇଁ ଚାଲିଛି ଆବେଦନ।

୨୧-ମୁମ୍ବାଇ: ଲକ୍ଷ୍ନୌ ଠାରୁ ହାରି ଟେବୁଲ୍ ଶେଷରେ ରହିଲା ମୁମ୍ବାଇ।

୨୨-ଥାଇଲାଣ୍ଡ ଓପନ୍ ସେମିଫାଇନାଲରେ ସାତ୍ଵିକ-ଚିରାଗ ଓ ଅଶ୍ୱିନୀ-ତନିଶା।

୨୩-ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ମାମଲା – ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.