ଜୀବନ ଯୁଦ୍ଧରେ ହାରିଗଲେ ପାୟଲ ଦାଶ । ମା’ ଇନ୍ଦୁ ଦାଶ ଏବେ ବି ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଦାନୀପାଲି ଅଞ୍ଚଳରେ ଘଟିଛି।
ଗତ ୧୪ ତାରିଖ ସକାଳେ ଇନ୍ଦୁ ଦାଶ ଓ ଝିଅ ପାୟଲ ଦାଶ ନିଜ ଲେଡିଜ ଟେଲର ଦୋକାନକୁ ଯାଉଥିଲେ। ମାତ୍ର ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଅଭିଯୁକ୍ତ ସୁରଜ ହାତୀ ଅତର୍କିତ ଭାବେ ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଜାଗାବାଡ଼ିକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ଆକ୍ରମଣରେ ଗୁରୁତର ଉଭୟ ମା’ ଝିଅଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ବୁର୍ଲାର ଏକ ଘରୋଇ ନର୍ସିଂ ହୋମରେ ଝିଅ ପାୟଲ ଦାସ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥାରେ ଅବନତି ଘଟିଲା। ଏହାପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି । ଅନ୍ୟ ପକ୍ଷରେ ମା’ ଇନ୍ଦୁ ଦାଶ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।