ଜ୍ୱରରେ ମହାପ୍ରଭୁ : ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼

ନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଶିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା । ରତ୍ନବେଦୀରେ ପୂଜା ପାଇବେ ପଟି ଦିଅଁ । ଏହି ଅଣସର ସମୟରେ ବ୍ରହ୍ମଗିରରି ଅଲାନାଥ ପୀଠ ପାଲଟିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ।

ଶ୍ରୀଜିଉ ଅଣସର ଘରେ ଥିବାରୁ ବ୍ରହ୍ମଗିରିର ଅଲାରନାଥ ପୀଠରେ ଆଜିଠାରୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଭୋରରୁ ଅଲାରନାଥ ପୀଠରେ ଦ୍ୱାର ଫିଟା, ମଙ୍ଗଳ ଆଳତି ଓ ତଡ଼ପଲାଗି ନୀତି ପରେ ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିଛି। ବିଶ୍ୱାସ ରହିଛି ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ। ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କଲେ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେହି ଫଳ ପ୍ରାପ୍ତି ହୋଇଥାଏ। ଶ୍ରୀମନ୍ଦିର ଭୋଗନୀତି ପରି ଅଲାରନାଥ ପୀଠରେ ମଧ୍ୟ ଭୋଗ ହୁଏ ।

Leave A Reply

Your email address will not be published.