କର୍ମୀ ପାଳନ କଲେ ବବିଙ୍କ ଜନ୍ମଦିନ

ବଡ଼ଚଣା: ଗୋଟେ ପଟେ ସରକାରୀ କ୍ଵାଟରରେ ଅଲିଶାନ ବଙ୍ଗଳା କରିବା ଓ ବିଜେଡି ସରକାର ଯିବା ପରେ ରାତା ରାତି ତାକୁ ମାଟିରେ ମିଶେଇ ଦେଇ ଚର୍ଚ୍ଚାରେ ଥିବା ବେଳେ । ଅନ୍ୟ ପେଟ ବିଜେଡି ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଧୁମ ଧାମରେ ପାଳନ କଲେ ବଡ଼ଚଣା ବ୍ଲକର ନେଳିଆ ଓ ୩ଟି ପଞ୍ଚାୟତର ବିଜେଡି କର୍ମୀ ଓ ତାଙ୍କୁ ଭଲ ପାଉଥିବା ସମର୍ଥକ ମାନେ | ଏନେଇ ଶୁକ୍ରବର ଦିନ ଛତିଆ ପଞ୍ଚାୟତର ଅମରାବତୀ ନିକଟସ୍ଥ ସରକାରୀ କଲ୍ୟାଣୀମଣ୍ଡପରେ ବାଣ ଫୁଟାଇ କେକ କାଟି ବବିଙ୍କ ଜନ୍ମଦିନକୁ ଧୁମ ଧାମରେ ପାଳନ କରିଛନ୍ତି|

ଏହି କାର୍ଯ୍ୟକ୍ରମରେ ତିନୋଟି ପଞ୍ଚାୟତର ଆଗଧାଡ଼ିର ବିଜେଡି ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳିଥିଲା | ବିଜେଡି ନେତା ତଥା କ୍ୟାପଟେନ ରାଜନାରାୟଣ ମହାପାତ୍ର , ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,କୋଲଣଗିରି ପୂର୍ବତନ ସରପଞ୍ଚ ଜ୍ଞାନରଞ୍ଜନ ସାହୁ ସୋଲାର ସରପଞ୍ଚ ବିଜୟ ସ୍ୱାଇଁ, ସମିତି ସଭ୍ୟ ସଂଜୟ ବେହେରା ,ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ପୂର୍ବତନ ବ୍ଲକ ଅଧକ୍ଷ ପ୍ରହ୍ଲାଦ ନନ୍ଦ, ଧନେଶ୍ୱର ବେହେରା, ଧୀରେନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତିରେ କେକ୍ କାଟି ବବିଙ୍କ ଦୀର୍ଘାୟୁ କାମନା କରିବା ସହ ସାଙ୍ଗଠନିକ ଆଲୋଚନା ମଧ୍ୟ ହୋଇଥିଲା |

ଏଥିରେ ବଡ଼ଚଣା ବିଜେଡିର ପରାଜୟକୁ ନେଇ ଦଳୀୟ ନେତୃବୃନ୍ଦ ମାନେ କିଛି ସମୟ ଆଲୋଚନା କରିଥିଲେ ଆଗାମୀ ଦିନରେ ଦଳକୁ ମଜବୁତ କରିବା ସହିତ ପଞ୍ଚାୟତ ଦଖଲ ପାଇଁ ବଡ଼ଚଣା ବିଜେଡି ବିରୋଧୀ ଦଳ ଭାବେ ସରକାରଙ୍କୁ କଡା ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିବ ବୋଲି ନେଳିଆ ସରପଞ୍ଚ ଜୟନ୍ତି ସ୍ବାଇଁ କହିଥିଲେ ଏବଂ ସୋଲର ପଞ୍ଚାୟତର ସମିତି ସଭ୍ୟ ସଞ୍ଜୟ ବେହେରା କହିଲେ ବିଜେଡ଼ି ସରକାର ଥିବା ବେଳେ ଯାହା ହୋଇନାହିଁ ତାହା ହାରିବା ପରେ ଦେଖିବକୁ ମିଳିଛି। ବିଜେଡ଼ି କର୍ମୀ ସମର୍ଥକ ମାନଙ୍କୁ ବିଜେପି କର୍ମୀ ମାନେ ମିଛ କେସେରେ ଫସେଇ ରାଜନୀତି ରୁଟି ସେକିବା ଆରମ୍ଭ କରିଛନ୍ତି। ବିଧାୟକ ଯେମିତି ଭାଷଣ ଦେଇଥିଲେ କି ବିଜେପି କର୍ମୀ ସମର୍ଥକ ମାନଙ୍କ ଉପରେ କିଏ ବି ଜଣେ ଆଙ୍ଗୁଠି ଦିଅନ୍ତି ତାହାକୁ କେବେହେଲେ କୌଣସି ମୋତେ ବରଦାସ୍ତ କରାଯିବାନେଇ କହିଥିଲେ ସେହିପରି ଆମେ ମଧ୍ୟ କହୁଛି ଯଦି ବିଜେଡ଼ି କର୍ମୀ ସମର୍ଥକ ମାନଙ୍କ ପାଇଁ ହାତ ଦିଅନ୍ତି ତାହାକୁ କେବେହେଲେ ସହଜ ରେ ଗ୍ରହଣ କରାଯିବନି ବିରୋଧୀ ଭାବେ ଏହାର ମୁଁହତୋଡ ଜବାବ ଦିଆଯିବ । ବଡ଼ଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ

Leave A Reply

Your email address will not be published.