୧-ଆଜିଠୁ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ, ବିରୋଧୀ ଦଳ ନେତା ଭୂମିକାରେ ନଜର ଆସିବେ ନବୀନ ।
୨-ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି,ଜଗିବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ।
୩-୨୪ ଘଂଟା ପରେ ବଦଳିଲା କ୍ରୀଡା ପୁରସ୍କାର ନାଁକୁ ନେଇ ନିଷ୍ପତ୍ତି, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ, ଜାରି ରହିବ ବିଜୁ କ୍ରୀଡ଼ା ପୁରସ୍କାର।
୪-ରାଉରକେଲା: ଡ୍ୟାମରେ ବୁଡ଼ି ୨ ମୃତ,ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ।
୫-ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
୬-ସ୍କୁଲ ବସ୍ ଗୁଡିକର ଅଗ୍ନି ନିରାପତ୍ତାକୁ ଗୁରୁତ୍ୱ । ଯାଂଚ ହେବ ସମସ୍ତ ସ୍କୁଲ ବସର ଅଗ୍ନି ନିରାପତ୍ତା ବ୍ୟବସ୍ଥା।
୭-ଭାଙ୍ଗିଲା ଓଡ଼ିଶା ପିସିସି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା।
୯-ବିନା ପ୍ରତିଦ୍ୱନ୍ଦିତାରେ FAOର ସଭାପତି ହେଲେ ସମୀର ଦେ।
୧୦-ରାଜ୍ୟରେ ଲାଗୁ ହେଲା ‘ପିଏମ୍ ଶ୍ରୀ ସ୍କୁଲ୍ ଯୋଜନା’।ରାଜ୍ୟର ପାଖାପାଖି ୮୦୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବାର ଯୋଜନା ରହିଛି।
୧୧-ବଣାଇ:ଚଢିଗଲା ଅଜଣା ଟ୍ରକ, ଘରକୁ ଫେରୁଥିବା ବେଳେ ଚାଲିଗଲା ୩ ଜଣଙ୍କ ଜୀବନ।
୧୨-ଉପରମୁଣ୍ଡରେ ନାହିଁ ବର୍ଷା, ହୀରାକୁଦରେ ୧୦ ଫୁଟ୍ କମ ପାଣି।
୧୩-ଭୁବନେଶ୍ୱର:ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ପଶ୍ଚିମରେ ପ୍ରବଳ ବର୍ଷିଲା ଲଘୁଚାପ।
୧୪-ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ଘଟଣାରେ ରାଜଭବନ ସାମ୍ନାରେ ବିଜେଡିର ଯୁବ ଛାତ୍ର ସଙ୍ଗଠନର ବିକ୍ଷୋଭ । କହିଲେ, ରାଜ୍ୟପାଳଙ୍କ ପୁଅକୁ ଗିରଫ କରାନଗଲେ ଆହୁରି ତୀବ୍ରତର ହେବ ଆନ୍ଦୋଳନ ।
୧୫-ରେଭେନ୍ସା ବିଶ୍ୱବିଦ୍ୟାଳୟ:ଗାଇଡ୍ ଅଭାବରୁ ଗବେଷଣା ବାଧାପ୍ରାପ୍ତ।
୧୬-ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ, ପୋଡିଗଲାଣି ତଳି।
୧୭-ପୁରୀ ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର।
୧୮-ଓଡ଼ିଶା ପୁରୁଷ ହକି : କନିଷ୍ଠ ଦଳ ଇଣ୍ଡିଆ ଇଷ୍ଟ ଜୋନ୍ ଚାମ୍ପିଅନ, ମହିଳା ଦଳକୁ ମିଳିଲା ତୃତୀୟ ସ୍ଥାନ।
୧୯-ନୂଆ ଦିଲ୍ଲୀ:ଅର୍ଥମନ୍ତ୍ରୀ ଆଜି ସଂସଦରେ ଉପସ୍ଥାପନ କରିବେ ‘ଇକୋନମିକ ସର୍ଭେ ରିପୋର୍ଟ-୨୦୨୩-୨୪’।
୨୦-ବିଶ୍ୱ ମହାକାଶ ସମ୍ମାନରେ ସମ୍ମାନିତ ହେବ ଚନ୍ଦ୍ରଯାନ-୩, ଅକ୍ଟୋବର ୧୪ରେ ମିଳିବ ପୁରସ୍କାର।
୨୧-ନେପାଳରେ ଓଲି ସରକାର ଜିତିଲେ ଆସ୍ଥା ଭୋଟ।
୨୨-ମାଇକ୍ରୋସଫ୍ଟ ତ୍ରୁଟିରେ ସୁଧାର, ସ୍ବାଭାବିକ ହେଉଛି ବିମାନ ସେବା।
୨୩-ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ନାଟକୀୟ ମୋଡ଼, ଲଢିବେନି ଜୋ ବାଇଡେନ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏