ଖବର ଆଜିର…ତାରିଖ ୨୮/୦୭/୨୦୨୪ ରବିବାର

1.ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଳୁ ସମସ୍ୟାର ସମାଧାନ ପାଇଁ ଆଲୋଚନା । ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ସାମିଲ ହୋଇ ଦିଲ୍ଲୀରେ ଅଛନ୍ତି । 

2.ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭରୁ ଭାରତ ନିରାଶ । ୧୦ ମିଟର ସୁଟିଂରେ ମିଳିତ ଟିମର ନୈରାଶ୍ୟଜନକ ପ୍ରଦର୍ଶନ । ଫାଇନାଲ୍ ପାଇଁ କ୍ବାଲିଫାୟାର ରାଉଣ୍ଡରୁ ବାଦ୍ ପଡ଼ିଛନ୍ତି ଭାରତୀୟ କ୍ରୀଡାବିତ୍ । ଫାଇନାଲରେ ପ୍ରବେଶ କରି ପାରିଲେନି ରମିତା ଜିନ୍ଦଲ ଓ ଅର୍ଜୁନ ବବୁତାଙ୍କ ଯୋଡ଼ି ।

3. ୧୨୫ କଏଦୀ HIV ପଜିଟିଭ ଚିହ୍ନଟ, ୨୦୦ ସିଫିଲିସ୍‌ରେ ଆକ୍ରାନ୍ତ: ତିହାର ଜେଲରୁ ଆସିଲା ଚାଞ୍ଚଲ୍ୟକର ଖବର ।

କଂଗ୍ରେସର ନୂଆ ମୁଖ୍ୟାଳୟ ‘ଇନ୍ଦିରା ଭବନ’ର ନିର୍ମାଣ ଶେଷ, ଅଗଷ୍ଟ ୧୫ରେ ହୋଇପାରେ ଉଦଘାଟନ ।

4 .ଓଡ଼ିଶାରେ ଆଳୁ ପିଆଜ ଚାଷକୁ ମିଳିବ ପ୍ରୋତ୍ସାହନ,୫୮ଟି ସବ୍‌ଡିଭିଜନରେ ହେବ ଶୀତଳ ଭଣ୍ଡାର:ମନ୍ତ୍ରୀ ।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା ହେବ ଦୂରଗାମୀ କ୍ଷେପଣାସ୍ତ୍ର, ସମୁଦ୍ରରେ ନ ରହିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ।

ବଙ୍ଗୋପସାଗରରେ ଜୁଲାଇ ୩୧ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ନେଇପାରେ ଲଘୁଚାପର ରୂପ, କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।

5. ୨୦୪୭ ସୁଦ୍ଧା ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା – ପ୍ରଧାନମନ୍ତ୍ରୀ ।

6 .କେନ୍ଦ୍ର ସରକାର ୨ ଓ ୩ ଚକିଆ ବିଦ୍ୟୁତ୍‌ ଉପରେ ରିହାତି ଅବଧିକୁ ଆଉ ୨ ମାସ ବୃଦ୍ଧି କରିଛନ୍ତି। ଇଲେକ୍ଟ୍ରିକ ‌ମୋବିଲିଟି ପ୍ରୋତ୍ସାହନ ଯୋଜନା ୨୦୨୪ ଅଧୀନରେ ଏହି ସୁବିଧା ମିଳୁଛି। ଉକ୍ତ ଯୋଜନାକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି ବୋଲି ଭାରି ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

7. ପ୍ୟାରିସ୍ ଅଲିମ୍ପିକ୍ସରେ ନିଆର ଦୃଶ୍ୟ, ଫଟୋ ସେସନ୍ ବେଳେ ପାର୍ଟନରଙ୍କୁ ବିବାହ ପାଇଁ ନିବେଦନ କଲେ ଖେଳାଳି ।

8 .ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ବିରାଜମାନ ରାମ ଲଲାଙ୍କ ମୂର୍ତ୍ତି ଉପରେ ପ୍ରଥମ ଥର ଏକ ଅନ୍ୟ ଦେଶ ଡାକଟିକେଟ୍ ଜାରି କରିଛି। ଦକ୍ଷିଣ-ପୂର୍ବ ଏସିୟ ଦେଶ ଲାଓସ୍ ପିଡିଆର ଶନିବାର ରାମ ଲଲାଙ୍କ ଉପରେ ଡାକଟିକେଟ୍ ଜାରି କରିଛି।

9 .ଭାରତୀୟ ହକି ଦଳ ଦମଦାର ପ୍ରଦର୍ଶନ କରି ବିଜୟରୁ ପ୍ୟାରିସ ଅଲିମ୍ପିକ୍ସର ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକର ମୁକାବିଲାରେ ୩-୨ରେ ମାତ୍ ଦେଇଛି।

10 .ବ୍ୟାଟିଂ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ପାଲ୍ଲିକଲରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌କୁ ୪୩ ରନରେ ଜିତି ନେଇଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି।

11. ପୁଣେ ଏକ୍ସପ୍ସେସ୍ ଟ୍ରେନରେ ଚା ବିକ୍ରେତାଙ୍କ ଅସାବଧାନତା ଯୋଗୁ ଶନିବାର ଦଳଚକଟା ଯୋଗୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ଯାତ୍ରୀ ଆହତ ହୋଇଛନ୍ତି।

12 .ବାଂଲାଦେଶରେ ‘ଷ୍ଟୁଡେଣ୍ଟସ୍ ଏଗେନଷ୍ଟ ଡିଷ୍କ୍ରିମିନେସନ’ର ତିନି ଜଣ ନେତାଙ୍କୁ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଢାକା ପୁଲିସର ଡିଟେକ୍ଟିଭ୍ ବ୍ରାଞ୍ଚର ହେପାଜତକୁ ନିଆଯାଇଥିଲା।

13. ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪ର ପଦକ ଇଭେଣ୍ଟ ଶନିବାର ଆରମ୍ଭ ହୋଇଛି। ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛି ଚାଇନା। ଚାଟେଉରକ୍ସଠାରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଫାଇନାଲରେ ଦକ୍ଷିଣ କୋରିଆକୁ ୧୬-୧୨ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି ଚାଇନା ପ୍ରତିଯୋଗୀ।

ସୁପ୍ରଭାତ ,ଶୁଭ ସକାଳ ।

Leave A Reply

Your email address will not be published.