ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧିନରେ ଚାଷୀ ପଞ୍ଜୀକରଣ ସମୟ ସୀମାକୁ ତା. ୧୦ ଅଗଷ୍ଟ, ୨୦୨୪ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
୨୦୦ ମୁହାଁ କେରଳ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା, ଧ୍ବଂସସ୍ତୁପ ତଳୁ ଚାଲିଛି ରେସ୍କୁ ଟିମର ଜୀବନ ଖୋଜା ।
ୱାଇନାଡ ପ୍ରାକୃତିକ ବିତ୍ପାତ ନେଇ ରାଜ୍ୟସଭାରେ ବୟାନ ରଖିଲେ ଅମିତ ଶାହ, କହିଲେ- ଆମେ ଦେଇଥିଲୁ ଚେତାବନୀ ।
କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ମିଳିଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ତେବେ ବିଷ୍ଣୁ ପ୍ରସାଦଙ୍କ ବନ୍ଧୁ ସ୍ୱାଧୀନ ପଣ୍ଡାଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ।
ପାଲେଷ୍ଟାଇନରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ହମାସର ସୁପ୍ରିମ କମାଣ୍ଡର ଇସ୍ମାଇଲ ହନିୟେ ପ୍ରାଣ ହରାଇଛନ୍ତି। ତାଙ୍କୁ ଇରାନରେ ମଙ୍ଗଳବାର ସେହି ସମୟରେ ହତ୍ୟାକରାଯାଇଛି ଯେତେବେଳେ ସେ ଇରାନର ନୂଆ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରୁ ଫେରିଥିଲେ।
ବିବାଦ ଘେରରେ ଥିବା ଆଇଏଏସ ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୟୁପିଏସସି ପ୍ରଶିକ୍ଷଣପ୍ରାପ୍ତ ପୂଜା ଖେଡକରଙ୍କୁ ଚାକିରିରୁ ହଟାଇ ଦେଇଛି। ଏଥିସହ ପୂଜା ଖେଡ଼କରଙ୍କ ଭବିଷ୍ୟତରେ କୌଣସି ବି ପରୀକ୍ଷା କିମ୍ବା ଚୟନରେ ସାମିଲ ହେବା ଉପରେ ରୋକ୍ ଲଗାଯାଇଛି।
ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ, ‘X’ରେ ପୋଷ୍ଟ କରି କହିଲେ ମୋର ଆବଶ୍ୟକତା ଲୋଡୁନି ଦଳ ।
ଫେଲ୍ ମାରିଲା ହାତୀ ଦାନ୍ତ ଚାଲାଣ ଉଦ୍ୟମ । ୭ ବେପାରୀଙ୍କୁ ଧରିଲା ପୋଲିସ । ଶିମିଳିପାଳ ଦକ୍ଷିଣ ଡିଭିଜନ ଓ ବାରିପଦା ଫରେଷ୍ଟ ଡିଭିଜନର ମିଳିତ ଚଢାଉ । କପ୍ତିପଦା ରେଞ୍ଜ ଶୁନେଇ ଡ୍ୟାମ୍ ଅଞ୍ଚଳରୁ ୫ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ।
ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ ବୁଧବାର ଆର୍ଏସ୍ଏସ୍ ଉପରେ ଟିପ୍ପଣୀ କରିବାକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି । ରାଜ୍ୟସଭାରେ ଗୃହ କାର୍ଯ୍ୟ ବେଳେ ସେ କହିଛନ୍ତି ଯେ ଏହା ରାଷ୍ଟ୍ର ସେବାରେ ନିୟୋଜିତ ସଂଗଠନ ଏବଂ ଏହାସହ ଜଡ଼ିତ ଲୋକ ନିସ୍ୱାର୍ଥ ଭାବରେ କାମ କରନ୍ତି ।
ଅଲିମ୍ପିକ୍ସରେ ପଦକ ଠାରୁ ଗୋଟିଏ ବିଜୟ ଦୂରରେ ଲଭଲିନା, ଆତ୍ମବିଶ୍ୱାସ ସହ କ୍ୱାର୍ଟର ଫାଇନାଲରେ କଲେ ପ୍ରବେଶ ।
ପ୍ୟାରିସ ଅଲିମ୍ପିକ୍ସରେ ବଢ଼ୁଛି ଭାରତର ପଦକ ଆଶା । ବ୍ୟାଡମିଣ୍ଟନରେ ସିନ୍ଧୁ ଓ ଲକ୍ଷ୍ୟ ସେନଙ୍କ ବିଜୟଧାରା । ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ଦୁଇ ଭାରତୀୟ
୪ଟି ଗେଟ୍ ବନ୍ଦ, ୧୪ଟି ଗେଟ୍ ଦେଇ ହୀରାକୁଦରୁ ହେଉଛି ବନ୍ୟାଜଳ ନିଷ୍କାସନ ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ବୁଧବାର କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଫଳାଫଳ ପ୍ରକାଶ କରାଯାଇଛି। ଯେଉଁ ପରିକ୍ଷାର୍ଥୀମାନେ ପରୀକ୍ଷା ଦେଇଥିଲେ ସେମାନେ ctet.nic.in ଓ୍ବେବସାଇଟକୁ ଯାଇ ନିଜର ଫଳାଫଳ ଦେଖିବା ସହିତ ଡାଉନଲୋଡ କରିପାରିବେ।
ଫାଇଭ-ଟି ସ୍କୁଲ ଦୁର୍ନୀତି ମାମଲାରେ ହେବ କାର୍ଯ୍ୟାନୁଷ୍ଠାନ । ବଡ଼ ବୟାନ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ ।
ରାଜ୍ୟରେ ଆମ ଦଳକୁ ଭାଙ୍ଗୁଛି ଟିଏମସି’; ମମତାଙ୍କୁ ନେଇ କଂଗ୍ରେସର ନରମ ଆଭିମୁଖ୍ୟ ଉପରେ ଅଧୀର ରଞ୍ଜନଙ୍କ କଡ଼ା ବାର୍ତ୍ତା