ଖବର ଆଜିର…ତାରିଖ ୦୪/୦୮/୨୪, ରବିବାର

୧-ନୂଆ ସ୍ୱାସ୍ଥ୍ୟ ଯୋଜନା ଲାଗୁ ହେବା ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟ କରିବ: ମନ୍ତ୍ରୀ

୨-ଓଡିଶା ବଜାରରେ, ପ୍ରତିଯୋଗିତା ଚାଲିଛି ୟୁପି-ପଶ୍ଚିମବଙ୍ଗ ଆଳୁ ଭିତରେ… ୟୁପି ତୁଳନାରେ ଲୋକଙ୍କ ପସନ୍ଦ ପଶ୍ଚିମବଙ୍ଗ ଆଳୁ।

୩-ଅର୍ପଣ ଚାଉଳକୁ ନେଇ ଜୋର ଧରିଲା ରାଜନୈତିକ ବୟାନବାଜି । ପୂର୍ବ ସରକାରକୁ ଦୋଷ ଦେଲେ ଆଇନ ମନ୍ତ୍ରୀ।

୪-ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ଗଠନ ହେବ ଟାସ୍କ ଫୋର୍ସ।

୫-ହୀରାକୁଦ ଜଳସ୍ତର ୬୦୮ ଫୁଟ,୬ ଫାଟକ ଖୋଲା।

୬-ଭୁବନେଶ୍ୱର:ଯୁକ୍ତ ଦୁଇ ହେବ ଇନଟରନାଲ ପରୀକ୍ଷା,୮୦ ମାର୍କ ବାର୍ଷିକ ପରୀକ୍ଷା।

୭-ରାଜ୍ୟରେ ବେଆଇନ୍ ଭାବେ ଗଢ଼ି ଉଠିଛି ପୁଳା ପୁଳା GNM-ନର୍ସିଂ କଲେଜ !୧୪୭ଟି ଜିଏନଏମ ଏବଂ ନର୍ସିଂ କଲେଜର ଏନଓସି ରବ୍ଦ ।

୮-କଡ଼ା ଯାଞ୍ଚ ହେବ ଗାଡ଼ି କାଗଜପତ୍ର,ଟିକସ ବାକି ଥିଲେ ଜରିମାନା ଛାଡର ସୁଯୋଗ ନିଅନ୍ତୁ:STA

୯-ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ, କେବଳ ପରୀକ୍ଷା ବେଳେ ସ୍କୁଲ ମୁହଁ ଦେଖୁଛନ୍ତି ଛାତ୍ରଛାତ୍ରୀ।

୧୦-ଖଲ୍ଲିକୋଟ:ବଡଘାଟିରେ ବଡ ଦୁର୍ଘଟଣା, ଟ୍ରକ ଧକ୍କାରେ ଚାଲିଗଲା ୩ ଜୀବନ।

୧୧-କଟକ ବାଲିକୁଦା ଛକ:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାର୍‌ ଉପରେ ଓଲଟିଲା ଟ୍ରଲର।

୧୨-ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ଗ୍ରାମ:ହାତୀ ଆକ୍ରମଣରେ ୨ ବର୍ଷର ଶିଶୁପୁତ୍ର ମୃତ।

୧୩-‘ଖବର ଆଜିର’ ଏବେ ଚାନେଲରେ ଉପଲବ୍ଧ,ଫଲୋ କରନ୍ତୁ:https://whatsapp.com/channel/0029VaH5Df3A89MlWoJzkC30

୧୪-ସୋନପୁର:ଭିଜିଲାନ୍ସ ଜାଲରେ ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ଓଭର୍ସିଅର, ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ।

୧୫-ପୁରୀ:ଆଜି ଶ୍ରୀବିଗ୍ରହମାନଙ୍କ ଚିତାଲାଗି ବିଧି, ଦିନ ୨ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

୧୬-ପୁଲିସ ହାତରେ ପାଞ୍ଚ ସ୍ତ୍ରୀଙ୍କ ସ୍ୱାମୀ; ମହିଳା ପୁଲିସ ସହ ଚାଟିଂ କରି ଦୁବାଇରୁ ଭୁବନେଶ୍ୱର ଆସିଲେ, ଲାଇନରେ ଥିଲେ ଆଉ ୪୯ଜଣ।

୧୭-ସରକାର ଖୁବ ଶୀଘ୍ର ‘ବୁଲା କୁକୁର ବନ୍ଧ୍ୟାକରଣ’ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୧୮-ୱାୟନାଡରେ ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ କଲେ ସୁପରଷ୍ଟାର ମୋହନଲାଲ, ପୁନରୁଦ୍ଧାର କାର୍ଯ୍ୟ ପାଇଁ ଦାନ କଲେ ୩ କୋଟି।

୧୯-ଲଦାଖ କାର୍ଗିଲରେ ଭୂସ୍ଖଳନ, କୋଠା ଭୁଶୁଡ଼ି ୧୨ ଆହତ।

୨୦-ପ୍ୟାରିସ:ଗରମରେ ସନ୍ତୁଳି ହେଉଥିଲେ ଭାରତୀୟ ଖେଳାଳି,୪୦ଟି ଏସି ପଠାଇଲା କ୍ରୀଡା ମନ୍ତ୍ରଣାଳୟ।

୨୧-ସୋମାଲିଆର ଏକ ହୋଟେଲରେ ଆତଙ୍କବାଦୀ ଆକ୍ରମଣ – ୩୫ ମୃତ, ୧୨୬ ଆହତ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.