ଭିଜିଲାନ୍ସ ଜାଲରେ OSRTC ସିଏଓ

ଭିଜିଲାନ୍ସ ଜାଲରେ ଓଡ଼ିଶା ରାଜ୍ୟ ସଡ଼କ ଏବଂ ପରିବହନ ନିଗମ ମୁଖ୍ୟ ବିଜୟ କୁମାର ମଙ୍ଗରାଜ . ଭିଜିଲାନ୍ସ ଅଧିକାରୀମାନେ ମୋଟ ୭ଟି ଠିକଣାରେ ଚଢ଼ାଉ ଜାରି ରଖିଥିବାବେଳେ ଭୁବନେଶ୍ଵରରେ ତାଙ୍କର ଏକାଧିକ ଘର ଏବଂ ଫ୍ଲାଟ୍‌ ଥିବା ସାମ୍ନାକୁ ଆସିଛି। ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱର ନନ୍ଦନ ବିହାର ସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ପଳାଶୁଣୀରେ ଥିବା ଦୁଇଟି ଦୁଇମହଲା କୋଠା,ବାରିପଦା ଷ୍ଟେସନ ରୋଡରେ ଥିବା ଘର, ଭୁବନେଶ୍ୱର OSRTC ଅଫିସ ଚ୍ୟାମ୍ବର, ଖାରବେଳ ଭବନରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ୱର IDCO ଟାୱାରରେ ଥିବା ଅଫିସରେ ଚଢ଼ାଉ କରାଯାଇଛି।

 ବିଜୟ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୮ ଜଣ DSP, ୮ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।

Leave A Reply

Your email address will not be published.