୧-୫-ଟି ସ୍କୁଲ ବିରୋଧରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ । କହିଲେ, ପିଲାଙ୍କୁ ଆସୁନି ମିଶାଣ ଫେଡାଣ । ପ୍ରତି ପଞ୍ଚାୟତରେ ଖୋଲିବ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ।
୨-ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ୩ ସପ୍ତାହ ଭିତରେ ୧୬୦୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି।
୩-ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ମିଳିବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ, ଉପକୃତ ହେବେ ୩ ଲକ୍ଷ ପିଲା।ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ହଜାର ଟଙ୍କାର ଆର୍ଥିକ ସହାୟତା
୪-ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କଲେ ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ:ସନ୍ତୋଷ କୁମାର କର ଓ ଦ୍ବିତୀଚନ୍ଦ୍ର ସାହୁ।
୫-ଭୁବନେଶ୍ୱର: ବ୍ୟାଙ୍କରୁ ୧୬.୭୧ କୋଟି ଠକି ଦମ୍ପତିଙ୍କ ସହ ୬ ଗିରଫ।
୬-ଅଣାୟତ୍ତ ହେବକି ରେଭେନ୍ସା, କ୍ୟାମ୍ପସରେ ସୁରକ୍ଷା ପାଇଁ ପୁଲିସ ସହାୟତା ଲୋଡିଲେ ରେଜିଷ୍ଟ୍ରାର।
୭-ଝାରପଡ଼ା କାରାଗାରର ଖୋଲୁଛି ଗୁମର, ପ୍ରଘଟ ଅଡିଓରେ ସାଂଘାତିକ ତଥ୍ୟ।
୮-ନୂଆଖାଇ ଅବସରରେ ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।।
୯-ସୃଷ୍ଟି ହେଲା ଲଘୁଚାପ, ଗଣେଶ ପୂଜାରେ ବର୍ଷା ସମ୍ଭାବନା।
୧୦-ସରକାରଙ୍କ ସ୍କାନରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ୨୦୪ ବାବୁଙ୍କ ଉପରେ ବାଜିବ ମୋହନ ଛାଟ ।
୧୧-ଟାଙ୍ଗୀ: କୁହୁଡି ଗୋଷ୍ଠୀ ସଂଘର୍ଷ ପ୍ରସଙ୍ଗ, ମୁଖ୍ୟ ଅଭିଯୁକ୍ତ ଫିରୋଜ ଖାଁ ଗିରଫ।
୧୨-କୋଷାଗୁମୁଡା: ଛେଳିପଦର ଗ୍ରାମରେ କୂଅରେ ପଡ଼ି ଦୁଇ ଝିଅ ମୃତ।
୧୩-ପଶ୍ଚିମ ଓଡ଼ିଶାରୁ ଭାସିଆସୁଛି ମାଟିର ମହକ ; ମହିଳା କଲେଣି ନୂଆଁଖାଇ ପ୍ରସ୍ତୁତି, ନୂଆ ଧାନ, ନୂଆ ବସ୍ତ୍ର କିଣିବାକୁ ବଜାରରେ ଭିଡ଼ ।
୧୪-ବଜ୍ରପାତରେ ୫ ବର୍ଷରେ ଗଲାଣି ୧୬୨୫ ଜୀବନ, ସହାୟତା ରାଶି ବୃଦ୍ଧି ଦାବି।
୧୫-ଭୁବନେଶ୍ୱର:ବାର୍ଡ ଫ୍ଲୁର କାରଣ କୁକୁଡ଼ା ନହୋଇ ଅନ୍ୟ କୌଣସି ଉତ୍ସ ବୋଲି ଆଶଙ୍କା କରୁଛି କେନ୍ଦ୍ରୀୟ ଟିମ୍।
୧୬-ତ୍ରିଶୁଳିଆ ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ୨ଜଣଙ୍କ ଜୀବନ ଗଲା।
୧୭-୧୦ ବର୍ଷ ଭିତରେ ଆଧାର ଅପଡେଟ କରିନାହାନ୍ତି ତେବେ ଏହାକୁ ଅପଡେଟ କରିବା ଜରୁରୀ। ଏଥିପାଇଁ ପରିଚୟ ପ୍ରମାଣ ଓ ଠିକଣାର ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ ।
୧୮-ସଡ଼କ ଦୁର୍ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, କେବଳ ୨୦୨୩ରେ ଗଡ଼ିଛି ୫୬୯୬ ମୁଣ୍ଡ।
୧୯-ଆସୁଛନ୍ତି ବିଘ୍ନବିନାଶକ,ମାଟିର ମୂର୍ତ୍ତିକୁ ଜୀବନ୍ତ କରି କାରିଗରମାନେ ସେଥିରେ ଦେଉଛନ୍ତି ଶେଷ ସ୍ପର୍ଶ।
୨୦-ରାଷ୍ଟ୍ରୀୟ ସାଧନ ଓ ଯୋଗ୍ୟତା ଛାତ୍ରବୃତ୍ତି ଆବେଦନ ସମୟସୀମା ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି।
୨୧-ସୁଦୃଢ଼ ହେବ ଭାରତ-ସିଙ୍ଗାପୁର ଅର୍ଥନୈତିକ ସମ୍ପର୍କ, ୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ।
୨୨-ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ଉଦବେଗଜନକ – ସେନାକୁ ପ୍ରସ୍ତୁତ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରାମର୍ଶ।
🙏ସୁପ୍ରଭାତ, ଗୁଡମର୍ଣିଂ 🙏