ଭଞ୍ଜନଗର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ପ୍ରସନ୍ନଙ୍କ ଭଞ୍ଜନଗର ବାଗଦେବୀ ରୋଡରେ ଥିବା ଦୁଇଟି ତିନି ମହଲା ଘର,ବ୍ରହ୍ମପୁର ତୁଳସୀନଗରର ୪ ମହଲାବିଶିଷ୍ଟ ବିଲଡିଂ,ଭଞ୍ଜନଗର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛନ୍ତି। ବ୍ରହ୍ମପୁର ଓ ଫୁଲବାଣୀର ଭିଜିଲାନ୍ସ କର୍ମଚାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି ।