ଖବର ଆଜିର ତାରିଖ ୧୫-୦୯-୨୦୨୪/ରବିବାର

୧-ଭୁବନେଶ୍ୱର : ବଦଳିଲା ‘ମୋ ସ୍କୁଲ୍‌ ଅଭିଯାନ’ ନାଁ। ଏହି ନାଁ ବଦଳି ନୂଆ ନାଁ ହେଲା ‘ପଞ୍ଚଶଖା ଶିକ୍ଷା ସେତୁ’।

୨-SCB ମେଡିକାଲ କଲେଜରେ ଆରମ୍ଭ ହେବ PHD ପାଠ୍ୟକ୍ରମ, ଘୋଷଣା କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ।

୩-ସେପ୍ଟେମ୍ବର ୧୭ରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ, ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ।

୪-ପୁରୀ: ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ଅପରାହ୍ନ ୫ରୁ ରାତି ୮ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।

୫-ବାଙ୍ଗିରିପୋଷି:ଦ୍ୱାରଶୁଣି ଘାଟି ରାସ୍ତାରେ ଖସିଲା ପଥର ଅତଡା, ଯାତାୟାତ ବାଧାପ୍ରାପ୍ତ।

୬-କାମାକ୍ଷାନଗର:କାରକୁ ଅଟକାଇ ୬ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି।

୭-ମାଥିଲିରେ ଡରାଉଛି ଡାଇରିଆ। ୩ ଦିନରେ ଗଲାଣି ୬ ଜଣଙ୍କ ଜୀବନ। ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ସ୍ୱାସ୍ଥ୍ୟକର୍ମୀ।

୮-ଢେଙ୍କାନାଳ:ଦୁର୍ଘଟଣା ପରେ ଜାତୀୟ ରାଜପଥରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଘେରିଲେ ଲୋକେ।

୯-କିଟ୍ ବିଶ୍ବବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବ, ୪ ଜଣଙ୍କୁ ମିଳିଲା ସମ୍ମାନସୂଚକ ଡକ୍ଟରେଟ୍।

୧୦-ବାରିପଦା:ଅଜଗରକୁ ମାରି ରାସ୍ତାରେ ଘୋଷାଡିଲେ,ଖଣ୍ଡ ଖଣ୍ଡ କରି ବାଣ୍ଟି ନେଲେ।

୧୧-ଭୁବନେଶ୍ୱର: ରାଜ୍ୟରେ ଏବେ ୫୩୫୭ ଜଣ ଡେଙ୍ଗୁରେ ଆକ୍ରାନ୍ତ।

୧୨-ଭୁବନେଶ୍ୱର: ରାସନ କାର୍ଡ ଅପଡେଟ୍ ପାଇଁ ପ୍ରବାସୀ ଏବେ ଗାଁ ମୁହାଁ।

୧୩-ଚରମ ଦୁର୍ଦ୍ଦିନରେ ରାଜ୍ୟର ସିନେ ଶିଳ୍ପ; ୧୦ ବର୍ଷରେ ବନ୍ଦ ହେଲାଣି ୪୦ଟି ସିନେମା ହଲ୍ ବଞ୍ଚିଛି ମାତ୍ର ୫୨ଟି।

୧୪-ସମ୍ବଲପୁର,ହାଲିପାଲି:ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରକ, ୩ ଜଣ ଛାତ୍ରୀ ଓ ଡ୍ରାଇଭର ଆହତ।

୧୫-କେନ୍ଦୁଝରଗଡ଼଼:ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୨,୩୨୧ ମାମଲା ଫଇସଲା; ୯.୭୦କୋଟି ଟଙ୍କା ଜୋରିମାନା ଓ କ୍ଷତିପୂରଣ ଆଦାୟ।

୧୬-ଆମଦାନୀ ଶୁଳ୍କ ବଢ଼ିଲା,ଏବେ ବଢ଼ିବ ଖାଇବା ତେଲ ଦର।

୧୭-୧୭ରେ ମିଳିବ ପ୍ରଥମ କିସ୍ତି ଟଙ୍କା, ଆଜି ୧୦ ହଜାର ଗାଁରେ ହେବ ସୁଭଦ୍ରା ପଦଯାତ୍ରା।

୧୮-ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା।

୧୯-ରାଜଧାନୀ ବୋମାମାଡ଼ ଘଟଣାରେ କମିଶନରେଟ୍ ପୋଲିସକୁ ସଫଳତା, ୮ ଗିରଫ।

୨୦-ଭୁବନେଶ୍ୱର:ଆକ୍ରୋପଲିସ ଆପାର୍ଟମେଣ୍ଟରେ ବଡ ଧରଣର ଚୋରି, ଲୁଟିନେଲେ ୫୦ ଭରି ସୁନା ଅଳଙ୍କାର।

୨୧-ପାର୍ବଣ ଆସୁ ଆସୁ ଉପରମୁହାଁ ସୁନା ଦର, ଦେଢ଼ ମାସରେ ବଢ଼ିଲାଣି ୫ ହଜାର ୪ ଶହ ଟଙ୍କା।

୨୨-ଚାଷୀଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା, ବାସୁମତି ଚାଉଳ ଏବଂ ପିଆଜ ରପ୍ତାନୀ ଉପରୁ ହଟିଲା କଟକଣା।

୨୩-କଲିକତା:ଜିଦ୍ ରେ ଅଟଳ କନିଷ୍ଠ ଡ଼ାକ୍ତର, ମମତାଙ୍କ ଅନୁରୋଧ ଶୁଣିଲେନି, ବାସଭବନରୁ ଫେରିଗଲେ।
ଶୁଭ ସକାଳ, ଜୟ ଜଗନ୍ନାଥ।🙏

Leave A Reply

Your email address will not be published.