୨୩ ରୁ ବଢ଼ିବ ବର୍ଷା, ପବନ

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସଦ୍ୟତମ ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଓ ୨୫ ତାରିଖରେ ଓଡ଼ିଶାରେ ଅଧିକ ବର୍ଷା ହେବ। ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶାରେ ଅଧିକ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଓଡ଼ିଶାରେ ଅଧିକ ବର୍ଷା ହେବ।  କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବ। ଏପରିକି ଆଉ କିଛି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହେବ।

ଓଡ଼ିଶାରେ ବାତ୍ୟା ଆଶଙ୍କା ରହିଛି । ଲଘୁଚାପର ରୂପ ନେବାପରେ ଓଡ଼ିଶା ପଶ୍ଚିମବଙ୍ଗ ଆଡେ ଗତି କରିବ ଏହି ବାତ୍ୟା ‘ଦାନା’ । ଅକ୍ଟୋବର ୨୪ ତାରିଖରେ ଲଘୁଚାପ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୩ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି ।  ଏଣୁ ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । 

ବାତ୍ୟା ଦାନା ପ୍ରଭାବରେ ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହେବ । ୨୪ ତାରିଖରେ ବାତ୍ୟା ଓଡ଼ିଶା ଛୁଇଁବ କି ନାହଁ ତାହା ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ । ବାତ୍ୟା ଆଶଙ୍କାରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି । କାଲି ସକାଳେ ସବୁ ଜିଲ୍ଲାପାଳ ନିଜ ଜିଲ୍ଲାର ତଦାରଖ କରିବେ । ଏବେ ଉଦ୍ଧାର କାର୍ଯ୍ୟ ପାଇଁ ଯଥେଷ୍ଟ ଟିମ୍ ଅଛି । 


Leave A Reply

Your email address will not be published.