୧-୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ସୁଭଦ୍ରା ଯୋଜନାରେ ହେବ ସଂଶୋଧନ।ଏହି ଯୋଜନାରେ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ପୁଣି ଥରେ ବିଚାର କରାଯିବ।
୨-ପାରାଦୀପ ଠାରୁ ୩୩୦ କିଲୋମିଟର ଦୂରରେ ବାତ୍ୟା ଦାନା,ଭିତରକନିକା-ଧାମରା ଭିତରେ କରିବ ଲ୍ୟାଣ୍ଡଫଲ୍ !
୩-ବାତ୍ୟା ‘ଦାନା’କୁ ନଜରରେ ରଖି ୨୪ ଓ ୨୫ ତାରିଖ ଦୁଇ ଦିନ ହାଇକୋର୍ଟ ବନ୍ଦ ରହିବ ।
୪-ବାତ୍ୟା ‘ଦାନା’ ପାଇଁ ଆଜିଠୁ ଭୁବନେଶ୍ବରରେ ବିମାନଚଳାଚଳ ବନ୍ଦ।
୫-ଟାଇମ୍ସ ବିଜନେସ ପୁରସ୍କାରରେ ସମ୍ମାନିତ ହେଲା ପାରାଦୀପ ଫସଫେଟ୍ସ ଲିମିଟେଡ।
୬-ଭୁବନେଶ୍ୱର:ଜାନୁଆରି ୨ରୁ ଆରମ୍ଭ ହେବ +୨ ପ୍ରାକ୍ଟିକାଲ ପରୀକ୍ଷା।
୭-ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି, ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ରେ ଅନଲାଇନ୍ ଆବେଦନ କରନ୍ତୁ।
୮-କଟକ:ଏଣିକି SCBରେ ହୃତପିଣ୍ଡର ପ୍ରତିରୋପଣ।ତାଲିମ ନେଇଛନ୍ତି ଦୁଇ ଡାକ୍ତରୀ ଦଳ।
୯-ବାତ୍ୟା ‘ଦାନା’ – ହାଇଆଲର୍ଟରେ ଭାରତୀୟ ତଟରକ୍ଷୀ ବାହିନୀ।
୧୦-ବାତ୍ୟା ମୁକାବିଲା ପାଇଁ ଉପକୂଳ ଅଞ୍ଚଳରେ ମୁତୟନ ଅଛନ୍ତି ୮୦ପ୍ଲାଟୁନ ପୋଲିସ ଫୋର୍ସ
୧୧-ବାତ୍ୟା ପାଇଁ ଦୁଇଦିନ ବନ୍ଦ ରହିବ ନନ୍ଦନକାନନ।
୧୨-ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ୨୮ରୁ:ଓଷ୍ଟା
୧୩-ଆରମ୍ଭ ହୋଇଗଲାଣି ବର୍ଷା ପବନ, ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ।
୧୪-ଆସନ୍ତା ୨୭ରେ ହେବାର ଥିଲା OCS ପ୍ରିଲିମିନାରୀ ପରୀକ୍ଷା, ବାତ୍ୟା ପାଇଁ ସ୍ଥଗିତ ରହିଲା।
୧୫-ଭୟ କରନ୍ତୁନି, ସଜାଗ ରୁହନ୍ତୁ ; ବାତ୍ୟା ପାଇଁ ରାଜ୍ୟବାସୀଙ୍କୁ ଅପିଲ କଲେ ନବୀନ ପଟ୍ଟନାୟକ।
୧୬-ମହିଳା କମିଶନ ଭଙ୍ଗ କଲେ ରାଜ୍ୟ ସରକାର, ଅଧ୍ୟକ୍ଷାଙ୍କ ସହ ସବୁ ସଦସ୍ୟାଙ୍କୁ ପଦରୁ ହଟାଇଲେ
୧୭-କେନ୍ଦ୍ରାପଡ଼ାରେ ବାତ୍ୟା ସମୀକ୍ଷା, ୧୨ଟି ସ୍ଥାନରେ NDRF ମୁତୟନ, ଆଶ୍ରୟସ୍ଥଳୀକୁ ପହଞ୍ଚିଲା ସୁଖିଲା ଖାଦ୍ୟ।
୧୮-‘ଦାନା’ ମୁକାବିଲା: ୧୪ ଜିଲ୍ଲା ପାଇଁ ଜରୁରୀକାଳୀନ ଏବଂ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି।ରାଜ୍ୟ ସରକାର:- ୧୦୭୦,(NDRF):- ୦୧୧-୨୪୩୬୩୨୬୦,(IMD):- ୦୬୭୪-୨୪୩୧୧୫୫
୧୯-ବାତ୍ୟା ‘ଦାନା’ ନେଇ ବିଏମସିର ପ୍ରସ୍ତୁତି; ଜାରି ହେଲା ହେଲପ୍ ଲାଇନ୍ ନମ୍ବର:୧୯୨୯
୨୦-ଆସନ୍ନ ବାତ୍ୟାକୁ ଦେଖି ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ତିନି ଦିନ ବନ୍ଦ ।
୨୧-ପୁରୀ:ବାତ୍ୟା ପୂର୍ବରୁ ଶୁନଶାନ୍ ପୁରୀ ସମୁଦ୍ର କୂଳ। ପର୍ଯ୍ୟଟକ ହୋଟେଲ ଛାଡ଼ି ନିଜ ଘରକୁ ଫେରିଯାଇଥିବା ବେଳେ ହୋଟେଲ୍ ମାଲିକ ଚିନ୍ତାରେ।
୨୨-ଆଜିଠୁ ଭାରତ – ନ୍ଯୁଜିଲାଣ୍ଡ ୨ୟ ଟେଷ୍ଟ, ସକାଳ ୯.୩୦ରୁ ଜିଓ ସିନେମାରେ ପ୍ରସାରଣ।
୨୩-ଗଲଓ୍ବାନ ବିବାଦ ପରେ ପ୍ରଥମ ବୈଠକ:ମୋଦୀ – ଜିନପିଙ୍ଗଙ୍କ ଘଣ୍ଟାଏ ଚର୍ଚ୍ଚା।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏