କିନ୍ତୁ, ପରନ୍ତୁ ଛାଡ଼ନ୍ତୁ-ରାଜସ୍ୱ ମନ୍ତ୍ରୀ

ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଦାନା’ । ଏହାପରେ ଆଗାମୀ ୪୮ ଘଣ୍ଟା ବାତ୍ୟା ଆମକୁ କଷ୍ଟ ଦେବ, ଯନ୍ତ୍ରଣା ଦେବ । ମାତ୍ର ପରେ ଯନ୍ତ୍ରଣା ପ୍ରଶମିତ ହେବ, ଆମ କଷ୍ଟ ଲାଘବ ହେବ । ଓଡ଼ିଶାବାସୀ ବହୁ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି। ଆତଙ୍କିତ, ବିଚଳିତ ହୁଅନ୍ତୁ ନାହିଁ। ଘରେ କି ରାସ୍ତ ଉପରେ ରହୁନ୍ତୁ ନାହିଁ। ସବୁଠୁ ନିରାପଦ ସ୍ଥଳ ହେଉଛି ବାତ୍ୟା ଆଶ୍ରୟ ସ୍ଥଳ । ତେଣୁ ଘର ଛାଡ଼ି ବାତ୍ୟା ଆଶ୍ରୟ ସ୍ଥଳକୁ ଆସନ୍ତୁ।’ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀଙ୍କୁ ଆଜି ଏପରି ଅପିଲ୍‌ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଗ୍ରାଉଣ୍ଡରେ ପହଞ୍ଚି ସାରିଛନ୍ତି ରେସକ୍ୟୁ ଟିମ୍। ପରବର୍ତ୍ତୀ ୪୮ ଘଣ୍ଟା ଆମକୁ କଷ୍ଟ କରିବାକୁ ପଡ଼ିବ। ୧୩ ଜିଲ୍ଲାରେ ଆଲର୍ଟରେ ଅଛନ୍ତି ସରକାର ଓ ପ୍ରଶାସନ।  

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧି ଓ ପୁଲିସ୍‌ ଫୁଲ୍‌ ଦମ୍‌ରେ ଲାଗିଛନ୍ତି। ସମୁଦାୟ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ରାଜ୍ୟରେ ମୋଟି ୬ହଜାର ୫ଶହ ରିଲିଫ ସେଣ୍ଟର ପ୍ରସ୍ତୁତ କରାଯାଇଛି। ରିଲିଫ୍ ସେଣ୍ଟରକୁ ଯାଇ ଜୀବନ ସୁରକ୍ଷିତ କରିବାକୁ ଅପିଲ୍ କରିଛନ୍ତି ରାଜସ୍ୱ ମନ୍ତ୍ରୀ।

ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ପରେ ୪୮ ଘଣ୍ଟା ଆମକୁ କଷ୍ଟ ଦେବ। ମାତ୍ର ପରେ ଆମ କଷ୍ଟ ଲାଘବ ହେବ । ଓଡ଼ିଶାବାସୀ ବହୁ ବାତ୍ୟାର ମୁକାବିଲା କରିଛନ୍ତି ଆଉ ପୁଣି ଥରେ ମୁଣ୍ଡ ଟେକି ଜୀବନ ବଞ୍ଚିଛନ୍ତି। ତେଣୁ ଘର ଛାଡ଼ି ସେଠାକୁ ଆସନ୍ତୁ। ରିଲିଫ ସେଣ୍ଟରରେ ଥିବା ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଉଛି। ସେଣ୍ଟରରେ ରହୁଥିବା ଲୋକଙ୍କୁ କେତେ ଦିନ ଖାଦ୍ୟ,ମେଡିସିନ ଦିଆଯିବ ତାହାର ନିଷ୍ପତ୍ତି ଜିଲ୍ଲାପାଳ ନେବେ। ଏଥିନିମନ୍ତେ ଖୋଲା ହାତରେ ଖର୍ଚ୍ଚ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି।  

Leave A Reply

Your email address will not be published.