ଖବର ଆଜିର…ତାରିଖ ୨୬/୧୦/୨୪, ଶନିବାର

୧-‘ଦାନା’କୁ ଚାପିଦେଲା ଦୁଇ ଗୁରୁଚାପ, ସ୍ଥଳ ଭାଗ ଛୁଇଁବା ପୂର୍ବରୁ ହୋଇଥିଲା ଦୁର୍ବଳ, ଆହୁରି ଶକ୍ତିହୀନ କରିଦେଲା ଲୁଣା ଜଙ୍ଗଲ।

୨-ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କରିବେ ସ୍ଥିତିର ଅନୁଧ୍ୟାନ।

୩-କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଆଶା ଦିଦି ଶିବନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ, ବୟସ୍କା ମହିଳାଙ୍କୁ ଦେଢ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଲେ।

୪-ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ, ଯାଇପାରିବେ ଶ୍ରୀମନ୍ଦିର ଓ କୋଣାର୍କ।

୫-ଘର ଭାଙ୍ଗିଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ଵ ମନ୍ତ୍ରୀ

୬-ଦାନା ଆଣିଲା ଥଣ୍ଡା ପାଗ,ମାସ ଶେଷ ଯାଏଁ ଜାରି ରହିବ କୋହଲା ପାଗ।

୭-ଭୁବନେଶ୍ବରରୁ ବସ୍ ସେବା ସ୍ବାଭାବିକ : କେବଳ ଭଦ୍ରକ, ବାଲେଶ୍ୱର, ରାଜନଗର ଯାତାୟାତ କରୁନି ବସ୍।

୮-ଶ୍ରୀମନ୍ଦିରରେ ବାତ୍ୟା ପ୍ରଭାବ,ରାତିରେ ସଅଳ ପହଡ଼,ଦିନରେ ବି ନିଦ୍ରା ଗଲେ ମହାପ୍ରଭୁ।

୯-ବାତ୍ୟା ସମୟରେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୨ ମହିଳାଙ୍କ ମୃତ୍ୟୁ।

୧୦-ଆଠଗଡ,ଏକଡାଳ ଗ୍ରାମ:୧୧ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ସହ ଟ୍ରକ ଜବତ, ଚାଳକ ଗିରଫ।

୧୧-ବାତ୍ୟା ‘ଦାନା’ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା,ଆଜି ବନ୍ଦ ରହିବ ସବୁ ସ୍କୁଲ।

୧୨-ଆଜିଠାରୁ ଓଡ଼ିଶା -ବରୋଦା ରଣଜୀ ମୁକାବିଲା।

୧୩-କେନ୍ଦ୍ରାପଡ଼ା:’ଦାନା’ ମାଡ଼ରେ ୯ ବ୍ଲକ୍‌ର ୧୫୯୩ ଗାଁ ପ୍ରଭାବିତ, ୨୮ ହଜାର ହେକ୍ଟର ଜମି ଜଳମଗ୍ନ।

୧୪-ନିଳଗିରି:ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା, ବାବା ପଞ୍ଚଲିଙ୍ଗେଶ୍ଵର ମନ୍ଦିରରେ ଆଣ୍ଠୁଏ ପାଣି।

୧୫-କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଜଣେ ନିହତ।

୧୬-ଲଗାଣ ବର୍ଷା ଯୋଗୁଁ ପୁଣି ତିନିଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ, ୨୬ ରୁ ୨୮ ତାରିଖ ଯାଏ ବନ୍ଦ।

୧୭-ଝାରପଡ଼ା ଜେଲରେ ଆତଙ୍କ, ୱାର୍ଡର ଓ ଜେଲରଙ୍କୁ ଆକ୍ରମଣ କଲେ କଏଦୀ

୧୮-ଗ୍ରାଜୁଏସନ୍ କରିଥିଲେ ବ୍ୟାଙ୍କରେ ଅଫିସର୍ ଚାକିରି; ଓଡ଼ିଶାର UBIରେ ୧୦୦ ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ।

୧୯-ବଢ଼ିଲା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ସୀମା, ଏଣିକି ବିନା ଗ୍ୟାରେଣ୍ଟିରେ ନେଇପାରିବେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ।

୨୦-ଭୁଶୁଡ଼ିଲା ଶେୟାର ବଜାର: ୧୦ ଲକ୍ଷ କୋଟି ହରାଇଲେ ନିବେଶକ।

୨୧-୨ୟ ଟେଷ୍ଟ: ଭାରତ ୧୫୬ରେ ଅଲଆଉଟ।

୨୨-ଡିଏପି ସାର ଅଭାବ ସମ୍ପର୍କିତ ରିପୋର୍ଟକୁ ଖଣ୍ଡନ କଲେ କେନ୍ଦ୍ର ସରକାର।

୨୩-୨୯ ସୁଦ୍ଧା ଡେପସାଙ୍ଗ, ଡେମଚୋକରୁ ସୈନ୍ୟ ପ୍ରତ୍ୟାହାର ଶେଷ କରିବେ ଭାରତ ଓ ଚୀନ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.