ଏବେ ମୋ ଜୀବନ ଓ ପରିବାର ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଅ ବୋଲି ସାମ୍ବାଦିକ ସମ୍ମିଳନୀ କରି ଏଭଳି ଗୁହାରୀ କରିଛନ୍ତି ପୁରୀ ଜିଲ୍ଲା ପିପିଲି ଗୋବିନ୍ଦପୁର ମାଟିଆପଡା ଗ୍ରାମର ପ୍ରଶାନ୍ତ ପ୍ରଧାନ । ରାଜନୈତିକ ଆକ୍ରୋଶ ରେ ଆକ୍ରମଣ ର ଶିକାର ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସମାଜସେବୀ ପ୍ରଶାନ୍ତ ଗଣମାଧ୍ୟମରେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା କଥା କହିଛନ୍ତି। ଗତ ୨୩ତାରିଖରେ ପିପିଲି ମାଟିଆପଡା ଗ୍ରାମର ପ୍ରଶାନ୍ତ ପ୍ରଧାନ ଓ ତାଙ୍କର ପରିବାର ୨ଦୁଇ ସଦସ୍ୟ ଙ୍କୁ ଗାଁ ଦାଣ୍ଡରେ କେତେଜଣ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବ୍ୟକ୍ତି ମାନେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ରେ ପ୍ରଶାନ୍ତ ଓ ତାଙ୍କ ପୁତୁରା ଘଟଣା ସ୍ଥଳରେ ଗୁରୁତର ଆହତ ଅବସ୍ଥାରେ ନିସ୍ତେଜ ହୋଇଯାଇଥିଲେ ।
ସ୍ଥାନୀୟ କେତେକ ଲୋକଙ୍କ ସହଯୋଗ ରେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ଏନେଇ ପ୍ରଶାନ୍ତଙ୍କ ପତ୍ନୀ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୋଲିସ ଏଯାବତ ୨ଜଣ ସାଧାରଣ ଲୋକଙ୍କୁ ଗିରଫ କରିଥିବା ବେଳେ ଏବେବି ମୁଖ୍ୟ ଅଭିଯୁକ୍ତ ମାନେ ଖୁଲମଖୁଲା ଆଇନକୁ ଖୋଲା ଚାଲେଞ୍ଜ କରି ବାହାରେ ବୁଲୁଥିବା ପ୍ରଶାନ୍ତ କହିଛନ୍ତି। ଏପଟେ ଚିକିତ୍ସାଧୀନ ଅବସ୍ଥାରେ ସେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା କଥା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । କେବଳ ତାଙ୍କୁ ନୁହେଁ ତାଙ୍କ ପରିବାର କୁ ମଧ୍ୟ ହତ୍ୟା କରାଯିବାର ଆଶଙ୍କା ପ୍ରକଟ କରିଛନ୍ତି ପ୍ରଶାନ୍ତ । ସେପଟେ ଆକ୍ରମଣକାରୀ ମାନେ ଖୁଲମଖୁଲା ନିଜର ରାଜନୈତିକ ବଳ ପ୍ରଭାବ ଦେଖାଇ ବାହାରେ ବୁଲୁଛନ୍ତି । ସିଧାସଳଖ ଅପରାଧ କରି ପୋଲିସ ବଳ ଆଇନକୁ ଖୋଲା ଚାଲେଞ୍ଜ କରିଛନ୍ତି ଅପରାଧୀ। ତେବେ ଆକ୍ରମଣକାରୀଙ୍କ ଭୟ ରେ ପ୍ରଶାନ୍ତ ଙ୍କ ପୁଅ ସ୍କୁଲ କୁ ମଧ୍ୟ ଯାଇ ପାରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ରାଜନୈତିକ ଆକ୍ରୋଶ ରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଏବଂ ପୋଲିସ ଉପରେ ରାଜନୈତିକ ଚାପ ପ୍ରୟୋଗ କରାଯାଉ ଥିବାରୁ ତାଙ୍କ ଜୀବନ ପ୍ରତି ବେଶୀ ବିପଦ ରହିଛି ବୋଲି ପ୍ରଶାନ୍ତ କହିଛନ୍ତି । କେବଳ ପ୍ରଶାନ୍ତ ନୁଁହଁନ୍ତି ପ୍ରଶାନ୍ତ ଙ୍କ ପତ୍ନୀ ମଧ୍ୟ ନିଜ ସ୍ଵାମୀର ସୁରକ୍ଷା ଦାବୀ କରିଛନ୍ତି । ସ୍ବାମୀ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଶଯ୍ୟାଶାୟୀ ହୋଇଥିବା ବେଳେ ଆକ୍ରମଣକାରୀ ଦୈନିକ ପୋଲିସ କୁ ରାଜନୈତିକ ଚାପ ପ୍ରୟୋଗ କରି ତାଙ୍କୁ କ୍ଷତି ଘଟାଇବା ଉଦ୍ୟମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ତେବେ ରାଜନୈତିକ ହିଂସା ଉପରେ ରାଜନୈତିକ ଚାପ କୁ ପୋଲିସ କେତେ ଗୁରୁତର ନେଉଛି ତାହା ଦେଖିବାକୁ ବାକି ରହିଲା
ପୁରୀ ଜିଲ୍ଲା ପିପିଲି ରୁ ମନୋରଞ୍ଜନ ମହାପାତ୍ର ଙ୍କ ରିପୋର୍ଟ