ନିଶୁକ୍ଳ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ ଏବଂ ଦନ୍ତ ଚିକିତ୍ସା ବିଭାଗ, ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ , ସୋଆର ମିଳିତ ସହଯୋଗରେ ଏକ ନିଶୁକ୍ଳ ଦାନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଅଛି | ସ୍ଥାନୀୟ ଝାରପଡ଼ା ଜେଲ ନିକଟରେ ଥିବା ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନ ଠାରେ ଆୟୋଜିତ ଏହି ଶିବିରରେ ଦାନ୍ତ ରୋଗ ସମ୍ବନ୍ଧୀୟ ପ୍ରାୟ ସମସ୍ତ ପ୍ରକାର ଚିକିତ୍ସା କରାଯିବା ସହିତ ଗଠନ ମୂଳକ ପରାମର୍ଶ ଦିଆଯାଇଥିଲା।ପ୍ରାୟ 100 ଜଣ ପିଲାମାନେ ଏହି ଚିକିତ୍ସା ଶିବିରରେ ନିଜ ନିଜର ଦାନ୍ତ ପରୀକ୍ଷା କରାଇଥିଲେ | ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ବହୁ ସହଜ ଓ ସୁବିଧାରେ ବିନା ମୂଲ୍ୟରେ ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା | ତା ସହିତ ଦାନ୍ତ କ୍ଷୟ ଜନିତ ଅବସ୍ଥାକୁ କିପରି ରୋକି ପାରିବେ, ଛୋଟ ପିଲାମାନଙ୍କର ଦେଖା ଯାଉଥିବା ଦାନ୍ତ ରୋଗ ଜନିତ ସମସ୍ୟା ଇତ୍ୟାଦିକୁ କିଭଳି ଚିକିତ୍ସା କରିବେ ସେ ବିଷୟରେ ମଧ୍ୟ ପରାମର୍ଶ ଦିଆଯାଇଥିଲା | ଆବଶ୍ୟକ କ୍ଷେତ୍ରରେ ମେଡିସିନ ମଧ୍ୟ ପ୍ରଦାନ କରାଯାଇଥିଲା | ଏହି ଶିବିରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ , ସୋଆର ଆସୋସିଏଟା ଆସୋସିଏଟ ପ୍ରଫେସର ଡ଼.ରାଧା ପ୍ରସନ୍ନ ଦଳାଇ, ସରୋଜ ମଲ୍ଲିକ, ଡ଼. ଶିଳ୍ପା ଦାଶ, ଡ଼ ପୁନମ ନାୟକ, ଡ଼ ଶୁଭମ ଧର, ଡ଼ ଲିପସା ଶତପଥୀ, ଡ଼ ଶୁଭମ ବାରିକ, ଡ଼ ବିଶ୍ୱରଂଜନ ସାହୁ, ଡ଼ ଅନୁପମ ଦେବାଶିଷ ମିଶ୍ର ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ | ମଧୁରମୟୀ ଶିକ୍ଷା ନିକେତନର କର୍ମକର୍ତ୍ତା ତଥା ପତିତ ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ଉପସ୍ଥିତ ରହି ଏହି ଚିକିତ୍ସା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱୀନି ପଣ୍ଡାଙ୍କ ତତ୍ୱାବଧାନରେ ଏହି ନିଶୁକ୍ଳ ଦାନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା | ଜନସାଧାରଣ ଏହି ଶିବିରକୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଅନୁଷ୍ଠିତ କରିବା ନିମନ୍ତେ ଅନୁରୋଧ କରିଥିଲେ।

Leave A Reply

Your email address will not be published.