୧-ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ବାତ୍ୟାରେ ୩୬ଲକ୍ଷ ପ୍ରଭାବିତ ,ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସବୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ।
୨-ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କୁ ମାଗଣାରେ ମିଳିବ ସ୍ବାସ୍ଥ୍ୟ ସେବା।
୩-ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ, ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ।
୪-ଭୁବନେଶ୍ୱର:’ମନ୍ କି ବାତ୍’ ରେ କୋଣାର୍କ କଥା କହିଲେ ମୋଦୀ।
୫-ଆଜିଠୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ,ସାଧୁତାର ଶପଥପାଠ କରାଇବେ ମୁଖ୍ୟମନ୍ତ୍ରୀ।
୬-ବାରଙ୍ଗ:୧୫ରୁ ‘ଚୁଡଙ୍ଗ ଗଡ଼ ବାରଙ୍ଗ ମହୋତ୍ସବ’ ଆରମ୍ଭ ୧୮ରେ ହେବ ଶେଷ।
୭-ବାଲିଅନ୍ତା: ଜେଲ୍ ଗଲେ ୪ ଜୁଆଡି,୨୪ହଜାର ଟଙ୍କା ଓ ତାସ୍ ଜବତ।
୮-ଫୁଲବାଣୀ:ସାରଳା ଦିଗାଲ ମୃତ୍ୟୁ ମାମଲା, ପରକୀୟା ପ୍ରୀତିରୁ ପ୍ରତାରିତ ହେବା ପରେ କରିଥିଲେ ଆତ୍ମହତ୍ୟା, ସ୍ୱାମୀ ଓ ପ୍ରେମିକ ଗିରଫ।
୯-ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ।
୧୦-ଭୁବନେଶ୍ୱର:ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା କିଟ୍ ପବ୍ଲିକ୍ ପଲିସି ସ୍କୁଲ୍ ଉଦଘାଟିତ।
୧୧-ପାର୍ବଣରେ ତେଲ ବିଗାଡ଼ିଲା ହାଣ୍ଡିଶାଳ ବଜେଟ୍; ମାସକରେ ପାମ୍ ଅଏଲ୍ ୩୭% ମହଙ୍ଗା।
୧୨-ଶିମିଳିପାଳରେ ନୂଆ ଅତିଥି, ମହାରାଷ୍ଟ୍ରରୁ ଆସିଲା ଅଢେଇ ବର୍ଷର ବାଘୁଣୀ ।
୧୩-ଅନୁଗୋଳ:ସାଇବର ଠକଙ୍କ ହାବୁଡ଼ରେ ପଡ଼ିଲେ ତହସିଲଦାର ରୋଜାଲିନ ବେହେରା, ଲିଙ୍କ୍ କ୍ଲିକ୍ କରୁ କରୁ କଟିଗଲା ୮୦ ହଜାର ଟଙ୍କା।
୧୪-ରାଜକନିକା,ଖୁଣ୍ଟା ଗାଁ:ଚିଙ୍ଗୁଡି ଘେରିରୁ ୧୪ ଫୁଟିଆ କୁମ୍ଭୀର ଉଦ୍ଧାର, ଭିତରକନିକାରେ ଛାଡିଲା ବନବିଭାଗ।
୧୫-‘ଦାନା’କୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା : ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ଗାଁ।
୧୬-ଦୀପାବଳି ଅବସରରେ ଗ୍ରାହକଙ୍କୁ Jioର ଖାସ ଅଫର, ମାତ୍ର ୬୯୯ଟଙ୍କାରେ କିଣିନିଅନ୍ତୁ 4G ଫୋନ।
୧୭-ଦୀପାବଳିରେ ମାଗଣା ବଣ୍ଟାଯିବ LPG ସିଲିଣ୍ଡର,ଉତ୍ତରପ୍ରଦେଶ,ଆନ୍ଧ୍ରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ମାଗଣା ରୋଷେଇ ଗ୍ୟାସ୍ ବାଣ୍ଟିବେ।
୧୮-ମଧ୍ୟପ୍ରଦେଶ:ହୃଦୟ ବିଦାରକ ଦୃଶ୍ୟ, ସାଙ୍ଗମାନଙ୍କ ସହିତ ବସି କଥା ହେଉଥିଲେ, ଟଳିପଡ଼ିଲେ ଯୁବକ।
୧୯-ଅହମ୍ମଦାବାଦ:ପୋଷାକ କାରଖାନାରେ ଗ୍ୟାସ ଲିକ୍ରୁ ୨ ମୃତ, ଭେଣ୍ଟିଲେଟରରେ ୭ କର୍ମଚାରୀ।
୨୦-ୟୁକ୍ରେନକୁ ଆମେରିକା ଓ ନାଟୋ ଦେଶ କ୍ଷେପଣାସ୍ତ୍ର ଯୋଗାଇଲେ ରୁଷ କଡ଼ା ଜବାବ ଦେବ: ପୁଟିନ
୨୧-ହଟିଲେ ବାବର୍, ରିଜଓ୍ବାନ ହେଲେ ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ।
୨୨-ଆଫଗାନିସ୍ତାନର ନୂଆ କୀର୍ତ୍ତିମାନ, ପ୍ରଥମ ଥର ଜିତିଲା ଏମର୍ଜିଂ ଏସିଆ କପ୍ ୨୦୨୪।