ଖବର ଆଜିର ତାରିଖ:୦୬/୧୧/୨୪, ବୁଧବାର

୧-ଆସନ୍ତା ସପ୍ତାହରୁ ରାଜ୍ୟରେ ଅନୁଭୂତ ହେବ ଶୀତ, ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।

୨-ଫୁଲବାଣୀ ଓ ତାଳଚେର ଭେଷଜ ମହାବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା,୨୦୦ MBBS ସିଟ୍ ରେ ହେବ ପାଠପଢ଼ା।

୩-କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆରଡିସିସ୍ତରୀୟ ତଦନ୍ତ ନିର୍ଦେଶ।

୪-କନ୍ଧମାଳ:ଅଧ୍ୟକ୍ଷକଙ୍କ ନାମରେ ଆସୁଛି ସାଇବର ଠକଙ୍କ ଫେକ କଲ୍‌‍, ପରୀକ୍ଷାରେ ଅଧିକା ନମ୍ୱର ଦେବାକୁ କହି ମାଗୁଛନ୍ତି ଟଙ୍କା।

୫-ଭୁବନେଶ୍ୱର:ପାନ ଦୋକାନରେ ମିଳୁଛି ଗଞ୍ଜେଇ ସିଗାରେଟ୍,ଡିସକୋ,ବାବା ଓ ଜଏଣ୍ଟ ନାଁ ରେ ହେଉଛି ବିକ୍ରି।

୬-ଜାତୀୟସ୍ତରରେ ପାଳନ ହେବ ଡ.ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ।

୭-ଭୁବନେଶ୍ୱର:୧୨ ଡିଗ୍ରୀକୁ ଖସିଲା ସେମିଳିଗୁଡା ପାରଦ।

୮-ଭଦ୍ରକ ଓ ବାଉଦପୁର ସେକ୍ସନ ମଝିରେ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ ଗୁଳିମାଡ, ଗୁଳିମାଡରେ ଭାଙ୍ଗିଛି ଗାର୍ଡ ବଗିର ଝରକା କାଚ।

୯-ସାଧାରଣ ବଣ୍ଟନ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:ଆଗୁଆ ମିଳିବ ୩ ମାସର ଚାଉଳ।

୧୦-୧୦ ଘଣ୍ଟା ଧରି ବେତନଟୀ ବିଡିଓ ଅଟକ, ବିଡିଓଙ୍କୁ ତାଲା ପକାଇଲେ ଗାଁ ଲୋକ।

୧୧-ଲମତାପୁଟ୍:ସ୍ତ୍ରୀ ମର୍ଡର ପ୍ଲଟ ପଛରେ ସ୍ବାମୀ, ସ୍ତ୍ରୀକୁ ନିଜେ ମାରି କାନ୍ଦି ଗଡୁଥିଲା,ଅଭିଯୁକ୍ତ ସ୍ବାମୀ ମହେନ୍ଦ୍ର ଓ ତାର ଦୁଇ ସହଯୋଗୀ ଗିରଫ।

୧୨-ପୁରୀ:ଧାନ ଅମଳ କରିବାକୁ ଆଉ କେଇଟା ଦିନ ବାକି ଥିବାବେଳେ ଚକଡ଼ା ପୋକର ଆତଙ୍କ।

୧୩-ଓଡ଼ିଶା ଗସ୍ତରେ ଗୁଜରାଟର ଶ୍ରମ ବିଭାଗ ସଚିବ, ବିଶ୍ୱ ଦକ୍ଷତା କେନ୍ଦ୍ର ବୁଲି ରାଜ୍ୟ ସରକାରଙ୍କ ପଦକ୍ଷେପକୁ କଲେ ପ୍ରଶଂସା।

୧୪-ହ୍ୟୁଷ୍ଟନ୍‌ରେ ହେବନି ଇସ୍କନ ରଥଯାତ୍ରା, ଗଜପତି ମହାରାଜାଙ୍କ ଚେତାବନୀ ପରେ ନିଷ୍ପତ୍ତି ବଦଳାଇଲେ କର୍ତ୍ତୃପକ୍ଷ।

୧୫-ପରପାରିରେ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ମାଝୀ।

୧୬-କେନ୍ଦୁଝର:ବରିଷ୍ଠ କିରାଣୀ ଶେଖରଲାଲ ସାହୁ ଗିରଫ, ଜବତ ଟଙ୍କାର ଦେଇପାରିନଥିଲେ ସଠିକ୍ ସୂଚନା।

୧୭-କଟକ: ୪ର୍ଥ ରାଉଣ୍ଡ ଓଡ଼ିଶା -ରଣଜୀ ମୁକାବିଲା ଆଜିଠାରୁ।

୧୮-ମତନେଇ ଦିଲ୍ଲୀ ଫେରିଗଲେ କଂଗ୍ରେସ ନେତା,ବୟାନ ବଢାଇଲା ପିସିସି ସଭାପତି ଚର୍ଚ୍ଚା।

୧୯-‘ବାଣ୍ଟୁଥିବା ଲୋକ ତୁମେ, କାଟୁଥିବା ଲୋକ ତୁମେ’, ଯୋଗୀ ଆଦିତ୍ୟନାଥଙ୍କୁ ଏମିତି କହି ଟାର୍ଗେଟ କଲେ ଖଡଗେ ।

୨୦-ସଲମାନଙ୍କୁ ପୁଣି ହତ୍ୟା ଧମକ; ମନ୍ଦିରରେ କ୍ଷମା ମାଗ କିମ୍ବା ୫ କୋଟି ଦିଅ, ନଚେତ୍‌….।

୨୧-ମୁମ୍ବାଇ:ଆଉ ନିର୍ବାଚନ ଲଢ଼ିବେ ନାହିଁ ଶରଦ ପାୱାର।

୨୨-ଦେଶରେ ଧରାପଡ଼ିଲା ୧୮,୦୦୦ ଫେକ୍ କମ୍ପାନି, ସରକାରଙ୍କୁ ଲଗାଇଛନ୍ତି ୨୫,୦୦୦ କୋଟି ଟଙ୍କାର ଚୂନ।

୨୩-ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ:ସବୁ ଘରୋଇ ସମ୍ପତ୍ତି ଅଧିଗ୍ରହଣ କରିପାରିବେ ନାହିଁ ସରକାର।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.