୧-ଚାଷୀଙ୍କ ଆୟ, ଓଡ଼ିଶା ତଳପଟୁ ଦ୍ବିତୀୟ, ଚାଷୀ ପରିବାରର ମାସିକ ହାରାହାରି ଆୟ ୯,୨୯୦ ଟଙ୍କା।
୨-ଆଜି ଅଁଳା ନବମୀ, ସକାଳ ୬ରୁ ଶ୍ରୀରାଧା ପାଦ ଦର୍ଶନ।
୩-ନଭେମ୍ବର ୨୪ ତାରିଖରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା,୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା।
୪-ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟକ ରାଶି :ମୁଖ୍ୟମନ୍ତ୍ରୀ
୫-୨୦୨୪-୨୫ ଶିକ୍ଷାବର୍ଷରୁ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି,
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଗଲା ସୂଚନା, ନୂତନ ଶିକ୍ଷାନୀତି ଅନୁଯାୟୀ ୪ ବର୍ଷ ହେବ ସ୍ନାତ୍ତକ ପାଠ୍ୟକ୍ରମ।
୬-କନ୍ଧମାଳକୁ ଛୁଇଁଲା ଶୀତ: ପହିଲି ଶୀତ ସହ ଜିଲ୍ଲାରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ।
୭-କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ ମଧ୍ୟାହ୍ନ ଭୋଜନ, ନିରାପଦ ଓ ସ୍ଵଚ୍ଛ ମଧ୍ୟାହ୍ନ ଭୋଜନକୁ ପ୍ରାଥମିକତା,ନିରନ୍ତର ମଧ୍ୟାହ୍ନ ଭୋଜନ ପ୍ରଦାନ ନେଇ ବିଭାଗୀୟ ସଚିବଙ୍କ ସମୀକ୍ଷା ବୈଠକ।
୮-ପ୍ରତି ଗାଁରେ ଖୋଲିବ ଓମଫେଡ୍ ଷ୍ଟଲ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
୯-ଖଣ୍ଡଗିରି ଓଭରବ୍ରିଜ ଉପରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍, ଅଟକିଛି ଶହ ଶହ ଗାଡ଼ି।
୧୦-ଆଇଏସ ସ୍ତରରେ ଅଦଳ ବଦଳ, ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗ ଦାୟିତ୍ବ।
୧୧-କଟକ ଐତିହାସିକ ବାଲିଯାତ୍ରାର ସମୀକ୍ଷା କଲେ ଜିଲାପାଳ, ଚଲାପଥକୁ ଅବରୋଧମୁକ୍ତ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ବ।
୧୨-ପୂର୍ବତନ ମୁଖ୍ୟମନ୍ତ୍ରୀ ବଳକା ରାଜ୍ୟ କରିଥିଲେ, ବର୍ତ୍ତମାନର ସରକାର ଆମ୍ବ ଟାକୁଆ ଖୁଆଇ ଦେଲେ : ପ୍ରମିଳା ମଲ୍ଲିକ।
୧୩-ଦୁଇଦିନିଆ କନ୍ଧମାଳ, ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତରେ କିଟ୍, କିସ୍ ଓ କିମସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।
୧୪-ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କଲେ ରାଜ୍ୟ ସରକାର।
୧୫-କମିଶନରେଟ ପୋଲିସର ବାଲିଯାତ୍ରା ପ୍ରସ୍ତୁତି, ନିୟୋଜିତ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ।
୧୬-ରାଜଧାନୀରେ ଲଭ୍ ଜିହାଦ ଘଟଣା : ଗିରଫ ପରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ସମୀର ମନସୂର୍, ଓଗାଳିବ ସତ।
୧୭-ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ, ଖାଦ୍ୟ ଯୋଗାଣ ସଚିବ ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ।
୧୮-ଭୁବନେଶ୍ୱର ବଡ଼ଗଡ଼ ସ୍ଥିତ କପଡ଼ା ଗୋଦାମରେ ନିଆଁ, ୨୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ।
୧୯-ଝାଡ଼ଖଣ୍ଡରୁ ବିଦା ହେବେ ବାଂଲାଦେଶୀ,ସେମାନଙ୍କ ସନ୍ତାନକୁ ମିଳିବନି ଆଦିବାସୀ ସୁବିଧା: ଜେପି ନଡ୍ଡା।
୨୦-ରେଳବାଇରେ ପୂରଣ ହେବ ୫,୬୦୦ରୁ ଅଧିକ ପଦବୀ,ଆପ୍ରେଣ୍ଟିସ୍ ଆକ୍ଟ, ୧୯୬୧ ଅନୁଯାୟୀ ଏହି ନିଯୁକ୍ତି ହେବ।
୨୧-ଗୁଜରାଟ ବନାସକାଣ୍ଠାରେ ଭୀଷଣ ସଡ଼କ ଦୁର୍ଘଟଣା, ଏକାଠି ଧକ୍କା ଲାଗିଲେ ବସ୍, କାର ଓ ବୋଲେରୋ, ୩୮ ଆହତ।
୨୨-ଆସନ୍ତା ୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଜନଜାତି ଗୌରବ ଦିବସକୁ ଉଦ୍ ଘାଟନ କରିବେ ମୋଦି।
୨୩-ନାସା:ମହାକାଶରେ ସୁସ୍ଥ ଅଛନ୍ତି ସୁନୀତା, ସ୍ପଷ୍ଟ କଲା ନାସା।
୨୪-ଡିସେମ୍ବର ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି । ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଯୋଗ ଦେବେ।
🙏ସୁପ୍ରଭାତ, ଗୁଡମର୍ଣିଂ 🙏