ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଚଳଚଂଚଳ ସାରା ଓଡ଼ିଶା । ଭୋରରୁ ହଜାର  ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳୁମାନେ ଭୋର ୪ ଟାରୁ ଉଠି ଡଙ୍ଗା ଭସାଇଛନ୍ତି ।ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ଣ୍ୟ ମିଳିଥାଏ । ଯେଉଁଥିପାଇଁ ଲୋକେ ଡଙ୍ଗାରେ ପାନ, ଗୁଆ ଥୋଇ ଧରମ ମାସରେ ଡଙ୍ଗା ଭସାଉଛନ୍ତି । ଭିଡକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗା ଆଦି ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛ।

ଯାଜପୁରର ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଠାରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବହୁ ଭିଡ ଦେଖିବାକୁ ମିଳିଛି। ଏହି ଘାଟ ପୁରାଣ କିମ୍ବଦନ୍ତୀ ଅନୁସାରେ  ପବିତ୍ର ସ୍ଥାନ ହୋଇଥିବା ବେଳେ ଶହଶହ  ଲୋକେ ଏହି ଠାରେ ଏକତ୍ରିତ ହୋଇ ଧର୍ମ ମାସର ପୂଣ୍ୟପ୍ରାପ୍ତି ପାଇଁ ବୈତରଣୀ ଜଳରେ ଡଙ୍ଗ‌ା ଭସାଉଥିବା ଦେଖିବାକୁ ମିଳିଛି। ଯାଜପୁର ସହର ସମେତ ପାଖଆଖ ଅଂଚଳରୁ ଶ୍ରଦ୍ଧାଳୁ ଏଠାରେ ଡଙ୍ଗା ଭସାଇବା ସହ ନଦୀ ସଂଲଗ୍ନ ପ୍ରଭୁ ଜଗନ୍ନାଥ, ମା  ବୈତରଣୀ.ସପ୍ତମାତୃକା, ବରାହ ମନ୍ଦି‌ରରେ ପ୍ରଭୁଙ୍କ ଦର୍ଶନ କରୁଛନ୍ତି। ବହୁ ସଂଖ୍ୟାରେ ଜନ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପୌରପାଳିକା ପକ୍ଷରୁ ସଫେଇ  କରାଯିବା ସହ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛନ୍ତି।
 
ପ୍ରାଚୀନ ପରମ୍ପରା ଅନୁଯାୟୀ ଭୋର ୪ଟାରୁ କାଗଜ ଡ଼ଙ୍ଗା, କଦଳୀ ଫାଉଡାରେ ନିର୍ମିତ ଡଙ୍ଗା ଧରି ଚନ୍ଦ୍ରଭାଗା ତ୍ରୀର୍ଥ ପୁଷ୍କରିଣୀରେ ଶତାଧିକ କାର୍ତ୍ତିକ ବର୍ତ ଧାରୀ ଶ୍ରଦ୍ଧାଳୁ ମାନେ ପୂଜାର୍ଚନା କରି ଡ଼ଙ୍ଗା ଭସାଇଛନ୍ତି । ବିଶ୍ୱାସ ରହିଛି କାର୍ତ୍ତିକ ମାସରେ ଓଷା କରିବା ସହ ଅରୁଆ ଖାଇ ପୂର୍ଣ୍ଣିମା ଦିନ ଡ଼ଙ୍ଗା ଭସାଇଥିଲେ ପିଲାମାନଙ୍କର ମଙ୍ଗଳ ହେବା ସହ ଆରୋଗ୍ୟ ଲାଭ ହୋଇଥାଏ । ତେଣୁ ହଜାର ହଜାର ସୂର୍ୟ୍ୟ ଭକ୍ତ ଓ ଶ୍ରନ୍ଧାଳୁ ମାନେ ଚନ୍ଦ୍ରଭାଗା ରେ ଆସି “ଆ କା ମା ଵୈ.ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର” କହି କଦଳୀ ପାଟୁଙ୍ଗାରେ ଡଙ୍ଗା ଭସାଇ ଥିଲେ । ଗାଧେଇବା ବେଳେ ଯେପରି କୌଣସି ଅଘଟଣ ନ ହୁଏ ସେଥିପାଇଁ ରାତି ୩ ଟା ରୁ ଲାଇର୍ଫୀଗାଡ ଓ ଅଗ୍ନିଶମ କର୍ମଚାରୀ ଓ ଅଫିସର ଉପସ୍ଥିତ ରହିଥିଲେ। ହଜାର ହଜାର ଶ୍ରନ୍ଧାଳୁମାନେ ଶାନ୍ତି ଶୃଙ୍ଖଳା ରେ ଡଙ୍ଗା ଭସାଇ କାର୍ତ୍ତିକ ପୂର୍ଣ୍ଣିମା ର ପହିଲି ସୂର୍ୟ୍ୟ ଦର୍ଶନ କରିଥିଲେ । 

Leave A Reply

Your email address will not be published.