ଆଜିଠୁ ଐତିହାସିକ କଟକ ବାଲିଯାତ୍ରା 

ଆଜି ଠାରୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି । ଏହା ୨୨ ତାରିଖ ଯାଏଁ ଚାଲିବ । ବାଲିଯାତ୍ରା ଦେଖିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୫ଟି ଦେଶର ବିଦେଶ ପ୍ରତିନିଧି ବାଲିଯାତ୍ରା ଦେଖିବା ପାଇଁ ଆସିବେ । ଆଜି ସନ୍ଧ୍ୟା ୫.୩୦ ରେ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।ପ୍ରଥମ ସନ୍ଧ୍ୟାରେ ଅକ୍ଷୟ ମହାନ୍ତି ସାଂସ୍କୃତିକ ମଞ୍ଚରେ ବଲିଉଡ ଗାୟକ ଅନୁପ ଜଲୋଟା, ଓଲିଉଡ ଗାୟକ ପଙ୍କଜ ଜାଲ ଓ ଅସୀମା ପଣ୍ଡା ତାନସେନ ସିଂ ଯୋଗ ଦେବେ । ୨୫୦୦ ରୁ ଅଧିକ ଷ୍ଟଲ୍ ଉଭୟ ତଳ ପଡିଆ ଉପର ପଡିଆରେ ଦର୍ଶକ ଙ୍କ ପାଇଁ ଅପେକ୍ଷା କରି ରହିଛି ତେବେ ଆଜି ଏସବୁ ପ୍ରସ୍ତୁତି କୁ ବୁଲି ଦେଖିଛନ୍ତି ମେୟର ଜିଲ୍ଲାପାଳ ।

ଚଳିତ ବର୍ଷ ବାଲିଯାତ୍ରାରେ ପିଠା ମହୋତ୍ସବ ଆରମ୍ଭ ହେବ। ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ବି ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ ହୁଏ। ତେଣୁ ଆମ ରାଜ୍ୟବାସୀ ସେମାନଙ୍କ ପିଠାର ମଜା ଉଠାଇ ପାରିବେ ଓ ସେମାନେ ଆମ ପିଠାର ସ୍ୱାଦ ଚାଖି ପାରିବେ ।

ଏହାବାଦ ଏଥର ବାଲି ଯାତ୍ରାରେ ମହାନଦୀରେ ଲେଜର ଶୋ’, ଡ୍ରୋନ ଶୋ’ ଆୟୋଜିତ ହେବ। ପ୍ରଥମ ଥର ପାଇଁ ୪୦୦ ଡ୍ରୋନକୁ ନେଇ ଡ୍ରୋନ୍‌ ଶୋ’ ଆୟୋଜିତ ହେବ।

ଚଳିତବର୍ଷ ବାଲିଯାତ୍ରାକୁ ଆସିଛି ନୂଆ ଦୋଳି ସ୍କ୍ରିମ ଟାୱାର। ବାଲିଯାତ୍ରାରେ ଏହି ଦୋଳିକୁ ପ୍ରଥମ ଥର ପାଇଁ ଲଞ୍ଚ କରିଛି ଗାଜିଆବାଦର ଫନଟେକ ଆମ୍ୟୁଜମେଣ୍ଟ କମ୍ପାନୀ। ଏକାଥରକେ ୩୨ ଜଣ ଏହି ଦୋଳିରେ ବସି ନୂଆ ରୋମାଞ୍ଚର ମଜା ନେଇପାରିବେ।

ସେହିପରି ପ୍ରଥମଥର ପାଇଁ ବାଲିଯାତ୍ରାକୁ ଆସିଛି ସୁନାମି ଓ ଫ୍ରିସ-ବି ଦୋଳି। ଯାହା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଦେବ। ଚଳିତବର୍ଷ ବାଲିଯାତ୍ରା ‘କଟକ ଇନ୍ କଟକ’ରେ ଦେଖିବାକୁ ମିଳିବ ଓଡିଆ ଚଳଚ୍ଚିତ୍ର ଇତିହାସର ଝଲକ।

ଏଥର ବାଲିଯାତ୍ରାକୁ ପାଖାପାଖି ୭୦ ଲକ୍ଷ ଲୋକ ଆସିବେ ବୋଲି ଆକଳନ କରାଯାଇଛି। ବୟସ୍କଙ୍କ ପାଇଁ ୮ ସିଟ୍‌ ବିଶିଷ୍ଟ ୬ଟି ଗାଡ଼ି, ୩୦ ଇ- ରିକ୍ସା ବ୍ୟବସ୍ଥା ହୋଇଛି। ବୟସ୍କ ତଥା ଭିନ୍ନକ୍ଷମଙ୍କୁ ଏହା ସେବା ଯୋଗାଇବ। 

Leave A Reply

Your email address will not be published.