ଧର୍ମଶାଳା ବିଧାୟକ ଙ୍କୁ ଆକ୍ରମଣ ଘଟଣା: ତଦନ୍ତ ଭାର ନେଲା କ୍ରାଇମ୍ ବ୍ରାଞ୍ଚ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣା । ତଦନ୍ତ ଭାର ନେଲା କ୍ରାଇମ୍ ବ୍ରାଞ୍ଚ ଟିମ୍‌ । ପୁରା ଘଟଣାର ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ । ବିଧାୟକଙ୍କୁ ଆକ୍ରମଣ ଓ ବିରଜା ହାଟରେ ହଙ୍ଗାମା ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୧୯ ଜଣଙ୍କୁ ଗିରଫ କରିଛି ।ଶତାଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏବେ ବି ଶତାଧିକ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ୪ଟି ସ୍ପେଶାଲ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଏପରି ସମୟରେ ରାଜ୍ୟ ସରକାର ବିଧାୟକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ।   

ଗତ ୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ଏହା ରାଜ୍ୟରେ ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବାବେଳେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ହିମାଂଶୁଙ୍କୁ ପୂର୍ବତନ ବିଜେଡି ବିଧାୟକ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ମାରି ଉପନିର୍ବାଚନ କରିବା ଯୋଜନାରେ ଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ହିମାଂଶୁ। ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ ଓ ସମାଧାନ କରିବାକୁ କହିଥିଲେ ବୋଲି ମଧ୍ୟ ହିମାଂଶୁ ଅଭିଯୋଗ କରିଥିଲେ।

Leave A Reply

Your email address will not be published.