ଇଭି ଚାର୍ଜିଂ ପାଇଁ ସୁବିଧା ନାହିଁ

ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ବର୍ଷ ବୈଦ୍ୟୁତିକ ଯାନ (ଇଭି) ବିକ୍ରି ବଢି ଚାଲୁଥିବାବେଳେ ଏହାର ଚାର୍ଜିଂ ପାଇଁ ସେଭଳି ସୁବିଧା ନାହିଁ । ଯାନ ବିକ୍ରି କରୁଥିବା କମ୍ପାନୀ କିମ୍ବା ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯାହା ଫଳରେ ପରିବେଶ ଅନୁକୂଳ ଏହି ଯାନ କିଣିବାପାଇଁ ଅନେକ ବ୍ୟକ୍ତି ଆଗ୍ରହୀ ଥିଲେ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ବର୍ଷରେ ରାଜ୍ୟରେ ୧୦,୩୮୮ଟି ଇଭି ବିକ୍ରି ହୋଇଥିବାବେଳେ ଏହା ପରବର୍ଷ ଅର୍ଥାତ୍‍ ୨୦୨୨-୨୩ ଇଭିଯାନ ପଞ୍ଜିକରଣ ତିନିଗୁଣରୁ ଅଧିକ ବୃଦ୍ଧି ପାଇ ୩୩୨,୩୩୩ ରେ ପହଞ୍ଚିଥିଲା । ୨୦୨୩-୨୪ରେ ଏହି ସଂଖ୍ୟା ୫୨ହଜାରକୁ ଟପିଥିବାବେଳେ ଚଳିତ ଆର୍ଥବର୍ଷର ନଭେମ୍ବର ୨୪ ତାରିଖ ସୁଦ୍ଧା ଇଭି ବିକ୍ରି ୨୭ହଜାରକୁ ଟପିଗଲାଣି ।

ରାଜ୍ୟରେ ଉଭୟ ଦୁଇ ଚକିଆ ଓ ଚାରି ଚକିଆ ଇଭି ବିକ୍ରି ଦ୍ରୁତ ଗତିରେ ବଢିବାରେ ଲାଗିଛି । ୨୦୨୧-୨୨ ରେ ରାଜ୍ୟର ୧୩୪ ଟି ଚାରିଚକିଆ ଇଭି ବିକ୍ରି ହୋିôତବାବେଳେ ୨୦୨୩-୨୪ରେ ଏହା ୧୬୪୯ରେ ପହଞ୍ଚିଛି । ଦୁଇ ଚକିଆ ଇଭି ଯାନ ବିକ୍ରି ଏହିବର୍ଷ ୪୪ହଜାର ଟପିଛି ।

ତେବେ ରାଜ୍ୟରେ ଏତେ ସଂଖ୍ୟାରେ ଇଭି ବିକ୍ରିହେଉଥିବାବେଳେ ଚାର୍ଜିଂର ସେଭଳି କୌଣସି ବ୍ୟବସ୍ଥା ନାହିଁ । ପେଟ୍ରୋଲ ପମ୍ପ ଠାରୁ ମଲ ପର୍ଯ୍ୟନ୍ତ ସବୁଆଡେ ଚାର୍ଜିଂ ଷ୍ଟେସନ ଖୋଲିବା ଯୋଜନା ଏକ ପ୍ରକାର ନାଲିଫିତା ତଳେ ରହିଯାଇଛି । ଫଳରେ ଦୂର ଦୂରାନ୍ତକୁ ଯିବାକୁ ଥିବା ଲୋକେ ନିଜ ନିଜର ଇଭିଯାନ ନେଇ ଯିବାକୁ ଡରୁଛନ୍ତି । ରାଜଧାନୀରେ କାଁ ଭାଁ କେତୋଟି ଚାର୍ଜିଂ ଷ୍ଟେସନ ଥିବାବେଳେ ଅନ୍ୟ କୌଣସି ଠାରେ ଏହା ପ୍ରାୟତଃ ନାହିଁ ।

ପ୍ରାୟତଃ ଇଭିଯାନଗୁଡିକୁ ଲୋକେ ନିଜ ଘରେ ଚାର୍ଜିଂ କରୁଛନ୍ତି । ଏଥିପାଇଁ ଅଧିକ ସମୟ ସହିତ ଅଧିକ ଖର୍ଚ୍ଚାନ୍ତ ବି ହେବାକୁ ପଡୁଛି । ଚାର୍ଜିଂ ଷ୍ଟେସନରେ ସୁଲଭ ଦରରେ କମ୍‍ ସମୟରେ ଏହା ହୋଇପାରନ୍ତା । ଯେହେତୁ ବାହାରେ ଚାର୍ଜିଂଷ୍ଟେସନ ସେଭଳି ଭାବେ ଉପଲବ୍ଧ ନାହିଁ, ତେଣୁ ଲୋକେ ଗାଡିର ଚାର୍ଜିଂ ସରିବା ପୂର୍ବରୁ ଘରକୁ ଫେରି ଆସୁଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାର କିନ୍ତୁ ଇଭି ଯାନ ଉପରେ ଟିକସ ସମ୍ପୂର୍ଣ୍ଣ ଛାଡ କରିଥିବାବେଳେ କ୍ରୟ ମୂଲ୍ୟ ଉପରେ ରିହାତି ପ୍ରଦାନ କରୁଛନ୍ତି । ଦୁଇ ଚକିଆ ଯାନ ପାଇଁ କିଲୋୱାଟ ପିଛା ୫୦୦୦ ଟଙ୍କା ଏବଂ ସର୍ବୋଚ୍ଚ ୨୦ହଜାର ଟଙ୍କା ଦିଅ।।ଯାଉଛି । ତିନି ଚକିଆ ଯାନ ପାଇଁ ସର୍ବୋଚ୍ଚ ୩୦ହଜାର ଟଙ୍କା ଦିଆଯାଉଥିବାବେଳେ ଚାରି ଚକିଆ ଯାନ ପାଇଁ କିଲୋୱାଟ ପ୍ରତି ୧୦ହଜାର ଏବଂ ସର୍ବୋଚ୍ଚ ଦେଢ ଲକ୍ଷ ଟଙ୍କା ରିହାତି ଦିଆଯାଉଛି ।

ପରିବେଶ ଅନୁକୂଳ ଯାନ ହୋଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରିହାତି ପ୍ରଦାନ ଠାରୁ ଆରମ୍ଭ କରି ଟିକସ ଛାଡ କରୁଥିବାବେଳେ ଚାର୍ଜିଂ ଷ୍ଟେସନ ନଥିବାରୁ ଏହାର ବିକ୍ରି ଯେଭଳି ହାରରେ ହେବାକଥା ତାହା ହେଉନଥିବା ଲକ୍ଷ୍ୟ କରାଯାଉଛି ।

Leave A Reply

Your email address will not be published.