ଖବର ଆଜିର …ତାରିଖ:୦୨/୧୨/୨୪, ସୋମବାର

୧-ଭୁବନେଶ୍ୱର:ଆଳୁ ୬୦ ଟପିଲା, ଷ୍ଟକ୍ ନାହିଁ,ହୁ ହୁ ହୋଇ ବଢୁଛି ଦର।

୨-ଉଦଯାପିତ ହେଲା ୩ ଦିନିଆ ସର୍ବଭାରତୀୟ ଡିଜିପି-ଆଇଜିପି ସମ୍ମିଳନୀ, ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ।

୩-ଭାରତର ସୁରକ୍ଷା ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତ ହେଲା ରୋଡମ୍ୟାପ୍ । ରାଜ୍ୟ ରାଜ୍ୟ ଭିତରେ ସମନ୍ୱୟ ରଖି ରଣନୀତି କରିବା ଉପରେ ଗୁରୁତ୍ୱ।

୪-ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ସାଢେ ୩ କୋଟି ଲୋକଙ୍କୁ ଦିଆଯିବ ସ୍ଵତନ୍ତ୍ର କାର୍ଡ।

୫-ମାଲକାନଗିରି:ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ସଫଳତା, ଏନକାଉଣ୍ଟରରେ ଟଳିପଡିଲେ ୭ ମାଓବାଦୀ।

୬-ଧଉଳି/ ପିପିଲି: ରାଜଧାନୀ ଉପକଣ୍ଠରେ ମାତିଲେ ସିନ୍ଧିଚୋର,୩୦ ଲକ୍ଷର ସୁନା ଗହଣା ଲୁଟି ନେଲେ।

୭-ଦୂର ହେବ ଆଳୁ ସଂକଟ, ଉତ୍ତରପ୍ରଦେଶରୁ ଆସୁଛି ୩ଶହ ଟ୍ରକ ଆଳୁ । ଅଧିକ ଦରରେ ଆଳୁ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ।

୮-ଭୁବନେଶ୍ୱର – ଜୟପୁର ମଧ୍ୟରେ ଆରମ୍ଭ ହୋଇଛି ସବୁଦିନିଆ ବିମାନ ସେବା।

୯-ବରଗଡ଼:ସରିଲା କଂସ ଚୟନ ପାଇଁ ଅଡିସନ, ମହାରାଜ କଂସ ଭୂମିକାରେ ଚୟନ ହେଲେ ଭୁବନେଶ୍ବର ପ୍ରଧାନ।

୧୦-ରାଜ୍ୟରେ ସକ୍ରିୟ ଏଡସ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର, ଗଞ୍ଜାମରେ ସର୍ବାଧିକ: ସ୍ୱାସ୍ଥ୍ୟ ମନ୍ତ୍ରୀ

୧୧-ରାଜ୍ୟ କାର୍ଯ୍ୟାଳୟରେ ଜୟନାରାୟଣଙ୍କ ବୟାନକୁ ନେଇ ରାଜନୀତି ସରଗରମ । ସମାଲୋଚନା ଲାଗି ବିଜେଡିକୁ ମିଳିଲା ସୁଯୋଗ।

୧୨-ଉଦଳା:ସରକାରୀ ଅର୍ଥ ଆତ୍ମସାତ ପଡିଲା ମହଙ୍ଗା, ୫ ପୂର୍ବତନ ସରପଞ୍ଚ ଓ ଯୋଗାଣକାରୀଙ୍କୁ ୩ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ।

୧୩-ଭାରତୀୟ ବିବାହରେ ହାରାହାରି ଖର୍ଚ୍ଚ ୩୬ ଲକ୍ଷ ଓ ଡେସ୍‌ଟିନେସନ୍‌ ୱେଡିଂ ଖର୍ଚ୍ଚ ହାରାହାରି ୫୧ ଲକ୍ଷ ଟଙ୍କା ରହିଛି।

୧୪-କର୍ମଚାରୀଙ୍କ ପାଇଁ ଇନଫୋସିସର ବଡ଼ ଘୋଷଣା, ମିଳିବ ୮୫ % ବୋନସ।ଆର୍ଥିକ ବର୍ଷ ୨୦୨୪-୨୫ର ଦ୍ବିତୀୟ କ୍ବାର୍ଟର ପାଇଁ ଏହି ବୋନସ ଦେବାକୁ କମ୍ପାନି ଘୋଷଣା କରିଛି।

୧୫-ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଫେଙ୍ଗଲ’, ୩ ଦିନ ପ୍ରବଳ ବର୍ଷା,ବ୍ୟାପକ କ୍ଷୟକ୍ଷତି ହେଲା।

୧୬-ନୌସେନା ଦିବସ ସମାରୋହ ପାଇଁ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ କଲେ ନୌସେନା ଅଧିକାରୀ।

୧୭-ଆଇସିସିର ଚେୟାରମ୍ୟାନ କାର୍ଯ୍ୟଭାର ସମ୍ଭାଳିଲେ ଜୟ ଶାହ।

୧୮-ପାକିସ୍ତାନରେ ସାମ୍ପ୍ରଦାୟିକ ହିଂସା, ମୃତ୍ୟୁ ସଂଖ୍ୟା ୧୩୦ ଟପିଲା।

୧୯-ନାଟୋ ଦେଶର ଅସ୍ତ୍ରଶସ୍ତ୍ରକୁ ପୁଟିନଙ୍କ ଟାର୍ଗେଟ, ଏଟିଏସିଏମଏସ ନେଇ ୟୁକ୍ରେନ ଯାଉଥିବା ଟ୍ରେନକୁ ଉଡ଼ାଇଲା ରୁଷ।

୨୦-ନୂଆ ଗ୍ରହ ଆବିଷ୍କାର କଲା ନାସା- TOI 3246B,ଏଠାରେ ମାତ୍ର ୨୧ ଘଣ୍ଟାରେ ବର୍ଷେ ପୂରଣ ହୋଇ ଥାଏ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.