ଖବର ଆଜିର…ତାରିଖ: ୦୬/୧୨/୨୪, ଶୁକ୍ରବାର

୧-ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେକ୍ସକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୨-କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପାଇଁ ବାଟ ଫିଟିଲା,ଜମି ଅଧିଗ୍ରହଣ ଲାଗି ନୋଟିସ ଜାରି।

୩-ରାଜ୍ଯରୁ ୯୦ଟି ଦୈନିକ ଓଡ଼ିଆ ଖବରକାଗଜ ପ୍ରକାଶ ପାଉଛି, ଦୈନିକ ଇଂରାଜୀ ଖବରକାଗଜ ସଂଖ୍ୟା ୧୯।

୪-ସ୍କୁଲରୁ ହୋଇଥିଲେ ଡ୍ରପ ଆଉଟ:କୋରାପୁଟର ରାଇମତି, ମିଲେଟ ରାଣୀଙ୍କୁ ଡକ୍ଟରେଟ୍ ସମ୍ମାନ; ୩ଶହରୁ ଅଧିକ କିସମର ମାଣ୍ଡିଆ ସଂଗ୍ରହ କରି ରେକର୍ଡ।

୫-ଟମାଟର ଓ ଆଳୁ ମୂଲ୍ୟବୃଦ୍ଧି ଯୋଗୁ ନଭେମ୍ବରରେ ୭% ମହଙ୍ଗା ହୋଇଛି ନିରାମିଷ ଥାଳି, ଆମିଷ ବଢିଛି ୨%।

୬-ଆଳୁ, ପିଆଜ ଦରବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ। ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି।

୭-ରାଜଧାନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ସନ୍ଦେହ।

୮-ନନ୍ଦନକାନନ:ପର୍ଯ୍ୟଟକଙ୍କ ବଣଭୋଜି ଆସର,ଚନ୍ଦକାରେ ଅନୁମତି, ଉଦ୍ଭିଦ ଉଦ୍ୟାନରେ ବନ୍ଦ।

୯-ସହର ଭିତରେ ପୋଲିସ, ଉପକଣ୍ଠରେ ଅପରାଧି; ରାଜଧାନୀର ଆପାର୍ଟମେଣ୍ଟରେ ବୁଲିଲା କଳାକନା।

୧୦-ଓଡ଼ିଶା ମହିଳା ସୃଷ୍ଟି କଲେ ନୂଆ ଟ୍ରେଣ୍ଡ: ସୁଭଦ୍ରା ଟଙ୍କା ନେବାରୁ ଓହରିଗଲେ ୧୮ ହଜାର।

୧୧-କିଟ୍ ରେ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ଦ୍ୱିପାକ୍ଷିକ କ୍ରିକେଟ୍ ଶୃଙ୍ଖଳା ଶେଷ, ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ।

୧୨-ଆସାମ ପରି ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋ ମାଂସ ବିକ୍ରି ଓ ଗୋରୁ ଚାଲାଣ: ଆଇନ୍ ମନ୍ତ୍ରୀ

୧୩-ଆଦିବାସୀଙ୍କ ଜମି କେହି ଦଖଲ କରିପାରିବେ ନାହିଁ: ରାଜସ୍ୱ ମନ୍ତ୍ରୀ

୧୪-ଓଡ଼ିଶାରେ ସୁନା ଖଣି, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମିଳିଛି ସୁନାଖଣିର ସନ୍ଧାନ।

୧୫-ଜାତୀୟ ପଞ୍ଚାୟତ ପୁରସ୍କାର -୨୪,୭ଟି ବିଭାଗରେ ଓଡ଼ିଶାକୁ ମିଳିବ ପୁରସ୍କାର।

୧୬-ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଆଜିଠୁ ପ୍ରଦର୍ଶନୀ ପଡ଼ିଆରେ ଉଦଘାଟନ ହେବ।

୧୭-ହାଇଦ୍ରାବାଦ:ପୁଷ୍ପା-୨ ପ୍ରିମିୟର୍ ଶୋ’ରେ ଦଳାଚକଟା, ଚାଲିଗଲା ମହିଳାଙ୍କ ଜୀବନ।

୧୮-ପିଏସଏଲଭି ସି-୫୯ ପ୍ରୋବା-୩ର ସଫଳ ଉତକ୍ଷେପଣ କଲା ଇସ୍ରୋ।

୧୯-ବାୟୁଯାନ ବିଧେୟକ ୨୦୨୪କୁ ମିଳିଲା ସଂସଦର ମଞ୍ଜୁରୀ।

୧୯-ଦେଶର ପ୍ରତି ୩ କିଲୋମିଟରରେ ଖୋଲିବ ଗୋଟିଏ ଡାକଘର।

୨୦-ମହାରାଷ୍ଟ୍ରର ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ ଫଡ଼ନାଭିସ।

୨୧-ଆଡିଲେଡ୍ :ଭାରତ ଅଷ୍ଟ୍ରେଲିଆ ୨ୟ ଟେଷ୍ଟ ଆଜିଠାରୁ।

୨୨-ଝିଅମାନେ ପଢି ପାରିବେନି ଡାକ୍ତରୀ ପାଠ ! ମହିଳାଙ୍କ ଡାକ୍ତରୀ ପଢ଼ାରେ ଲାଗିବ ରୋକ । ବିଚିତ୍ର ନିୟମ ଆଣୁଛି ତାଲିବାନ ସରକାର।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.