ଖବର ଆଜିର…ତାରିଖ:୨୭/୧୨/୨୪, ଶୁକ୍ରବାର

୧-ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ପରଲୋକ ,ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ।

୨-୨୦୨୪ ଓଡିଶା ବିଧାନସଭା ନିର୍ବାଚନ, ପୁରୁଷଙ୍କ ତୁଳନାରେ ମହିଳା ଭୋଟ ଅଧିକ। ଏଥିରେ ୧ କୋଟି ୨୫ ଲକ୍ଷ ୧୨ ହଜାର ୫୨୨ ଜଣ ପୁରୁଷ ଓ ୧ କୋଟି ୨୫ ଲକ୍ଷ ୫୩ ହଜାର ୭୮୭ ଜଣ ମହିଳା ଭୋଟର ମତଦାନ କରିଛନ୍ତି।

୩-ଭୁବନେଶ୍ୱର:୨୮ ଓ ୨୯ରେ ପୁଣି ହାଲକା ବର୍ଷା,ଚିନ୍ତା ବଢାଇଲା ପାଣିପାଗ ପୂର୍ବାନୁମାନ।

୪-ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକଙ୍କ ବର୍ତ୍ତା, କହିଲେ – ହକ ଲଢ଼େଇରେ ପଛକୁ ହଟିବାନି।

୫-ଭୁବନେଶ୍ୱର:ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୋହନଙ୍କ ଦୃଢୋକ୍ତି,ଦୁଇ ବର୍ଷରେ ହେବ ୭୫ ହଜାର ନିଯୁକ୍ତି।

୬-ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି’। ଆମେ ହାରି ନାହୁଁ, କି ଲୋକଙ୍କ ବିଶ୍ବାସ ମଧ୍ୟ ହରାଇ ନାହୁଁ : ନବୀନ।

୭-ଭୁବନେଶ୍ୱର:ନିୟମିତ ହେବେ ନିଯୁକ୍ତିରୁ ବାଦ ପଡ଼ିଥିବା ପ୍ରାଥମିକ ଶିକ୍ଷକ।

୮-ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଇଂରାଜୀ ନୂତନ ବର୍ଷ ୨୦୨୫ର କ୍ୟାଲେଣ୍ଡର୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

୯-ରାଜ୍ୟକୁ ପୁଣି ଫେରିଲା ଚାଷୀ ମୃତ୍ୟୁ । ଉଜୁଡା କ୍ଷେତ ଦେଖି ଟଳିପଡିଲେ କେନ୍ଦ୍ରାପଡାର ଭାବଗ୍ରାହୀ, ଗଞ୍ଜାମ ଛତ୍ରପୁରରେ ଝୁଲିପଡିଲେ ବନମାଳୀ

୧୦-ଚୈ।କି ପକାକୁ ନେଇ ଇପ୍ସିତା ସାହୁଙ୍କୁ ଚାପୁଡ଼ା, ଶଙ୍ଖ ଭବନରେ ବିଜେଡି ମହିଳା କର୍ମୀ ହେଲେ ହାତାହାତି।

୧୧-କଟକ:ମହିଳା କନେଷ୍ଟବଳଙ୍କୁ ହତ୍ୟା ଘଟଣା,ସୁସ୍ଥ ହେବା ପରେ ଜେଲ୍ ଯିବ ଅଭିଯୁକ୍ତ ସ୍ବାମୀ।

୧୨-ଫସଲବୀମା କମ୍ପାନୀକୁ ରାଜସ୍ବ ମନ୍ତ୍ରୀଙ୍କ କଡା ଚେତାବନୀ : ଚାଷୀଙ୍କୁ ହଇରାଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ।

୧୩-ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ: ମୁଖ୍ୟମନ୍ତ୍ରୀ

୧୪-ପ୍ରବାସୀ ଭାରତୀୟ ଦିବସ ପାଇଁ ୫୦ ଓଏଏସ୍ ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ବ।ଜାନୁଆରୀ ୫ରୁ ୧୫ ଯାଏଁ ଲିଆସନ ଅଫିସର ଭାବେ ଦାୟିତ୍ବ ତୁଲାଇବେ।

୧୫-ପ୍ରଫେସର ସଞ୍ଜୟ ଶତପଥୀଙ୍କ ବିୟୋଗରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କ ଶୋକ।

୧୬-କୋରାପୁଟ:ଭିଜିଲାନ୍ସ ଜାଲରେ ପଡ଼ିଲେ କୋଟିପତି ଏଆରଆଇ ଦେବେନ୍ଦ୍ର ତନ୍ତୀ, ୧୭ ଟି ପ୍ଲଟ ଠାବ, ୩ଟି ବହୁତଳ ବିଲ୍ଡିଂ ଓ ପୁଳାପୁଳା ଟଙ୍କା ।

୧୭-ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କଲେ ରାଷ୍ଟ୍ରପତି।

୧୮-୨୦୨୪ ଲୋକସଭା ନିର୍ବାଚନର ବିସ୍ତୃତ ତଥ୍ୟ ଜାରି କଲା ନିର୍ବାଚନ ଆୟୋଗ।୨୦୨୪ ଲୋକସଭା ନିର୍ବାଚନରେ ୬୪.୬୪ କୋଟି ଭୋଟ୍ ପଡ଼ିଥିଲା ଏବଂ ମହିଳା ଭୋଟ ସଂଖ୍ୟା ପୁରୁଷଙ୍କ ଠାରୁ ୬୫.୭୮ ପ୍ରତିଶତ ଅଧିକ ଥିଲା।

୧୯-କୋଟା:ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ଅବସର ନେଲେ ଦେବେନ୍ଦ୍ର; ହେଲେ ସମ୍ୱର୍ଦ୍ଧନା ସଭାରେ ଆଖି ବୁଜିଲେ ପତ୍ନୀ।

୨୦-ବନ୍ଦ ହୋଇଯାଇଛି ଭାରତୀୟ ଡାକ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ପ୍ରଚଳିତ ‘ବୁକ୍ ପୋଷ୍ଟ’ ସେବା।

୨୧-ବଜେଟ୍ ୨୦୨୫-୨୬,୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କୁ ମିଳିପାରେ ରିହାତି।

୨୨-ବାଂଲାଦେଶ ସଚିବାଳୟରେ ଅଗ୍ନିକାଣ୍ଡ, ଜଳିଗଲା ସରକାରୀ ନଥିପତ୍ର।

୨୩-ବର୍ଡର- ଗାଭାସ୍କର ଟ୍ରଫି: ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ୬/୩୧୧,ବୁମୁରାଙ୍କୁ ୩ ଓ୍ବିକେଟ୍।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.