ବାଲିଆପାଳ – ସ୍ୱ ପ୍ର ଗଦାଧର ଗିରି ସ୍ମୃତି ବିକାଶ ପରିଷଦର ଆବାହକ ବିକାଶ ଗିରିଙ୍କ ପ୍ରଚେଷ୍ଟାରେ ବାଲିଆପାଳ ପଞ୍ଚାୟତ ସଭାଗୃହ ପରିସରରେ ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମୋଦନ କ୍ରମେ ବାଲିଆପାଳ ୟୁକୋ ବ୍ୟାଙ୍କ ଆନୁକୁଲ୍ୟରେ ମୁଦ୍ରା ମେଳା ଓ ପଚାଶ ପଇସା, ଟଙ୍କାକିଆ ଓ ଦୁଇଟଙ୍କିଆ ମୁଦ୍ରା ପ୍ରଚଳନର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ଵର ଜୋନାଲ ମୁଖ୍ୟ ଅଧିକାରୀ ପିକେ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏଜିଏମ ଆଲୋକ ରଞ୍ଜନ ରଣରାହୋ ଯୋଗ ଦେଇ ପଚାଶ ପଇସା, ଟଙ୍କାକିଆ ଓ ଦୁଇଟଙ୍କିଆ ମୁଦ୍ରାର ପ୍ରଚଳନ ଆର ବି ଆଇ ପକ୍ଷ ରୁ ବନ୍ଦ କରାଯାଇ ନାହିଁ। ଏହା ଏକ ମିଥ୍ୟା ଗୋଜବ।ଟଙ୍କାକିଆ ଓ ଦୁଇ ଟଙ୍କିଆ ମୁଦ୍ରା ବ୍ୟାଙ୍କ ଗ୍ରାହକ ପାଖରୁ ନେବ ଏବଂ ବ୍ୟାଙ୍କ ମଧ୍ଯ ଗ୍ରାହକଙ୍କୁ ଉକ୍ତ ଟଙ୍କା ଦେଇ ପାରିବେ। ତା ସହିତ ଚିରାଫଟା ଏବଂ ମଈଳାହୋଇଯାଇଥିବା ନୋଟ୍କୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମା ଆଧାରରେ ବ୍ୟାଙ୍କରେ ଓ ମୁଦ୍ରା ମେଳାରେ ବିନିମୟ କରାଯାଇ ପାରିବ ବୋଲି ଶ୍ରୀ ରଣରାହୋ ବକ୍ତବ୍ୟ ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଇଥିଲେ।ଏଥି ସହିତ ଏଦିଗରେ ଯଦି ବ୍ୟାଙ୍କ ଗୁଡିକ ଲୋକଙ୍କୁ ହଇରାଣ କରନ୍ତି ତେବେ ସମ୍ପୃକ୍ତ ବ୍ୟାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏଦିଗରେ ଜନସାଧାରଣ ବ୍ୟାଙ୍କ ସହିତ ସୁ ସଂପର୍କ ରଖି ଦେଣ ନେଣ କରିପାରିବେ।ହାଟ ବଜାରରେ ଯଦି କେହି ବ୍ୟବସାୟୀ ଲୋକଙ୍କୁ ହଇରାଣ କରନ୍ତି ତେବେ ଲୋକମାନେ ମଧ୍ୟ ଆଇନର ଆଶ୍ରୟ ନେବାକୁ ଶ୍ରୀ ରଣରାହୋ କହିଥିଲେ।ବାଲିଆପାଳ ୟୁକୋ ବ୍ୟାଙ୍କ ଶାଖା ପ୍ରବନ୍ଧକ ସୌମ୍ୟ ରଞ୍ଜନ ମିଶ୍ର, ଏଫ ଏଲ୍ ସି ଯୋଗେଶ୍ୱର ପ୍ରଧାନ ପ୍ରମୁଖ କାର୍ଯ୍ୟ କ୍ରମରେ ଯୋଗ ଦେଇ ବକ୍ତବ୍ୟ ମାଧ୍ୟମରେ ଲୋକମାନଙ୍କୁ ମୁଦ୍ରା ମେଳା ଓ ଟଙ୍କାକିଆ ଓ ଦୁଇଟଙ୍କିଆ ମୁଦ୍ରା ପ୍ରଚଳନର ସଚେତନ କରିଥିଲେ। ଉକ୍ତ ମେଳାରେ ବାଲିଆପାଳ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ଥିବା ବେଳେ ସାଧାରଣ ବର୍ଗଲୋକ, ବେପାରୀ ଙ୍କ ଉପସ୍ଥିତି ଦେଖିବକୁ ମିଳି ନଥିଲା । ଉକ୍ତ ମୁଦ୍ରା ମେଳାରେ ଚିରାଫଟା ଏବଂ ମଈଳା ନୋଟର ବଦଳ କାରବାର ହୋଇନଥିଲା। ସୋମବାର ମୁଦ୍ରା ମେଳା ଓ ସଚେତନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାଲିଆପାଳ ଅଂଚଳରେ ସେମିତି କିଛି ଆଖିଦୃଶିଆ ପ୍ରଚାର ପ୍ରସାର ହୋଇନଥିବାର କଥା ବାଲିଆପାଳ ବୁଦ୍ଧି ଜିବୀ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀ ଙ୍କୁ ଅଧିକ ମାତ୍ରାରେ ସଚେତନର ଆବଶ୍ୟକତା ରହିବା ସହିତ ବ୍ୟାଙ୍କର ସମସ୍ତ କର୍ମଚାରୀ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶା ବଳୀ ମାନିଲେ ପ୍ରଚଳିତ ଗୁଜବ ଦୂର ହୋଇପାରିବ ବୋଲି ଗଦାଧର ଗିରି ସ୍ମୃତି ବିକାଶ ପରିଷଦର ଆବାହକ ଶ୍ରୀ ଗିରି ବକ୍ତବ୍ୟ ରେ ପ୍ରକାଶ କରିଥଲେ।